Advertisment

ମୋଦିଙ୍କୁ ତୈଳଦର ବୃଦ୍ଧିର ଟିକିନିଖି ହିସାବ ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ: ତୈଳଦର ବୃଦ୍ଧିରୁ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଅଣବିଜେପି ଶାସିତ ରାଜ୍ୟଗୁଡ଼ିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକସ ହ୍ରାସ କରିବାକୁ ଆହ୍ୱାନ ଦେଇଛନ୍ତି। ମୋଦିଙ୍କ ଏପରି ଆହ୍ୱାନ ପରେ ତୈଳଦର ବୃଦ୍ଧିର ଟିକିନିଖି ହିସାବ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ତୈଳଦର ବୃଦ୍ଧି ପାଇଁ ରାଜ୍ୟକୁ ଦାୟୀ କରାଯାଇ ପାରିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ସେ କହିଛନ୍ତି, “ଆଜି ମୁମ୍ବାଇରେ ଗୋଟିଏ ଲିଟର ଡିଜେଲରୁ କେନ୍ଦ୍ର ୨୪.୩୮ ଟଙ୍କା ନେଉଥିବା […]

ଅଦ୍ୟତନ ହୋଇଛି
ମୋଦିଙ୍କୁ ତୈଳଦର ବୃଦ୍ଧିର ଟିକିନିଖି ହିସାବ ଦେଲେ ଉଦ୍ଧବ ଠାକରେ

Petrol

Advertisment

ମୁମ୍ବାଇ: ତୈଳଦର ବୃଦ୍ଧିରୁ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଅଣବିଜେପି ଶାସିତ ରାଜ୍ୟଗୁଡ଼ିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକସ ହ୍ରାସ କରିବାକୁ ଆହ୍ୱାନ ଦେଇଛନ୍ତି। ମୋଦିଙ୍କ ଏପରି ଆହ୍ୱାନ ପରେ ତୈଳଦର ବୃଦ୍ଧିର ଟିକିନିଖି ହିସାବ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ତୈଳଦର ବୃଦ୍ଧି ପାଇଁ ରାଜ୍ୟକୁ ଦାୟୀ କରାଯାଇ ପାରିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

Advertisment

ସେ କହିଛନ୍ତି, “ଆଜି ମୁମ୍ବାଇରେ ଗୋଟିଏ ଲିଟର ଡିଜେଲରୁ କେନ୍ଦ୍ର ୨୪.୩୮ ଟଙ୍କା ନେଉଥିବା ବେଳେ ରାଜ୍ୟର ଭାଗ ୨୨.୩୭ ଟଙ୍କା ରହିଛି। ସେହିପରି ପେଟ୍ରୋଲ ଉପରେ କେନ୍ଦ୍ରର ଟିକସ ୩୧.୫୮ ଟଙ୍କା ଓ ରାଜ୍ୟର ଟିକସ ୩୨.୫୫ ଟଙ୍କା। ତେଣୁ ରାଜ୍ୟ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି ବୋଲି କହିବା ଠିକ୍‌ ନୁହେଁ। ମହାରାଷ୍ଟ୍ର ଦେଶରେ ସବୁଠାରୁ ଅଧିକ ୧୫% ଜିଏସ୍‌ଟି ସଂଗ୍ରହ କରୁଛି। ପ୍ରତ୍ୟକ୍ଷ ଟିକସ ଓ ଜିଏସ୍‌ଟିକୁ ମିଶାଇ ମହାରାଷ୍ଟ୍ର ସମଗ୍ର ଦେଶରେ ୧ନଂରେ ରହିଛି।”

ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ସ୍ଥିତିର ସମୀକ୍ଷା କରିଥିଲେ। ଏହି ସମୟରେ ସେ ତୈଳଦର ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ। ସେ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ତୈଳଦର ଅଧିକ ଥିବା କହିବା ସହ ଏହାକୁ ହ୍ରାସ କରିବାକୁ ଅନୁରୋଧ କରିଥିଲେ।

Advertisment

ସେ କହିଥିଲେ ଯେ “ମୁଁ କାହାକୁ ସମାଲୋଚନା କରୁନାହିଁ। କିନ୍ତୁ ମୁଁ ଆପଣମାନଙ୍କ ରାଜ୍ୟର ଲୋକଙ୍କ କଲ୍ୟାଣ ପାଇଁ ଦର ହ୍ରାସ କରିବାକୁ ଅନୁରୋଧ କରୁଛି। ଲୋକଙ୍କୁ ଫାଇଦା ଦେବାକୁ ସମସ୍ତେ ଭ୍ୟାଟ ହ୍ରାସ କରନ୍ତୁ।” ଏହାପରେ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପରି ତଥ୍ୟ ଦିଆଯାଇଛି।

ଆସନ୍ତାକାଲି ମହାରାଷ୍ଟ୍ରର କ୍ୟାବିନେଟ ବୈଠକ ବସିବ। ଏହି ସମୟରେ ମଧ୍ୟ ତେଲ ଉପରେ ଲାଗୁ ହେଉଥିବା ଭ୍ୟାଟ ଉପରେ ମଧ୍ୟ ଆଲୋଚନା ହେବ। ବୁଧବାର ଉଦ୍ଧବ ଠାକରେ କହିଛନ୍ତି, ପ୍ରାକୃତିକ ଗ୍ୟାସ ଉପରେ ରାଜ୍ୟ ସରକାର ପୂର୍ବରୁ ହିଁ ଟିକସ ରିହାତି ଦେଇଛନ୍ତି। ପ୍ରାକୃତି ଗ୍ୟାସର ବ୍ୟବହାରକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଏହାର ଟିକସ ପରିମାଣକୁ ୧୩.୫%ରୁ ୩%କୁ ହ୍ରାସ କରିଛନ୍ତି।

Uddhav Thackeray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe