ବିମାନ ଅବତଣ ପରେ ବସ୍‌ ଆସିଲାନି, ଦେଢ଼ କିମି ଧରି ଚାଲିଲେ ଯାତ୍ରୀ

ନୂଆଦିଲ୍ଲୀ: ବିମାନ ବନ୍ଦରରେ ବିମାନ ଅବତରଣ କଲା। ହେଲେ ଯାତ୍ରୀମାଙ୍କୁ ବିମାନ ନିକଟରୁ ଟର୍ମିନାଲକୁ ନେବାକୁ ବସ୍‌ ଆସିଲାନି।  ଆଉ ବସକୁ ଅପେକ୍ଷା କରି ଶେଷରେ ଟର୍ମିନାଲ ଅଭିମୁଖେ ଚାଲିଥିଲେ ଯାତ୍ରୀ।  ଏମିତି କିଛି ଅବ୍ୟବସ୍ଥା ଦିଲ୍ଲୀ ବିମାନବନ୍ଦରରେ ଦେଖିବାକୁ ମଳିଥିଲା। ହାଇଦ୍ରାବାଦରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା ସ୍ପାଇଜଜେଟର ଯାତ୍ରୀମାନଙ୍କୁ ଏହି ସମସ୍ୟା ଭୋଗିବାକୁ ପଡ଼ିଥିଲା। ପ୍ରାୟ ୪୫ ମିନିଟ୍‌ ଧରି ବସ୍‌ ନଆସିବାରୁ ଟର୍ମିନାଲକୁ ପ୍ରାୟ ଦେଢ଼ କିମି ରାସ୍ତା ଚାଲି ଚାଲି ଯାଇଥିଲେ […]

spicejet-flight

spicejet-flight

Tapas Behera
  • Published: Sunday, 07 August 2022
  • Updated: 07 August 2022, 04:31 PM IST

ନୂଆଦିଲ୍ଲୀ: ବିମାନ ବନ୍ଦରରେ ବିମାନ ଅବତରଣ କଲା। ହେଲେ ଯାତ୍ରୀମାଙ୍କୁ ବିମାନ ନିକଟରୁ ଟର୍ମିନାଲକୁ ନେବାକୁ ବସ୍‌ ଆସିଲାନି।  ଆଉ ବସକୁ ଅପେକ୍ଷା କରି ଶେଷରେ ଟର୍ମିନାଲ ଅଭିମୁଖେ ଚାଲିଥିଲେ ଯାତ୍ରୀ।  ଏମିତି କିଛି ଅବ୍ୟବସ୍ଥା ଦିଲ୍ଲୀ ବିମାନବନ୍ଦରରେ ଦେଖିବାକୁ ମଳିଥିଲା। ହାଇଦ୍ରାବାଦରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା ସ୍ପାଇଜଜେଟର ଯାତ୍ରୀମାନଙ୍କୁ ଏହି ସମସ୍ୟା ଭୋଗିବାକୁ ପଡ଼ିଥିଲା। ପ୍ରାୟ ୪୫ ମିନିଟ୍‌ ଧରି ବସ୍‌ ନଆସିବାରୁ ଟର୍ମିନାଲକୁ ପ୍ରାୟ ଦେଢ଼ କିମି ରାସ୍ତା ଚାଲି ଚାଲି ଯାଇଥିଲେ ଯାତ୍ରୀ। ଏଭଳି ଅଭିଯୋଗ ଆସିବା ପରେ ବେସାମରିକରି ବିମାନ ନିର୍ଦ୍ଦେଶାଳୟ(ଡିଜିସିଏ) ଏହାର ତଦନ୍ତ ଆରମ୍ଭ କରିଛି ।  ହାଇଦ୍ରାବାଦରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବା ସ୍ପାଇସଜେଟ୧୮୬ ଯାତ୍ରୀଙ୍କୁ ନେଇ ଶନିବାର ରାତି ୧୧ଟା ୨୪ରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା।

ଯାତ୍ରୀଙ୍କ କହିବା ଅନୁଯାୟୀ ପ୍ରଥମେ ଏକ ବସ୍‌ ଆସି କିଛି ଯାତ୍ରୀଙ୍କୁ ଟର୍ମିନାଲ-୩  ଅଭିମୁଖେ ନେଇଥିଲା। ଏହା ପରେ ଆଉ ବସ୍‌ ଆସିନଥିଲା। ଫଳରେ ବାକି ଯାତ୍ରୀଙ୍କୁ ବହୁ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ତେବେ ବିମାନ ଅବତଣର ୪୫ ମିନିଟ୍‌ ପରେ  ଅନ୍ୟ ବସ୍‌ଟି ପହଞ୍ଚିଥିଲା। ହେଲେ ସତେବେଳକୁ ଯାତ୍ରୀମାନେ ଚାଲିବା ଆରମ୍ଭ କରିଥିଲେ।  ଅନ୍ୟପକ୍ଷରେ ସ୍ପାଇସଜେଟ ଏହି ଘଟଣାରେ ସ୍ପଷ୍ଟୀକରଣ ରଖିଛି। ତାଙ୍କ କହିବା ଅନୁଯାୟୀ ସାମାନ୍ୟ ବିଳମ୍ବରେ ଆମର ଅନ୍ୟ କୋଚ୍‌ଟି ସେଠାରେ ପହଞ୍ଚିଥିଲା। ଆମର ଷ୍ଟାଫମାନେ ଯାତ୍ରୀମାନଙ୍କୁ ଚାଲି ଚାଲି ନଯିବାକୁ ଅନୁରୋଧ କରିଥିଲେ।

ହେଲେ ସେମାନେ ଶୁଣି ନଥିଲେ।  ସୁରକ୍ଷା ଦୃଷ୍ଟିରୁ ଟରମାକ(ବିମାନ ରହୁଥିବା ସ୍ଥାନ)ରେ ବୁଲିବା ସୁରକ୍ଷା ଜନିତ ବିପଦ ରହିଛି। ତେଣୁ ବିମାନ ଅବତରଣ ପରେ କୌଣସି ଯାତ୍ରୀ  ଉକ୍ତ ଅଞ୍ଚଳରେ ଏକାକି ବୁଲିବା ନିଷେଦ୍ଧ ରହିଛି। ଯାତ୍ରୀମାନଙ୍କୁ ଟର୍ମିନାଲ ଆଣି ପହଞ୍ଚାଇବା ସମ୍ପୃକ୍ତ ବୋଡ଼ିଂ ବିମାନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ। ତେବେ କେଉଁ ପରିସ୍ଥତିରେ ଏମିତି  ଅବହଳେ ହେଲା  ତାହା ତଦନ୍ତ କରାଯିବ ବୋଲି ଡିଜିସିଏ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos