Advertisment

ସର୍ଭିସ ସେଣ୍ଟରରୁ ଫେସବୁକରେ ପୋଷ୍ଟ ହେଲା ଛାତ୍ରୀଙ୍କ ଅଶ୍ଳୀଳ ଫଟୋ, କ୍ଷତି ପୂରଣ ଦେଲା ଆପଲ୍‌

ନୋଏଡା: ବିଶ୍ୱର ସବୁଠାରୁ ଦାମୀ ମୋବାଇଲ୍‌ କମ୍ପାନୀ ଆପଲର ଅବେହଳା ସାମ୍ନାକୁ ଆସିଛି। ଜଣେ ଛାତ୍ରୀ ତାଙ୍କ ଫୋନକୁ ମରାମତି ପାଇଁ କମ୍ପାନୀକୁ ପଠାଇଥିଲେ। ହେଲେ ଆଇଫୋନ ସର୍ଭିସ ସେଣ୍ଟରରୁ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ ହୋଇଥିଲା। ଏଥିପାଇଁ ଛାତ୍ରୀଙ୍କୁ ମଲ୍ଟି ମିଲିୟନ ଡଲାରର କ୍ଷତିପୂରଣ ଦେଇଛି ଆପଲ। ପେଗାଟ୍ରୋନ ଦ୍ୱାରା ପରିଚାଳିତ କାର୍ଲିଫର୍ଣ୍ଣିଆ ଠାରେ ଥିବା ମରାମତି କେନ୍ଦ୍ରର ଦୁଇ ଜଣ ଟେକ୍ନିସିଆନ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ୨୦୧୬ରେ […]

ଅଦ୍ୟତନ ହୋଇଛି
ସର୍ଭିସ ସେଣ୍ଟରରୁ ଫେସବୁକରେ ପୋଷ୍ଟ ହେଲା ଛାତ୍ରୀଙ୍କ ଅଶ୍ଳୀଳ ଫଟୋ, କ୍ଷତି ପୂରଣ ଦେଲା ଆପଲ୍‌

apple

Advertisment

ନୋଏଡା: ବିଶ୍ୱର ସବୁଠାରୁ ଦାମୀ ମୋବାଇଲ୍‌ କମ୍ପାନୀ ଆପଲର ଅବେହଳା ସାମ୍ନାକୁ ଆସିଛି। ଜଣେ ଛାତ୍ରୀ ତାଙ୍କ ଫୋନକୁ ମରାମତି ପାଇଁ କମ୍ପାନୀକୁ ପଠାଇଥିଲେ। ହେଲେ ଆଇଫୋନ ସର୍ଭିସ ସେଣ୍ଟରରୁ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ ହୋଇଥିଲା।

Advertisment

ଏଥିପାଇଁ ଛାତ୍ରୀଙ୍କୁ ମଲ୍ଟି ମିଲିୟନ ଡଲାରର କ୍ଷତିପୂରଣ ଦେଇଛି ଆପଲ। ପେଗାଟ୍ରୋନ ଦ୍ୱାରା ପରିଚାଳିତ କାର୍ଲିଫର୍ଣ୍ଣିଆ ଠାରେ ଥିବା ମରାମତି କେନ୍ଦ୍ରର ଦୁଇ ଜଣ ଟେକ୍ନିସିଆନ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

୨୦୧୬ରେ ଓରେଗନରେ ଥିବା ଗୋଟିଏ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ତାଙ୍କ ଆଇଫୋନକୁ ମରାମତି କରିବାକୁ ଦେଇଥିଲେ। ମରାମତି କରିବା ବେଳେ ଦୁଇ ଜଣ ଟେକ୍ନିସିଆନ ଛାତ୍ରୀଙ୍କ ୧୦ଟି ପୋଷାକ ପରିଧାନ କରି ନଥିବା ଫଟୋ ଓ ଭିଡିଓ ଫେସବୁକରେ ପୋଷ୍ଟ କରିଦେଇଥିଲେ। ଛାତ୍ରୀଙ୍କ ଫୋନରୁ ହିଁ ଏହି କାରନାମା କରାଯାଇଥିଲା। ଏହାଦ୍ୱାରା ସେ ନିଜେ ନିଜର ଅଶ୍ଳୀଳ ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଥିବା ଦୁଇ ଟେକ୍ନିସିଆନ ଜଣାଇବାକୁ ଚେଷ୍ଟା କରିଥିଲେ।

Advertisment

ଅଶ୍ଳୀଳ ଫଟୋ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଛାତ୍ରୀଙ୍କ ଜଣେ ବନ୍ଧୁ ଫଟୋକୁ ଦେଖି ତୁରନ୍ତ ଆପତ୍ତି ଉଠାଇଥିଲେ। ତାଙ୍କ ଆପତ୍ତିକୁ ଦେଖି ତୁରନ୍ତ ଫେସବୁକରୁ ଏହାକୁ ହଟାଇ ଦିଆଯାଇଥିଲା। ଏହାକୁ ନେଇ ଆପଲ ଓ ଛାତ୍ରୀଙ୍କ ମଧ୍ୟରେ ଆଇନଗତ ଯୁଦ୍ଧ ଆରମ୍ଭ ହୋଇଥିଲା।

ଛାତ୍ରୀଙ୍କ ଓକିଲ ବୁଝାମଣା ପାଇଁ ୫ ମିଲିୟନ ଡଲାର ଦାବି କରିଥିଲେ। କମ୍ପାନୀ ଛାତ୍ରୀଙ୍କୁ କ୍ଷତିପୂରଣ ଦେଇଥିଲେ ହେଁ କେତେ ଅର୍ଥ ଦେଇଛି, ତାହା ଜଣାପଡ଼ିନି।

Apple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe