Advertisment

'ଏସପି, ମହାନ ଦଳ ୟୁପିରେ ୪୦୦ ବିଧାନସଭା ଆସନରେ ବିଜୟୀ ହେବ'

ଲକ୍ଷ୍ନୌ: ଆସନ୍ତାବର୍ଷ ୟୁପି ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ସମସ୍ତ ରାଜନୀତିକ ଦଳ କିଏ କେତେ ଆସନରେ ବିଜୟୀ ହେବ କେଉଁଠି ଦୁର୍ବଳତା ରହିଛି ଆଦି ଏସବୁକୁ ନେଇ ଅଙ୍କ କଷିବା ଆରମ୍ଭ କରି ଦେଇଛନ୍ତି। ରବିବାର ୟୁପିର ସମାଜବାଦୀ ପାର୍ଟି ସଭାପତି ଅଖିଲେଶ ଯାଦବ ଏହି ପ୍ରସଙ୍ଗରେ କହିଛନ୍ତି, ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ଛୋଟ ଛୋଟ ଦଳ ସହିତ ମିଶି ନିର୍ବାଚନ ଲଢ଼ିବ। ଏଥିସହ ରାଜ୍ୟରେ ସରକାର ଗଢ଼ିବ। ଅନ୍ୟପଟେ ଏସବିଏସପିର […]

author-image
Subhransu Sekhar
ଅଦ୍ୟତନ ହୋଇଛି
'ଏସପି, ମହାନ ଦଳ ୟୁପିରେ ୪୦୦ ବିଧାନସଭା ଆସନରେ ବିଜୟୀ ହେବ'

akhilesh-yadav

ଲକ୍ଷ୍ନୌ: ଆସନ୍ତାବର୍ଷ ୟୁପି ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ସମସ୍ତ ରାଜନୀତିକ ଦଳ କିଏ କେତେ ଆସନରେ ବିଜୟୀ ହେବ କେଉଁଠି ଦୁର୍ବଳତା ରହିଛି ଆଦି ଏସବୁକୁ ନେଇ ଅଙ୍କ କଷିବା ଆରମ୍ଭ କରି ଦେଇଛନ୍ତି। ରବିବାର ୟୁପିର ସମାଜବାଦୀ ପାର୍ଟି ସଭାପତି ଅଖିଲେଶ ଯାଦବ ଏହି ପ୍ରସଙ୍ଗରେ କହିଛନ୍ତି, ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ଛୋଟ ଛୋଟ ଦଳ ସହିତ ମିଶି ନିର୍ବାଚନ ଲଢ଼ିବ। ଏଥିସହ ରାଜ୍ୟରେ ସରକାର ଗଢ଼ିବ। ଅନ୍ୟପଟେ ଏସବିଏସପିର ମୁଖ୍ୟ ଓମ୍ ପ୍ରକାଶ ରାଜଭର କହିଛନ୍ତି, ତାଙ୍କ ଦଳ ସମାଜବାଦୀ ପାର୍ଟି ଏବଂ ଅନ୍ୟାନ୍ୟ ଦଳ ସହ ମିଶିବ ତାହେଲେ ଆଗାମୀ ବିଧାନସଭା ନିର୍ବାଚନରେ ପୂର୍ବ ଉତ୍ତର ପ୍ରଦେଶରେ ଗୋଟିଏ ଆସନରେ ବିଜୟୀ ହୋଇପାରିବନି।

Advertisment

ରାଜ୍ୟର ଅନ୍ୟତମ ରାଜନୀତିକ ଦଳ 'ମହାନ ଦଳ'ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଏପରି ହୁଙ୍କାର ଭରିଛନ୍ତି। ସେ କହିଛନ୍ତି ଏସପି, ମହାନ ଦଳ ଏବଂ ଅନ୍ୟାନ୍ୟ ଦଳ ଯଦି ମିଶିବେ ତାହେଲେ ଏବେର ସ୍ଥିତି ଅନୁଯାୟୀ ରାଜ୍ୟରେ ସମାଜବାଦୀ ପାର୍ଟି ଏକାକୀ ୩୫୦ ଆସନରେ ବିଜୟୀ ହେବ। ଯଦି ଅନ୍ୟାନ୍ୟ ଦଳ ମିଶିବ ତାହେଲେ ୪୦୦ ସିଟ୍ ସେମାନେ ମିଶି ଜିତିବେ। ଆଉ ବିଜେପି କ୍ଲିନ୍ ସୁଇପ୍ ହୋଇଯିବ।

ସେ କହିଛନ୍ତି, ମୁଁ ଯେତେବେଳେ ୪୦୦ ଆସନରେ ଜିତିବା କଥା କହୁଛି ଅନେକ ଲୋକ ପ୍ରଶ୍ନ କରୁଛନ୍ତି। ହେଲେ ବୁଲେଟ୍ ଟ୍ରେନ କଥା କହିଲେ କେହି ପ୍ରଶ୍ନ କରୁ ନାହାନ୍ତି। ବିଜେପି କହିଥିଲା ବାରଣାସୀ KYOTO (ଜାପାନର ଏକ ସହର)ରେ ପରିଣତ ହେବ। ହେଲେ ଏହି ସହରର କଣ ସମସ୍ତେ ଜାଣନ୍ତି। ଏହି ସମୟରେ ପ୍ରତିଶ୍ରୁତି ଦେବାକୁ ଯାଇ ଅଖିଲେଶ ସାମ୍ୱାଦିକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯଦି ସମାଜବାଦୀ ପାର୍ଟି ସରକାର ଗଢ଼ିବ ତାହେଲେ ତାଙ୍କ ସରକାର ସମସ୍ତ ସାମ୍ୱାଦିକଙ୍କୁ KYOTO ବୁଲାଇବାକୁ ନେଇ ଯିବେ। KYOTOରେ ଯେପରି ପରିମଳ ବ୍ୟବସ୍ଥା ରହିଛି ତାହା ଏଠାରେ ନାହିଁ। KYOTOକୁ ଯାଇ ଦେଖିବା ଦରକାର ବୋଲି ସେ କହିଛନ୍ତି।

Advertisment

ସେହିପରି ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟାଙ୍କୁ ଟାର୍ଗେଟ୍ କରିବାକୁ ଯାଇ ଅଖିଲେଶ କହିଛନ୍ତି, ସେ ଜଣେ ନକଲି କେଶବ। ଅରିଜିନାଲ କେଶବ ମହାନ ଦଳରେ ରହିଛନ୍ତି। ଯାହାଙ୍କ ନାମ କେଶବ ଦେବ୍ ମୌର୍ଯ୍ୟା ବୋଲି ସେ କହିଛନ୍ତି।

ସେହିପରି ମହାନ ଦଳର ନେତା କେଶବ ଦେବ ମୌର୍ଯ୍ୟା କହିଛନ୍ତି, ବିଜେପି କହୁଛି ସମସ୍ତେ ଏକାଠି ହୋଇ ବିଜେପି ବିରୋଧରେ ଲଢ଼େଇ କରୁଛନ୍ତି। କିନ୍ତୁ ଅସଲ କଥା ହେଲା ସମସ୍ତେ ମିଶି ଅଖିଲେଶଙ୍କ ବିରୋଧରେ ଲଢେଇ କରୁଛନ୍ତି।

ସେ କହିଛନ୍ତି ବିଜେପି ବିରୋଧରେ ଯଦି ଲଢ଼େଇ କରିବାକୁ ହେବ ତାହେଲେ ତାଙ୍କର ମହାନ ଦଳକୁ ସମାଜବାଦୀ ପାର୍ଟି ସହିତ ସେ ମିଶ୍ରଣ କରିଦେବେ ବୋଲି କହିଛନ୍ତି। ଯଦି ସେପରି ପରିସ୍ଥିତି ଉପୁଜେ ତାହେଲେ ସେ ଏଭଳି ନିଷ୍ପତ୍ତି ନେବେ। ନଚେତ ତାଙ୍କ ଦଳ ସମାଜବାଦୀ ପାର୍ଟିର ସହଯୋଗୀ ହୋଇ ରହିବ ବୋଲି ସେ କହିଛନ୍ତି।