ଶ୍ରୀନଗର: ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି)ର ଜଣେ କନଷ୍ଟେବଲ୍ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସ୍ଆଇ)ଙ୍କୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ଦକ୍ଷିଣ କଶ୍ମୀରର କୁଲଗାମ୍ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।
ମୃତ ଏଏସ୍ଆଇଙ୍କ ନାଁ ସନ୍ଦୀପ କୁମାର। ସେହିପରି ମୃତ କନଷ୍ଟେବଲଙ୍କ ନାଁ ହେମନ୍ତ ଶର୍ମା। ଗୋଟିଏ ସ୍ଥାନରେ ଡ୍ୟୁଟିରେ ନିୟୋଜିତ ହୋଇଥିବା ବେଳେ ଗତକାଲି ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ କନଷ୍ଟେବଲ ହେମନ୍ତ ଶର୍ମା ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ ଓ ଉତ୍କ୍ଷିପ୍ତ ହୋଇ ସନ୍ଦୀପଙ୍କ ଉପକୁ ଗୁଳି ଚଳାଇଥିଲେ। ସେ ତାଙ୍କ ଇନ୍ସାସ୍ ରାଇଫଲରୁ ସନ୍ଦୀପଙ୍କ ଉପରକୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ହେମନ୍ତ ଶର୍ମା ନିଜକୁ ଗୁଳି କରିଥିଲେ। ସେ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।
ପୁଲିସ୍ ଏ ଘଟଣାରେ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
କେମିତି ନାକ ଫୁଲ ଯୋଗୁ ଧରାପଡ଼ିଲେ ହତ୍ୟାକାରୀ?
ମହିଳା ଜଣଙ୍କ ନାକରେ ପିନ୍ଧିଥିବା ଗୋଟିଏ ସୁନା ପିନ୍ ବା ନାକ ଫୁଲ ସହାୟତାରେ ପୁଲିସ୍ ପୂରା ଘଟଣା ଉପରୁ ପରଦା ହଟାଇବାକୁ ସକ୍ଷମ ହୋଇଛି।

Health
ହୃଦ ରୋଗ ବୃଦ୍ଧି କରୁଛି ତମାଖୁ, ହଠାତ୍ ଚାଲି ଯାଉଛି ଜୀବନ
ଯୁବଗୋଷ୍ଠୀ ମଧ୍ୟ ହୃଦଘାତର ଶିକାର ହୋଇପାରନ୍ତି। ସୋଶାଲ ମିଡିଆରେ ନାଚିବା ବେଳେ, ଚାଲିବା ବେଳେ, ବସିବା ବେଳେ ହଠାତ୍ କେମିତି ଲୋକମାନେ ହୃଦଘାତର ଶିକାର ହେଉଛନ୍ତି, ତା’ର ଲକ୍ଷାଧିକ ଭିଡିଓ ଭାଇରାଲ ହେଉଛି। ୪୦ ବର୍ଷରୁ କମ ବୟସ୍କ କ୍ଷେତ୍ରରେ ହୃଦ ରୋଗ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

National
ଝଡ଼ ବର୍ଷା ସାଙ୍ଗକୁ ମାରିଲା ବିଜୁଳି: ହଠାତ୍ ଚାଲିଗଲା ୮୦ ଜଣଙ୍କ ଜୀବନ
କିଛି ମିନିଟରେ ଉଜୁଡ଼ି ଗଲା ସବୁ କିଛି। ହଠାତ୍ ଝଡ଼ ବର୍ଷା ହେଲା ଓ ଘନଘନ ବିଜୁଳି ମାରିଲା।

National
ସେ ନିଜେ ସମସ୍ୟାକୁ ନିମନ୍ତ୍ରଣ କରିଥିଲେ: ଦୁଷ୍କର୍ମ ପୀଡ଼ିତାଙ୍କୁ କାହିଁକି ଏମିତି କହିଲେ ହାଇକୋର୍ଟ?
ପୀଡ଼ିତାଙ୍କ କହିବା କଥା ଯେ ସେ ତାଙ୍କର କିଛି ମହିଳା ବନ୍ଧୁଙ୍କ ସହ ଦିଲ୍ଲୀର ଗୋଟିଏ ବାରକୁ ଯାଇଥିବା ବେଳେ ଅଭଯୁକ୍ତଙ୍କ ସହ ତାଙ୍କର ଦେଖା ହୋଇଥିଲା।

National
୨୬/୧୧ ଆତଙ୍କୀ ହମଲା: ସେଦିନ କେମିତି ୨୦ ଜଣ ଗର୍ଭବତୀଙ୍କ ଜୀବନ ବଞ୍ଚାଇଥିଲେ ନର୍ସ ଅଞ୍ଜଳୀ?
ହମଲା ବେଳେ ନିଜ ଜୀବନକୁ ବାଜିରେ ଅନେକ ଲୋକ ଲଗାଇଥିଲେ। ସେମାନେ ଆତଙ୍କବାଦୀ ହମଲାକୁ ନିଜ ଆଖିରେ ଦେଖି ମଧ୍ୟ କର୍ତ୍ତବ୍ୟରେ ଅବହେଳା କରି ନଥିଲେ।