Advertisment

ଓଡ଼ିଶାର ଶ୍ରୀୟା ଲେଙ୍କା ହେଲେ ଭାରତର ପ୍ରଥମ କେ-ପପ ଷ୍ଟାର

ନୂଆଦିଲ୍ଲୀ: ଓଡ଼ିଶାର ୧୮ ବର୍ଷୀୟ ଶ୍ରୀୟା ଲେଙ୍କା ଇତିହାସ ରଚିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ କେ-ପପ ଷ୍ଟାର ହେବାର ଗୌରବ ହାସଲ କରିଛନ୍ତି। ଶ୍ରୀୟା କୋରିଆର ପ୍ରସିଦ୍ଧ ପପ୍‌ ବ୍ୟାଣ୍ଡ ବ୍ଲାକସ୍ୱାନରେ ସାମିଲ ହୋଇଛନ୍ତି। ତାଙ୍କ ସହ ବ୍ରାଜିଲର ଗାବ୍ରିଏଲା ଡାଲସିନ୍‌ଙ୍କୁ ବି ଚୟନ କରାଯାଇଛି। ବ୍ଲାକସ୍ୱାନର ଡିଆର ମ୍ୟୁଜିକ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଶ୍ରୀୟା ଲେଙ୍କା ଓ ଡାଲସିନ୍‌ ଶେଷରେ ବ୍ଲାକସ୍ୱାନର ସଦସ୍ୟ ଭାବେ ଚୟନ ହୋଇଛନ୍ତି। ଗତ ୬ […]

author-image
Hemant Lenka
ଅଦ୍ୟତନ ହୋଇଛି
ଓଡ଼ିଶାର ଶ୍ରୀୟା ଲେଙ୍କା ହେଲେ ଭାରତର ପ୍ରଥମ କେ-ପପ ଷ୍ଟାର

sriya-lenka

ନୂଆଦିଲ୍ଲୀ: ଓଡ଼ିଶାର ୧୮ ବର୍ଷୀୟ ଶ୍ରୀୟା ଲେଙ୍କା ଇତିହାସ ରଚିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ କେ-ପପ ଷ୍ଟାର ହେବାର ଗୌରବ ହାସଲ କରିଛନ୍ତି। ଶ୍ରୀୟା କୋରିଆର ପ୍ରସିଦ୍ଧ ପପ୍‌ ବ୍ୟାଣ୍ଡ ବ୍ଲାକସ୍ୱାନରେ ସାମିଲ ହୋଇଛନ୍ତି। ତାଙ୍କ ସହ ବ୍ରାଜିଲର ଗାବ୍ରିଏଲା ଡାଲସିନ୍‌ଙ୍କୁ ବି ଚୟନ କରାଯାଇଛି।

Advertisment

ବ୍ଲାକସ୍ୱାନର ଡିଆର ମ୍ୟୁଜିକ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଶ୍ରୀୟା ଲେଙ୍କା ଓ ଡାଲସିନ୍‌ ଶେଷରେ ବ୍ଲାକସ୍ୱାନର ସଦସ୍ୟ ଭାବେ ଚୟନ ହୋଇଛନ୍ତି। ଗତ ୬ ମାସ ହେଲା ଏମାନେ ବିଶ୍ୱସ୍ତରୀୟ ଅଡିସନରେ ଭାଗ ନେଇଥିଲେ। ନିଜ ଦକ୍ଷତା ପ୍ରଦର୍ଶନ କରି ଉଭୟ ବ୍ଲାକସ୍ୱାନରେ ସାମିଲ ହେବାକୁ ଯୋଗ୍ୟତା ଅର୍ଜନ କରିଥିବା ଡିଆର ମ୍ୟୁଜିକ କହିଛି।

ବ୍ଲାକସ୍ୱାନରେ ଏବେ ୬ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ୟଙ୍ଗହେଉନ, ଫାଟୋଉ, ଜୁଡୀ, ଲେଆ, ଶ୍ରୀୟା ଓ ଗାବି। ଓଡ଼ିଶାର ରାଉରକେଲା ସହରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀୟା ଲେଙ୍କା ଗତ ବର୍ଷ ଡିସେମ୍ବରରେ ସିଓଲରେ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ଟ୍ରେନିଂ ପାଇଁ ମନୋନୀତ ହୋଇଥିଲେ। ଟ୍ରେନିଂ ପରେ ସେ ବ୍ୟାଣ୍ତ ପାଇଁ ଚୟନ ହୋଇଛନ୍ତି।

Advertisment

ନଭେମ୍ବର ୨୦୨୦ରେ ଏହି ଗ୍ରୁପର ସବୁଠାରୁ ପୁରୁଣା ସଦସ୍ୟ ହେମେ ବ୍ୟାଣ୍ଡକୁ ବାଏବାଏ କହିଥିଲେ। ତାଙ୍କ ସ୍ଥାନରେ ନୂଆ ସଦସ୍ୟଙ୍କୁ ନେବା ପାଇଁ ଡିଆର ମ୍ୟୁଜିକ୍ ଗତବର୍ଷ ମେ’ ମାସରେ ବିଶ୍ୱସ୍ତରୀୟ ଅଡିସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଶ୍ରୀୟା ଓ ୧୯ ବର୍ଷ ବୟସ୍କ ବ୍ରାଜିଲର ଡାଲସିନ ଅଡିସନ ଦେଇଥିଲେ। ୟୁଟ୍ୟୁବରେ ଅଡିସନ ଦେଇଥିବା ୪ ହଜାର ଆଶାୟୀଙ୍କ ମଧ୍ୟରୁ ଡିଆର ମ୍ୟୁଜିକ ଶ୍ରୀୟା ଓ ଡାଲିକନଙ୍କୁ ଚୂଡ଼ାନ୍ତ ତାଲିମ ପାଇଁ ମନୋନୀତ କରିଥିଲା।


ଶ୍ରୀୟା ଲେଙ୍କା ୨୦୦୩ ମସିହାରେ ରାଉରକେଲାରେ ଜନ୍ମ ଗ୍ରହଣ କରିଥିଲେ। ସେ ହିନ୍ଦୁସ୍ତାନୀ କ୍ଲାସିକାଲ ସହ ୧୨ ବର୍ଷ ବୟସରେ ଓଡ଼ିଶୀ ଓ ଅନ୍ୟାନ୍ୟ ସମସାମୟିକ ଡ୍ୟାନ୍ସ ଶିଖିବା ଆରମ୍ଭ କରିଥିଲେ। ଶ୍ରୀୟା କହିଛନ୍ତ, “ମୋ ସ୍ୱର ଅତ୍ୟନ୍ତ ଗମ୍ଭୀର ଥିବାରୁ ମୁଁ ଟ୍ରେନର ପାଇବାରେ ଅସୁବିଧାବର ସମ୍ମୁଖୀନ ହୋଇଥିଲି। ତେବେ ମୋ ଜେଜେ ମା’ ମୋତେ ଟ୍ରେନର ପାଇବାରେ ସହଯୋଗ କରିଥିଲେ। ସେ ମୋତେ ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଶିକ୍ଷକଙ୍କ ପାଖକୁ ନେଇଥିଲେ। ଶିକ୍ଷକ ଜଣଙ୍କ ମୋତେ ସପ୍ତାହକୁ ଦୁଇ ଦିନ ତାଲିମ ଦେଉଥିଲେ। କିନ୍ତୁ ୱେଷ୍ଟର୍ଣ୍ଣ ଗୀତ ପାଇଁ ମୁଁ ୟୁଟ୍ୟୁବ ଓ ଅନଲାଇନ ଭିଡିଓଗୁଡ଼ିକୁ ଦେଖି ଶିଖିବା ଆରମ୍ଭ କରିଥିଲି।”


ବ୍ଲାକସ୍ୱାନ ପ୍ରଥମେ ବ୍ୟାଣ୍ଡରେ କେବଳ ଜଣଙ୍କୁ ସାମିଲ କରିବ ବୋଲି ଯୋଜନା କରିଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ଉଭୟ ଶ୍ରୀୟା ଓ ଡାଲସିନଙ୍କୁ ସାମିଲ କରିଛି। ଏବେ ବେଶ କିଛି ମାସ ସିଓଲରେ ଉଭୟ ଅଭ୍ୟାସ କରିବେ। ଏହାପରେ ବ୍ୟାଣ୍ଡ ପାଇଁ ବିଧିବଦ୍ଧ ଭାବେ କାମ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।