Advertisment

ଶିକ୍ଷୟିତ୍ରୀଙ୍କୁ ‘ଆଇ ଲଭ ୟୁ’ କହି ଭିଡିଓ ଶୁଟିଂ କଲେ, ପରେ ଭାଇରାଲ କରିଦେଲେ

ମୀରଟ: ପିଲାମାନଙ୍କ ଅଶ୍ଳୀଳ କମେଣ୍ଟ ଓ ବଦମାସ ଆଚରଣରୁ ବର୍ତ୍ତି ନାହାନ୍ତି ଖୋଦ ଜଣେ ଶିକ୍ଷୟିତ୍ରୀ। ସେ ଯେଉଁ ସ୍କୁଲରେ ପାଠ ପଢ଼ାନ୍ତି, ସେଠାକାର କିଛି ପିଲା ତାଙ୍କୁ ବାରମ୍ବାର ଅଶ୍ଳୀଳ କମେଣ୍ଟ କରିବା ସହ ହଇରାଣ କରିଛନ୍ତି। ଏଥିସହ ସ୍କୁଲ ପରିସରରେ ଶିକ୍ଷୟିତ୍ରୀଙ୍କୁ ଆଇ ଲଭ ୟୁ କହି ଭିଡିଓ ଶୁଟିଂ କରିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ ହେବା ପରେ ଶିକ୍ଷୟିତ୍ରୀ ଜଣଙ୍କ ପୁଲିସ୍‌ରେ […]

ଶିକ୍ଷୟିତ୍ରୀଙ୍କୁ ‘ଆଇ ଲଭ ୟୁ’ କହି ଭିଡିଓ ଶୁଟିଂ କଲେ, ପରେ ଭାଇରାଲ କରିଦେଲେ

Teacher

Advertisment

ମୀରଟ: ପିଲାମାନଙ୍କ ଅଶ୍ଳୀଳ କମେଣ୍ଟ ଓ ବଦମାସ ଆଚରଣରୁ ବର୍ତ୍ତି ନାହାନ୍ତି ଖୋଦ ଜଣେ ଶିକ୍ଷୟିତ୍ରୀ। ସେ ଯେଉଁ ସ୍କୁଲରେ ପାଠ ପଢ଼ାନ୍ତି, ସେଠାକାର କିଛି ପିଲା ତାଙ୍କୁ ବାରମ୍ବାର ଅଶ୍ଳୀଳ କମେଣ୍ଟ କରିବା ସହ ହଇରାଣ କରିଛନ୍ତି। ଏଥିସହ ସ୍କୁଲ ପରିସରରେ ଶିକ୍ଷୟିତ୍ରୀଙ୍କୁ ଆଇ ଲଭ ୟୁ କହି ଭିଡିଓ ଶୁଟିଂ କରିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

Advertisment

ଭିଡିଓ ଭାଇରାଲ ହେବା ପରେ ଶିକ୍ଷୟିତ୍ରୀ ଜଣଙ୍କ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ୪ ଜଣ ପିଲାଙ୍କୁ ପୁଲିସ୍‌ ଅଟକ ରଖିଛି। ଅଶ୍ଳୀଳ କମେଣ୍ଟ କରିବା ବେଳର ୨ଟି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ଘଟଣାରେ ପୁଲିସ୍‌ ୪ ଜଣ ଶିକ୍ଷାର୍ଥୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିଛି। ଏମାନଙ୍କ ମଧ୍ୟରେ ଜଣେ ଛାତ୍ରୀ ବି ଅଛନ୍ତି।

ଉତ୍ତର ପ୍ରଦେଶର ମୀରଟ ଅନ୍ତର୍ଗତ ରାଧନା ଇନାୟତପୁର ଗାଁରେ ଥିବା ଗୋଟିଏ ସ୍କୁଲରେ ପୂରା ଘଟଣା ଘଟିଛି। ରବିବାର ୨୭ ବର୍ଷୀୟ ଶିକ୍ଷୟିତ୍ରୀ ଜଣଙ୍କ ଲିଖିତ ଭାବେ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା କିଛି ପିଲାଙ୍କ ବିରୋଧରେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଏହି ପିଲାମାନେ ତାଙ୍କୁ ଦୀର୍ଘଦିନ ହେଲା ଅଶ୍ଳୀଳ କମେଣ୍ଟ ସହ ହଇରାଣ କରୁଥିବା ଅଭିଯୋଗରେ ଉଲ୍ଲେଖ ରହିଥିଲା।

Advertisment

କିଥାଉର ପୁଲିସ୍‌ ଷ୍ଟେସନର ଏସଏଚ୍‌ଓ ଅରବିନ୍ଦ ମୋହନ ଶର୍ମା କହିଛନ୍ତି, ଶିକ୍ଷୟିତ୍ରୀଙ୍କ ବିରୋଧରେ ପିଲାମାନେ ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ପିଲାମାନେ କମେଣ୍ଟ କରୁଥିବାରୁ ଶିକ୍ଷୟିତ୍ରୀ ଜଣଙ୍କ ସେମାନଙ୍କୁ ବାରମ୍ବାର ତାଗିଦ କରୁଥିଲେ।

ହେଲେ ସେମାନେ ନିଜର ବଦମାସୀ ବନ୍ଦ କରି ନଥିଲେ। ତେବେ ଜୁନ ୨୪ରେ ଶିକ୍ଷାର୍ଥୀମାନେ ସବୁ ସୀମା ପାର କରି ଯାଇଥିଲେ। ସ୍କୁଲ ପରିସରରେ ଶିକ୍ଷୟିତ୍ରୀଙ୍କୁ ଆଇ ଲଭ ୟୁ କହିବା ସହ ଏହାର ଭିଡିଓ ରେକର୍ଡ କରିଥିଲେ। ଏହାପରେ ଏହି ଭିଡିଓ କ୍ଲିପକୁ ସୋଶାଲ ମିଡିଆରେ ଭାଇରାଲ କରାଯାଇଥିଲା।

ଏହି ଗୋଟିଏ ଭିଡିଓ ନୁହେଁ, କ୍ଲାସ ରୁମ ଭିତରେ ପିଲାମାନେ ଶିକ୍ଷୟିତ୍ରୀଙ୍କୁ ଅତ୍ୟନ୍ତ ଅଭଦ୍ର ଭାଷାରେ ଗାଳି ଗୁଲଜ କରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହା ସାମ୍ନାକୁ ଆସିବା ପରେ ଘଟଣାରେ ସାମିଲ ଥିବା ପିଲାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସମସ୍ତ ଶିକ୍ଷାର୍ଥୀଙ୍କ ବୟସ ୧୬ ବର୍ଷ ପାଖାପାଖି ହେବ। ତେଣୁ ସେମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ପାଖରେ ହାଜର କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe