/odisha-reporter/media/post_attachments/uploads/2021/04/suvendu-adhikari.jpg)
suvendu-adhikari
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆଜି ଜାରି ରହିଛି। କିନ୍ତୁ ରାଜ୍ୟରେ ହିଂସା ଯେପରି ଥମିବାର ନାଁ ନେଉନାହିଁ। ନନ୍ଦିଗ୍ରାମରେ ଆଜି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ କନଭୟ ଉପରକୁ ପଥର ମାଡ଼ କରାଯାଇଛି। ଏହି ଘଟଣା ନନ୍ଦିଗ୍ରାମର ସାତେଙ୍ଗାବାରୀ ଅଞ୍ଚଳରେ ଘଟିଛି।
ଅପରାହ୍ଣରେ ଶୁଭେନ୍ଦୁ ଅଧିକାରୀ ମତଦାନ ପାଇଁ ପୋଲିଂ ବୁଥକୁ ଯାଇଥିଲେ ଏବଂ ସେଠାରୁ ଫେରିବା ବେଳେ ତାଙ୍କ କନଭୟ ଉପାକୁ ପଥର ମାଡ଼ କରାଯାଇଥିଲା। ସୌଭାଗ୍ୟବଶତଃ ଏଥିରେ ଶୁଭେନ୍ଦୁଙ୍କୁ କୌଣସି ଆଘାତ ଲାଗିନାହିଁ। ତେବେ ଏହି ଆକ୍ରମଣରେ କିଛି ଗଣମାଧ୍ୟମର ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣକୁ ନେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, କିଛି ବିଶେଷ ସମ୍ପ୍ରଦାୟର ଲୋକେ ଏହି ଆକ୍ରମଣ କରିଛନ୍ତି।
https://twitter.com/ANI/status/1377523094894518273?s=20
ବିଜେପିର ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି, ଦେଶର କୌଣସି ରାଜ୍ୟରେ ଏଭଳି ହିଂସା ଦେଖିବାକୁ ମିଳିନାହିଁ। ବେଙ୍ଗଲକୁ ବାଂଲାଦେଶ କରାଯିବାକୁ ଚକ୍ରାନ୍ତ ଚାଲିଛି। କିଛି ବିଶେଷ ସମ୍ପ୍ରଦାୟକୁ ହାତ କରି ଟିଏମସି ରାଜନୀତିକ ହିଂସା କରୁଛି। ଏବେ ଏହା ଆରପାର୍ ଲଢ଼େଇ ହୋଇଛି ଏବଂ ଏଥର ନିଶ୍ଚୟ ଟିଏମସିର ମୂଳପୋଛ ହେବ।
ଶୁଭେନ୍ଦୁ ଅଧିକାର କହିଛନ୍ତି, ପଶ୍ଚିମବଙ୍ଗରେ ଏବେ ଜଙ୍ଗଲ ରାଜ ଚାଲିଛି। ଯେଉଁମାନେ ଆକ୍ରମଣ କରିଛନ୍ତି, ସେମାନେ ଜୟ ବାଙ୍ଗଲା ନାରା ଲଗାଇଥିଲେ। ଏହି ନାରା ବେଙ୍ଗଲର ନୁହେଁ ବରଂ ଏହା ବାଂଲାଦେଶର। ପଶ୍ଚିମବଙ୍ଗକୁ ଏବେ ବାଂଲାଦେଶ କରାଯିବା ଲାଗି ପ୍ରସ୍ତୁତି ଚାଲିଛି। କିନ୍ତୁ କେନ୍ଦ୍ର ପାରାମିଲିଟାରୀ ଫୋର୍ସ ଭଲ କାମ କରିଛନ୍ତି। ଏହି ଫୋର୍ସଙ୍କ ଉଦ୍ୟମ ଯୋଗୁ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ଶୁଭେନ୍ଦୁ କହିଛନ୍ତି।
ସେହିପରି ପଶ୍ଚିମ ମେଦିନାପୁର ଜିଲ୍ଲାର କେଶପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରୀତୀଶ ରଞ୍ଜନଙ୍କ କନଭୟ ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
