Advertisment

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌, ମସଜିଦ ବାହାରେ ପଥରମାଡ

ଶ୍ରୀନଗର: ଆଜି ଚାରିଆଡେ ପାଳନ ହେଉଛି ଇଦ୍‌। ମୁସଲିମ ସମ୍ପ୍ରଦାୟର ଲୋକମାନେ ଏହାକୁ ପାଳନ କରୁଛନ୍ତି। କିନ୍ତୁ ଜମ୍ମୁ କଶ୍ମୀରରେ ଇଦ୍‌ ଅବସରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରାଯାଇଛି। ମସଜିଦ ବାହାରେ ତାଙ୍କ ଉପରକୁ ହୋଇଛି ପଥରମାଡ। ଜମ୍ମୁକଶ୍ମୀରର ଅନନ୍ତନାଗ ସ୍ଥିତ ଏକ ମସଜିଦ ବାହାରେ ଯବାନମାନଙ୍କ ଉପରକୁ ପଥରମାଡ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ, କିଛି ଦୁର୍ବୃତ୍ତ ସୁରକ୍ଷାକର୍ମୀଙ୍କ ଉପରେ ପଥର ମାଡ କରିଥିଲେ । ତେବେ ଏଥିରେ କେହି ଆହତ ହୋଇଛନ୍ତି ନା ନାହିଁ […]

ଅଦ୍ୟତନ ହୋଇଛି
ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌, ମସଜିଦ ବାହାରେ ପଥରମାଡ

Stone pelting

Advertisment

ଶ୍ରୀନଗର: ଆଜି ଚାରିଆଡେ ପାଳନ ହେଉଛି ଇଦ୍‌। ମୁସଲିମ ସମ୍ପ୍ରଦାୟର ଲୋକମାନେ ଏହାକୁ ପାଳନ କରୁଛନ୍ତି। କିନ୍ତୁ ଜମ୍ମୁ କଶ୍ମୀରରେ ଇଦ୍‌ ଅବସରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରାଯାଇଛି। ମସଜିଦ ବାହାରେ ତାଙ୍କ ଉପରକୁ ହୋଇଛି ପଥରମାଡ। ଜମ୍ମୁକଶ୍ମୀରର ଅନନ୍ତନାଗ ସ୍ଥିତ ଏକ ମସଜିଦ ବାହାରେ ଯବାନମାନଙ୍କ ଉପରକୁ ପଥରମାଡ ହୋଇଥିବା ସୂଚନା ମିଳିଛି।

Advertisment

ରିପୋର୍ଟ ଅନୁସାରେ, କିଛି ଦୁର୍ବୃତ୍ତ ସୁରକ୍ଷାକର୍ମୀଙ୍କ ଉପରେ ପଥର ମାଡ କରିଥିଲେ । ତେବେ ଏଥିରେ କେହି ଆହତ ହୋଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ଘଟଣାସ୍ଥଳରେ ସ୍ଥିତି ଉତ୍ତେଜନାପୀର୍ଣ୍ଣ ଥିବାରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି। କୁହାଯାଉଛି ଯେ, ନମାଜ ପାଠ ପରେ ଏହି ପଥରମାଡ କରାଯାଇଛି।

ନମାଜ ପାଠ ପରେ କିଛି ବିକ୍ଷୋଭକାରୀ ରାସ୍ତା ଉପରକୁ ଓହ୍ଲାଇ ଆସିଥିଲେ ଏବଂ କଶ୍ମୀରକୁ ନେଇ ନାରାବାଜି କରିଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଥିଲେ। ତେବେ ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣ ରହିଛି। ଘଟଣା ପରେ ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

Advertisment

ଉଲ୍ଲେଖଯୋଗ୍ୟ ଯେ, ଆଜି ସାରା ଦେଶରେ ଇଦ ପାଳନ କରାଯାଉଛି। ଜମ୍ମୁ-କାଶ୍ମୀରରେ ମଧ୍ୟ ଅନେକ ମସଜିଦରେ ସମୂହ ନମାଜ ପାଠ ହୋଇଥିବା ନେଇ ଚିତ୍ର ସାମ୍ନାକୁ ଆସିଛି । ଗତ କିଛିଦିନ ତଳେ କାଶ୍ମୀରରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ହାର୍ଡକୋର୍ ଆତଙ୍କବାଦୀ ନିହତ ହୋଇଥିଲେ । ଏହାସହ ୨ ଜଣ ଯବାନ ମଧ୍ୟ ସହିଦ ହୋଇଥିବା ଖବର ଆସିଥିଲା ।

Stone Pelting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe