Advertisment

ଜଙ୍ଗଲ ବୁଲିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ

ମହୀଶୂର: ପୁରୁଷ ବନ୍ଧୁଙ୍କ ସହ ଜଙ୍ଗଲକୁ ବୁଲିବାକୁ ଯାଇ ଅସାମାଜିକ ଲୋକଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେଲେ ଛାତ୍ରୀ। ତେବେ ଘଟଣାକୁ ୨୪ ଘଣ୍ଟା ପୂରଣ ହୋଇଥିଲେ ମଧ୍ୟ ଅଭିଯୁକ୍ତକୁ ଏବେ ବି ପାଇବାରେ ପୁଲିସ ବିଫଳ ରହିଛି। ପୀଡ଼ିତା ଜଣଙ୍କ ମହୀଶୂରର ଏକ ଘରୋଇ କଲେଜର ଛାତ୍ରୀ ଏବଂ ତାଙ୍କର ପୁରୁଷ ବନ୍ଧୁ ଜଙ୍ଗଲକୁ ବୁଲିବାକୁ ଏକା ସାଙ୍ଗରେ ଯାଇଥିଲେ। ଦୁର୍ବୃତ୍ତମାନେ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିବା ବେଳେ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ଦଙ୍ଗା ବଢ଼ିଛି: ମିଛ ମାମଲାର ବି ହିସାବ ଦେଲେ ସରକାର

New Hunting Ground

ମହୀଶୂର: ପୁରୁଷ ବନ୍ଧୁଙ୍କ ସହ ଜଙ୍ଗଲକୁ ବୁଲିବାକୁ ଯାଇ ଅସାମାଜିକ ଲୋକଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେଲେ ଛାତ୍ରୀ। ତେବେ ଘଟଣାକୁ ୨୪ ଘଣ୍ଟା ପୂରଣ ହୋଇଥିଲେ ମଧ୍ୟ ଅଭିଯୁକ୍ତକୁ ଏବେ ବି ପାଇବାରେ ପୁଲିସ ବିଫଳ ରହିଛି। ପୀଡ଼ିତା ଜଣଙ୍କ ମହୀଶୂରର ଏକ ଘରୋଇ କଲେଜର ଛାତ୍ରୀ ଏବଂ ତାଙ୍କର ପୁରୁଷ ବନ୍ଧୁ ଜଙ୍ଗଲକୁ ବୁଲିବାକୁ ଏକା ସାଙ୍ଗରେ ଯାଇଥିଲେ। ଦୁର୍ବୃତ୍ତମାନେ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିବା ବେଳେ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି ଫିଙ୍ଗି ଦେଇଥିବା ଜଣାପଡ଼ିଛି।

Advertisment

ଏହାକୁ ନେଇ ସାରା ରାଜ୍ୟରେ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ନିଜେ ଗୃହମନ୍ତ୍ରୀ ଏହି ମାମଲାରେ ହସ୍ତକ୍ଷେପ କରିଥିବା ସୂଚନା ରହିଛି। ତେବେ ଦୁଷ୍କର୍ମକାରୀ ପୀଡ଼ିତାଙ୍କୁ ଏକ ହସ୍ପିଟାଲ ପାଖରେ ଛାଡ଼ି ଦେଇ ପଳାଇଥିବା ସୂଚନା ରହିଛି। ଏହାପରେ ଏପରି ଖବର ସାମ୍ନାକୁ ଆସିଛି।

ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର କହିଛନ୍ତି, ଏହା ଏକ ଅଭାବନୀୟ ଘଟଣା। ମଙ୍ଗଳବାର ଦୁଇ ଜଣ ଗୋଟିଏ ଜଙ୍ଗଲରେ ଥିବା ହେଲିପ୍ୟାଡକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ କିଛି ଅସାମାଜିକ ବ୍ୟକ୍ତି ସଂଧ୍ୟା ୭ଟା ୩୦ ମିନିଟ୍ ସମୟରେ ଛାତ୍ରୀଙ୍କ ସହିତ ଗଣ ଦୁଷ୍କର୍ମ କରିଛନ୍ତି। ଏହି ଦୁଷ୍କର୍ମ ମାମଲାରେ ଏଫଆଇଆର ରୁଜୁ ହୋଇସାରିଛି। ବେଙ୍ଗାଲୁରୁରୁ ମହୀଶୂରକୁ ତଦନ୍ତ ଅଧିକାରୀ ଯାଇ ସାରିଛନ୍ତି। ଗୁରୁବାର ସେ ନିଜେ ମହୀଶୂର ଆସିବେ ବୋଲି କହିଛନ୍ତି।

Advertisment

ସେ କହିଛନ୍ତି, ପୀଡ଼ିତା ରାତି ଗୋଟାଏ ୩୦ ମିନିଟ୍ ସମୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ସକାଳେ ଏହି ଘଟଣା ଜଣାପଡ଼ିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସକୁ ଏହି ଖବର ଦେଇଥିଲା ବୋଲି ସେ କହିଛନ୍ତି। ଏବେ ଏଫଆଇଆର ରୁଜୁ ହୋଇସାରିଛି, ତଦନ୍ତ ଚାଲିଛି। ମାମଲାକୁ ଗୁରୁତର ଭାବରେ ବିଚାର କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗୃହ ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ କହିଛନ୍ତି, ସେ ଡିଜିପି ପ୍ରବୀଣ ସୁଦଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି। ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। ସେହିପରି ମହୀଶୂର ପୁଲିସ କମିଶନର ଡକ୍ଟର ଚନ୍ଦ୍ରଗୁପ୍ତ କହିଛନ୍ତି, ଯେଉଁ ସ୍ଥାନରେ ଦୁଷ୍କର୍ମ ହୋଇଛି ସେ ସେହି ସ୍ଥାନକୁ ଟିମ୍ ସହ ଯାଇଥିଲେ। ଏହି ମାମଲାରେ ତଦନ୍ତକାରୀ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି।