Advertisment

ନୋରାଙ୍କୁ ୬ ଘଣ୍ଟା ଜେରା

ମୁମ୍ବାଇ: ଆଇନ ଜାଲରେ ଫସିଲେ ଅଭିନେତ୍ରୀ ନୋରା ଫତେହି। ୬ ଘଣ୍ଟା ଧରି ଘାଣ୍ଟିଲା ଦିଲ୍ଲୀ ପୁଲିସ। ଦିଲ୍ଲୀ ପୁଲିସର ଆର୍ଥିକ ଅପରଧ ଶାଖା ତଥା ଇଓଡବ୍ଲୁ ନୋରାଙ୍କୁ ଜେରା କରିଛି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ନୋରାଙ୍କୁ ପୁଲିସ ପଚରାଉଚରା କରିଛି। ଏହି ମାମଲାରେ ଆସନ୍ତା ୧୨ ତାରିଖରେ ଜ୍ୟାକ୍‌ଲିନ୍‌ଙ୍କୁ ପୁଲିସ ପଚରାଉଚରା କରିବ। ସୂଚନା ମୁତାବକ, ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ର ଶେଖର ଓ […]

author-image
Madhupriya Mistry
ନୋରାଙ୍କୁ ୬ ଘଣ୍ଟା ଜେରା

Nora Fatehi

ମୁମ୍ବାଇ: ଆଇନ ଜାଲରେ ଫସିଲେ ଅଭିନେତ୍ରୀ ନୋରା ଫତେହି। ୬ ଘଣ୍ଟା ଧରି ଘାଣ୍ଟିଲା ଦିଲ୍ଲୀ ପୁଲିସ। ଦିଲ୍ଲୀ ପୁଲିସର ଆର୍ଥିକ ଅପରଧ ଶାଖା ତଥା ଇଓଡବ୍ଲୁ ନୋରାଙ୍କୁ ଜେରା କରିଛି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ନୋରାଙ୍କୁ ପୁଲିସ ପଚରାଉଚରା କରିଛି। ଏହି ମାମଲାରେ ଆସନ୍ତା ୧୨ ତାରିଖରେ ଜ୍ୟାକ୍‌ଲିନ୍‌ଙ୍କୁ ପୁଲିସ ପଚରାଉଚରା କରିବ।

Advertisment

ସୂଚନା ମୁତାବକ, ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ର ଶେଖର ଓ ଅଭିନେତ୍ରୀ ନୋରା ଫତେହିଙ୍କୁ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁହାଁମୁହିଁ ଜେରା କରିସାରିଛି। ଇଡିର ଚାର୍ଜଶିଟ୍‌ରେ ଏହି ପଚରାଉଚରା ବିଷୟରେ ଉଲ୍ଲେଖ ମଧ୍ୟ ରହିଛି। ଏବେ ଏହି ମାମଲରେ ଦିଲ୍ଲୀ ପୁଲିସ ପୁଣି ଥରେ ନୋରାଙ୍କୁ ଡକାଇ ଜେରା କରିଛି। ପଚରାଉଚରା ବେଳେ ପୁଲିସ ନୋରାଙ୍କୁ ପ୍ରାୟ ୫୦ରୁ ଅଧିକ ପ୍ରଶ୍ନ କରିଥିବା ସୂଚନା ମିଳିଛି।

ସୁକେଶ ଠାରୁ ମିଳିଥିବା ଦାମୀ ଗିଫ୍ଟ ଠାରୁ ଆରମ୍ଭ କରି ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଓ ଦେଖାସାକ୍ଷାତ ଯାଏଁ ସବୁ କିଛିର ତଥ୍ୟ ନୋରାଙ୍କ ଠାରୁ ନେଇଛି ପୁଲିସ। ପଚରାଉଚରା ବେଳେ ନୋରା ପୁଲିସ ସହ ସହଯୋଗ କରିଥିବା କଥା ମଧ୍ୟ ଜଣାପଡିଛି। ଏଥିସହ ଜ୍ୟାକ୍‌ଲିନ୍‌ଙ୍କ ସହ ତାଙ୍କର କୌଣସି ଲିଙ୍କ ନଥିବା କହିଛନ୍ତି ନୋରା।

Advertisment

୨୦୦ କୋଟି ଠକେଇ ମାମଲରେ ଦିଲ୍ଲୀର ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାର ତଦନ୍ତ ଦୀର୍ଘ ଦିନ ହେବ ଚାଲିଛି। ପ୍ରଥମେ ଇଡି ଆଉ ଏବେ ଦିଲ୍ଲୀ ପୁଲିସ ଏହି ମାମଲାର ତଦନ୍ତ କରୁଛି। ଠକ ସୁକେଶ ଠକେଇ ଟଙ୍କାରେ ଜ୍ୟାକ୍‌ଲିନଙ୍କୁ ଅନେକ ଦାମୀ ଉପହାର ଦେଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଇଡି ଜ୍ୟାକ୍‌ଲିନ୍‌ଙ୍କୁ ଅନେକ ଥର ପଚରାଉଚରା କରି ସାରିଛି। ନିକଟରେ ଏହି ମାମଲାକୁ ନେଇ ଇଡି ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏଥିରେ ଜ୍ୟାକ୍‌ଲିନ୍‌ଙ୍କୁ ଇଡି ଅଭିଯୁକ୍ତ ବୋଲି ଦର୍ଶାଇଛି।