Advertisment

ପରୀକ୍ଷା ପାଇଁ ଜୁନିୟରଙ୍କୁ ଗଳାକାଟି ହତ୍ୟା ଘଟଣା: ଅଭିଯୁକ୍ତକୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୧୭ ମସିହା ଗୁରୁଗ୍ରାମ ରାୟନ ଇଣ୍ଟରନ୍ୟାଶନାଲ ସ୍କୁଲ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତକୁ ଆଜି ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି। ଏହି ସ୍କୁଲରେ ପାଠ ପଢ଼ୁଥିବା ୭ ବର୍ଷୀୟ ପ୍ରଦ୍ୟୁମ୍ନ ଠାକୁରଙ୍କୁ ତାଙ୍କ ସିନିୟର ଗଳା କାଟି ହତ୍ୟା କରିଥିଲା। ସିନିୟର ଛାତ୍ରର ବୟସ ୧୬ ବର୍ଷ ହୋଇଥିଲେ ମଧ୍ୟ ତା’କୁ ସାବାଳକ ଭାବେ ବିବେଚନା କରାଯାଇଥିଲା। ଜୁଭେନାଇଲ ଜଷ୍ଟିସ ବୋର୍ଡ ମଧ୍ୟ ଅଭିଯୁକ୍ତ ଜଣକ ବର୍ବରକାଣ୍ଡ ଘଟାଇଥିବାରୁ ତା’ ଅପରାଧକୁ ସାବାଳକଙ୍କ ଭଳି ଭାବେ […]

ପରୀକ୍ଷା ପାଇଁ ଜୁନିୟରଙ୍କୁ ଗଳାକାଟି ହତ୍ୟା ଘଟଣା: ଅଭିଯୁକ୍ତକୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ

Pradyuman-Thakur

Advertisment

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୧୭ ମସିହା ଗୁରୁଗ୍ରାମ ରାୟନ ଇଣ୍ଟରନ୍ୟାଶନାଲ ସ୍କୁଲ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତକୁ ଆଜି ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି। ଏହି ସ୍କୁଲରେ ପାଠ ପଢ଼ୁଥିବା ୭ ବର୍ଷୀୟ ପ୍ରଦ୍ୟୁମ୍ନ ଠାକୁରଙ୍କୁ ତାଙ୍କ ସିନିୟର ଗଳା କାଟି ହତ୍ୟା କରିଥିଲା। ସିନିୟର ଛାତ୍ରର ବୟସ ୧୬ ବର୍ଷ ହୋଇଥିଲେ ମଧ୍ୟ ତା’କୁ ସାବାଳକ ଭାବେ ବିବେଚନା କରାଯାଇଥିଲା।

Advertisment

ଜୁଭେନାଇଲ ଜଷ୍ଟିସ ବୋର୍ଡ ମଧ୍ୟ ଅଭିଯୁକ୍ତ ଜଣକ ବର୍ବରକାଣ୍ଡ ଘଟାଇଥିବାରୁ ତା’ ଅପରାଧକୁ ସାବାଳକଙ୍କ ଭଳି ଭାବେ ବିଚାର କରିବାକୁ କହିଥିଲେ। ଏହି ପରାମର୍ଶ ପରେ ଅଭିଯୁକ୍ତକୁ ଗତ ୫ ବର୍ଷ ହେଲା ଅଟକ ରଖାଯାଇଥିଲା। ଆଜି ସୁପ୍ରିମକୋର୍ଟ ତା’କୁ ଜାମିନ ଦେଇଛନ୍ତି।

୨୦୧୭ରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ୧୬ ବର୍ଷୀୟ ଛାତ୍ର ଜଣଙ୍କ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ପ୍ରଦ୍ୟୁମ୍ନଙ୍କୁ ଉଠାଇ ନେଇଥିଲା। ସେ ପରୀକ୍ଷା ଦେବାକୁ ଚାହୁଁ ନଥିଲା ଓ ସ୍କୁଲରେ ଅଭିଭାବକ-ଶିକ୍ଷକ ବୈଠକ ଯେମିତି ନ ହେବ, ସେଦିଗରେ ଯୋଜନା କରିଥିଲା। ଏଥିପାଇଁ ସେ ପ୍ରଦ୍ୟୁମ୍ନଙ୍କୁ ଗଳାକାଟି ହତ୍ୟା କରିଥିଲା। ଏହାଦ୍ୱାରା ବିବାଦ ହେବ ଓ ସ୍କୁଲରେ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ଚିନ୍ତା କରି ସେ ପ୍ରଦ୍ୟୁମ୍ନଙ୍କୁ ହତ୍ୟା କରିଥିଲେ।

Advertisment

୨୦୧୭ ମସିହା ସେପ୍ଟେମ୍ବର ୮ରେ ସ୍କୁଲର ୱାଶରୁମ ବାହାରେ ୭ ବର୍ଷୀୟ ପ୍ରଦ୍ୟୁମ୍ନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗୁରୁଗ୍ରାମ ପୁଲିସ୍‌ ତୁରନ୍ତ ଜଣେ ସ୍କୁଲ ବସ୍‌ କଣ୍ତକ୍ଟରଙ୍କୁ ଗିରଫ କରିଥିଲା। ହେଲେ ଏହାର ମାସକ ପରେ ସିବିଆଇ ଘଟଣାର ତଦନ୍ତ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ୧୬ ବର୍ଷୀୟ ଛାତ୍ରଙ୍କୁ ଗିରଫ କରିବା ପରେ ସେ ହତ୍ୟାକାଣ୍ଡକୁ ସ୍ୱୀକାର କରିଥିବା ସିବିଆଇ କହିଥିଲା।

ତେବେ ପିଲାଟିର ବାପା ଏହାକୁ ମାନି ନଥିଲେ। ସିବିଆଇ ନିର୍ଯାତନା ଦେଇ ସ୍ୱୀକାରୋକ୍ତି ହାସଲ କରିଥିବା ସେ ଅଭିଯୋଗ କରିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ଏହା ମିଥ୍ୟା ପ୍ରମାଣିତ ହୋଇଥିଲା। ଏବେ ମାମଲାର ଶୁଣାଣି ଅକ୍ଟୋବର ୩୧ରୁ ଆରମ୍ଭ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe