Advertisment

ଇସ୍ତଫା ଦେଲେ ବିହାର କୃଷିମନ୍ତ୍ରୀ

ପାଟନା: ବିହାର କୃଷି ମନ୍ତ୍ରୀ ସୁଧାକର ସିଂ ଆଜି  ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୁଧାକର ସିଂ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇ ଦେଇଛନ୍ତି। ବିହାର ଆରଜେଡି ସଭାପତି ସୁଧାକରଙ୍କ ବାପା ଜଗଦାନନ୍ଦ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଜଗଦାନନ୍ଦ କହିଛନ୍ତି ଯେ, ମୋ ପୁଅ ଚାଷୀମାନଙ୍କ ଅଧିକାର ଲାଗି ଲଢ଼େଇ କରିବାକୁ ଚାହୁଁଥିଲେ। ହେଲେ ତାଙ୍କୁ ବହୁ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଥିଲା। ତେଣୁ ସେ ଏହି ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। […]

ଇସ୍ତଫା ଦେଲେ ବିହାର କୃଷିମନ୍ତ୍ରୀ

650

Advertisment

ପାଟନା: ବିହାର କୃଷି ମନ୍ତ୍ରୀ ସୁଧାକର ସିଂ ଆଜି  ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୁଧାକର ସିଂ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇ ଦେଇଛନ୍ତି। ବିହାର ଆରଜେଡି ସଭାପତି ସୁଧାକରଙ୍କ ବାପା ଜଗଦାନନ୍ଦ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଜଗଦାନନ୍ଦ କହିଛନ୍ତି ଯେ, ମୋ ପୁଅ ଚାଷୀମାନଙ୍କ ଅଧିକାର ଲାଗି ଲଢ଼େଇ କରିବାକୁ ଚାହୁଁଥିଲେ। ହେଲେ ତାଙ୍କୁ ବହୁ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଥିଲା। ତେଣୁ ସେ ଏହି ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।  ଚାଷୀଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ସେମାନଙ୍କ ସ୍ୱାର୍ଥ ଲାଗି କେହି ଜଣେ ଛିଡ଼ା ହେବା ଉଚିତ ବୋଲି ଜଗଦାନନ୍ଦ କହିଛନ୍ତି।  ଏଥିପାଇଁ  କୃଷିମନ୍ତ୍ରୀ ଏହି ଦାୟିତ୍ୱ ନେବାକୁ ଉଚିତ ମଣିଥିଲେ। ରାଜ୍ୟରେ ମଣ୍ଡି ପାଇଁ ଥିବା ଆଇନ କୃଷକମାନଙ୍କୁ ତଳିତଳାନ୍ତ କରିସାରିଲାଣି।

Advertisment

କୃଷକମାନଙ୍କର ଉତ୍ପାଦ ବିକ୍ରୟ ପାଇଁ ମଣ୍ଡି ନାହିଁ ।ଏହି କାରଣରୁ କୃଷି ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ତେବେ ସରକାର ଗଠନ ପରଠାରୁ ମନ୍ତ୍ରୀ ସୁଧାକର ସିଂ ସର୍ବସାଧାରଣରେ ତାଙ୍କ ସରକାର ଏବଂ ବିଭାଗକୁ ତୀବ୍ର ବିରୋଧ କରିଥିଲେ। ସୁଧାକର ସିଂ ନୀତୀଶ ସରକାରଙ୍କ କୃଷି ରୋଡମ୍ୟାପ ଉପରେ ମଧ୍ୟ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ କୃଷି ରୋଡମ୍ୟାପରେ ଅନେକ ଅନିୟମିତତା ରହିଛି। ଏହି କାରଣରୁ ବିଭାଗର ଅଧିକାରୀମାନେ କୃଷକମାନଙ୍କୁ ହେୟଜ୍ଞାନ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe