Advertisment

ଏଏସ୍‌ଆଇଙ୍କୁ ମାରି ଆତ୍ମହତ୍ୟା କଲେ କନଷ୍ଟେବଲ

ଶ୍ରୀନଗର: ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)ର ଜଣେ କନଷ୍ଟେବଲ୍‌ ଜଣେ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ)ଙ୍କୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ଦକ୍ଷିଣ କଶ୍ମୀରର କୁଲଗାମ୍ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ମୃତ ଏଏସ୍‌ଆଇଙ୍କ ନାଁ ସନ୍ଦୀପ କୁମାର। ସେହିପରି ମୃତ କନଷ୍ଟେବଲଙ୍କ ନାଁ ହେମନ୍ତ ଶର୍ମା। ଗୋଟିଏ ସ୍ଥାନରେ ଡ୍ୟୁଟିରେ ନିୟୋଜିତ ହୋଇଥିବା ବେଳେ  ଗତକାଲି ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି […]

ଅଦ୍ୟତନ ହୋଇଛି
ଏଏସ୍‌ଆଇଙ୍କୁ ମାରି ଆତ୍ମହତ୍ୟା କଲେ କନଷ୍ଟେବଲ

dead

Advertisment

ଶ୍ରୀନଗର: ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)ର ଜଣେ କନଷ୍ଟେବଲ୍‌ ଜଣେ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ)ଙ୍କୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ଦକ୍ଷିଣ କଶ୍ମୀରର କୁଲଗାମ୍ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

Advertisment

ମୃତ ଏଏସ୍‌ଆଇଙ୍କ ନାଁ ସନ୍ଦୀପ କୁମାର। ସେହିପରି ମୃତ କନଷ୍ଟେବଲଙ୍କ ନାଁ ହେମନ୍ତ ଶର୍ମା। ଗୋଟିଏ ସ୍ଥାନରେ ଡ୍ୟୁଟିରେ ନିୟୋଜିତ ହୋଇଥିବା ବେଳେ  ଗତକାଲି ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ କନଷ୍ଟେବଲ ହେମନ୍ତ ଶର୍ମା ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ ଓ ଉତ୍‌କ୍ଷିପ୍ତ ହୋଇ ସନ୍ଦୀପଙ୍କ ଉପକୁ ଗୁଳି ଚଳାଇଥିଲେ। ସେ ତାଙ୍କ ଇନ୍‌ସାସ୍‌ ରାଇଫଲରୁ ସନ୍ଦୀପଙ୍କ ଉପରକୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ହେମନ୍ତ ଶର୍ମା ନିଜକୁ ଗୁଳି କରିଥିଲେ। ସେ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

ପୁଲିସ୍ ଏ ଘଟଣାରେ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe