Advertisment

ଯେଉଁଠୁ ୧୫ ବର୍ଷ ସାଂସଦ ରହିଲେ, ତାକୁ ଏବେ ଅପମାନିତ କରୁଛନ୍ତି ରାହୁଲ୍: ସ୍ମୃତି

ନୂଆଦିଲ୍ଲୀ: କଂଗ୍ରେସର ଓ୍ୱାଏନାଡ ସାଂସଦ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ପୁଣିଥରେ ରାଜନୀତି ତେଜିଛି। ଆମେଠିର ଏହି ପୂର୍ବତନ ସାଂସଦଙ୍କୁ କଡ଼ା ଜବାବ ଦେଇଛନ୍ତି ଏବେର ଆମେଠି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଗୋଟିଏ ଆସନରୁ ଦୀର୍ଘ ୧୫ ବର୍ଷ ଧରି ରାହୁଲ୍ ସାଂସଦ ରହିଲେ। କୌଣସି ବିକାଶ କଲେ ନାହିଁ। ଏବେ କେରଳରେ ଯାଇ କହୁଛନ୍ତି ସେ ଦକ୍ଷିଣରୁ ସାଂସଦ ହୋଇଥିବାରୁ ଖୁସି। ରାହୁଲଙ୍କ ମନ୍ତବ୍ୟ ଆମେଠି ପାଇଁ ଅପମାନ ବୋଲି ଇରାନୀ କହିଛନ୍ତି। […]

ଅଦ୍ୟତନ ହୋଇଛି
ଯେଉଁଠୁ ୧୫ ବର୍ଷ ସାଂସଦ ରହିଲେ, ତାକୁ ଏବେ ଅପମାନିତ କରୁଛନ୍ତି ରାହୁଲ୍: ସ୍ମୃତି

rahul-smruti-irani

Advertisment

ନୂଆଦିଲ୍ଲୀ: କଂଗ୍ରେସର ଓ୍ୱାଏନାଡ ସାଂସଦ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ପୁଣିଥରେ ରାଜନୀତି ତେଜିଛି। ଆମେଠିର ଏହି ପୂର୍ବତନ ସାଂସଦଙ୍କୁ କଡ଼ା ଜବାବ ଦେଇଛନ୍ତି ଏବେର ଆମେଠି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଗୋଟିଏ ଆସନରୁ ଦୀର୍ଘ ୧୫ ବର୍ଷ ଧରି ରାହୁଲ୍ ସାଂସଦ ରହିଲେ। କୌଣସି ବିକାଶ କଲେ ନାହିଁ। ଏବେ କେରଳରେ ଯାଇ କହୁଛନ୍ତି ସେ ଦକ୍ଷିଣରୁ ସାଂସଦ ହୋଇଥିବାରୁ ଖୁସି। ରାହୁଲଙ୍କ ମନ୍ତବ୍ୟ ଆମେଠି ପାଇଁ ଅପମାନ ବୋଲି ଇରାନୀ କହିଛନ୍ତି।

Advertisment

ଶ୍ରୀମତି ଇରାନୀ ଆହୁରି କହିଛନ୍ତି, ରାହୁଲ୍ ଉତ୍ତର-ଦକ୍ଷିଣ ରାଜ୍ୟ କହି ଦେଶରେ ଯେଉଁ ମତଭେଦ କରିବାକୁ ଚେଷ୍ଟା କରୁଛନ୍ତି, ସେଥିରେ କେବେ ସଫଳ ହେବେ ନାହିଁ। ପୂର୍ବରୁ ପୁଡୁଚେରୀରେ ମତ୍ସ୍ୟ ସମ୍ପଦ ବିଭାଗ ମନ୍ତ୍ରାଳୟ ଖୋଲିବା ବାବଦରେ କହିଥିଲେ। ହେଲେ ସେ ନିଜେ ସଂସଦରେ ସମାନ ବିଭାଗକୁ ପ୍ରଶ୍ନ କରିଛନ୍ତି। ରାହୁଲ୍ ଏଭଳି ମିଛ କହି ଲୋକଙ୍କୁ ମତାଇବାକୁ ଚେଷ୍ଟା କରୁଛନ୍ତି। ସେହିପରି ନିକଟରେ ଆସାମରେ ରାହୁଲ୍ ଏକ ରାଲିକୁ ସମ୍ୱୋଧନ କରିବା ବେଳେ ଆସାମୀ ଏବଂ ଗୁଜରାଟୀଙ୍କ ମଧ୍ୟରେ ବିବାଦ କରିବା ଭଳି ମନ୍ତବ୍ୟ ରଖିଛନ୍ତି। ଏଭଳି କରି ରାହୁଲ୍ କେବେ ସଫଳ ହେବେ ନାହିଁ ବୋଲି ସ୍ମୃତି ଇରାନୀ କହିଛନ୍ତି।

ରାହୁଲ୍ ଗାନ୍ଧୀ ଦକ୍ଷିଣ ଭାରତକୁ ଯାଇ ଉତ୍ତର ଭାରତ ଲୋକଙ୍କୁ ଅପମାନ କରୁଛନ୍ତି। ହେଲେ କଂଗ୍ରେସର କୌଣସି ଉତ୍ତର ଭାରତ ନେତା ଏହାକୁ ନେଇ ମତ ରଖିନାହାନ୍ତି। ଅବଶ୍ୟ କଂଗ୍ରେସ ନେତାଙ୍କ ପାଖରୁ ଏଭଳି ଭାବିବା ଠିକ୍ ହେବନି ବୋଲି ଶ୍ରୀମତି ଇରାନୀ କହିଛନ୍ତି। ରାହୁଲ୍ ଭାବୁଛନ୍ତି ଏଭଳି କହି ସେ ଦକ୍ଷିଣ ଭାରତରେ ସୁନାମ ଅର୍ଜନ କରିବେ। ହେଲେ ଜଣେ ନେତାର କାମ ଜାତୀୟ ପତାକା ତଳେ ସାରା ଦେଶକୁ ଏକାଠି କରି ରଖିବା। ହେଲେ ରାହୁଲ୍ ଏଭଳି ମନ୍ତବ୍ୟ ଦେଇ ନିଜ କର୍ତ୍ତବ୍ୟରୁ ଓହରୁଛନ୍ତି। ମିଛ ଯେତେ କହିଲେ ବି ସତ ସବୁବେଳେ ସତ। ସତକୁ କେହି ଲୁଚାଇ ପାରିବେ ନାହିଁ। ରାହୁଲ୍ ଯାହା କହିଛନ୍ତି ତାହା କ୍ଷମାଯୋଗ୍ୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Advertisment
Rahul Gandhi Smriti Irani Kerala Assembly Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe