Advertisment

ସୁପ୍ରିମକୋର୍ଟରୁ ମିଳିଲାନି ସୁରକ୍ଷା, କୌଣସି ମୁହୂର୍ତ୍ତରେ ବନ୍ଧା ହୋଇପାରନ୍ତି ଦେଶମୁଖ

ନୂଆଦିଲ୍ଲୀ: ଗିରଫଦାରୀରୁ ବର୍ତ୍ତିବା ପାଇଁ ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଖରେ ଯେଉଁ ଟିକିଏ ଆଶା ରହିଥିଲା ତାହା ଆଜି ଶେଷ ହୋଇଛି ସୁପ୍ରିମକୋର୍ଟଙ୍କ ରାୟ ପରେ। ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦେଶମୁଖ। ହେଲେ କୋର୍ଟ କୌଣସି ପ୍ରକାର ଆଶ୍ୱସ୍ତି ଦେଇ ନହାନ୍ତି। କୋର୍ଟ ଆବେଦନକୁ ଖାରଜ କରି ଦେଇଛନ୍ତି। ତେଣୁ କୌଣସି ମୁହୂର୍ତ୍ତରେ ଅନୀଲ ଦେଶମୁଖ ଇଡି ଦ୍ୱାରା ଗିରଫ ହୋଇପାରନ୍ତି। କହି ରଖୁଛୁ ଇଡି ବେଆଇନ୍ କାରବାର ନେଇ […]

ଅଦ୍ୟତନ ହୋଇଛି
ସୁପ୍ରିମକୋର୍ଟରୁ ମିଳିଲାନି ସୁରକ୍ଷା, କୌଣସି ମୁହୂର୍ତ୍ତରେ ବନ୍ଧା ହୋଇପାରନ୍ତି ଦେଶମୁଖ

Anil-Deshmukh

Advertisment

ନୂଆଦିଲ୍ଲୀ: ଗିରଫଦାରୀରୁ ବର୍ତ୍ତିବା ପାଇଁ ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଖରେ ଯେଉଁ ଟିକିଏ ଆଶା ରହିଥିଲା ତାହା ଆଜି ଶେଷ ହୋଇଛି ସୁପ୍ରିମକୋର୍ଟଙ୍କ ରାୟ ପରେ। ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦେଶମୁଖ। ହେଲେ କୋର୍ଟ କୌଣସି ପ୍ରକାର ଆଶ୍ୱସ୍ତି ଦେଇ ନହାନ୍ତି। କୋର୍ଟ ଆବେଦନକୁ ଖାରଜ କରି ଦେଇଛନ୍ତି। ତେଣୁ କୌଣସି ମୁହୂର୍ତ୍ତରେ ଅନୀଲ ଦେଶମୁଖ ଇଡି ଦ୍ୱାରା ଗିରଫ ହୋଇପାରନ୍ତି। କହି ରଖୁଛୁ ଇଡି ବେଆଇନ୍ କାରବାର ନେଇ ଦେଶମୁଖଙ୍କୁ ଅନେକ ଥର ସମନ କରିଥିଲା। ହେଲେ ଏହାର ଉତ୍ତର ରଖିନଥିଲେ ଦେଶମୁଖ।

Advertisment

କୋର୍ଟ ଆବେଦନ ଖାରଜ କରିବା ବେଳେ କହିଛନ୍ତି ଯେ କେବଳ ଆଇନଗତ ବ୍ୟବସ୍ଥାରେ ରହି ଆଇନଗତ ପ୍ରତିକାର କରାଯାଇପାରିବ। ଗିରଫ ପୂର୍ବରୁ ଜାମିନ ପାଇଁ ଦେଶମୁଖ ମୁମ୍ବାଇର ସ୍ଥାନୀୟ କୋର୍ଟରେ ଆବେଦନ କରିବା ଉଚିତ। ଏ ବାବଦରେ କେବଳ ସ୍ଥାନୀୟ କୋର୍ଟ ନିଷ୍ପତ୍ତି ନିଅନ୍ତି। ଏଥିରେ ସୁପ୍ରିମକୋର୍ଟ ସେମାନଙ୍କୁ ସାହାଯ୍ୟ କରିପାରିବେ ନାହିଁ।

https://twitter.com/barandbench/status/1427213386043953158?s=20

ସୂଚନାଯୋଗ୍ୟ, ଦେଶମୁଖଙ୍କ ବ୍ୟତୀତ ତାଙ୍କ ପୁଅ ଏବଂ ପତ୍ନୀଙ୍କୁ ମଧ୍ୟ ଡକାଯାଇଥିଲା କିନ୍ତୁ ଉଭୟ ଜେରା ପାଇଁ ଇଡି ଆଗରେ ହାଜର ହୋଇନଥିଲେ। ଏଥିପାଇଁ ସେ ଅସୁସ୍ଥତାକୁ କାରଣ ଦର୍ଶାଇଥିଲେ। ଏହା ବିରୋଧରେ ମଧ୍ୟ ଦେଶମୁଖ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯେତେବେଳେ ଶୁଣାଣି ଚାଲିଛି ଇଡି ଆଗରେ ହାଜର ହେବାର ଆବଶ୍ୟକତା ନାହିଁ ବୋଲି ଦେଶମୁଖ କହିଥିଲେ। ଅନ୍ୟପଟେ ଅନୀଲ ଦେଶମୁଖଙ୍କ ଘର ଓ ଅଫିସ ଉପରେ ରେଡ୍ କରି ଇଡି ୪.୨୦ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି।

Advertisment

ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଅଭିଯୋଗ କରିଥିଲେ ଯେ ଗୃହ ମନ୍ତ୍ରୀ ପଦରେ ଥାଇ ଅନୀଲ ଦେଶମୁଖ ବଟି ଆଦାୟ କରୁଥିଲେ। ଏଥିପାଇଁ ସେ ସଚିନ ବାଜେଙ୍କ ଜରିଆରେ ବିଭିନ୍ନ ବାର, ହୋଟେଲ ଆଦିରୁ ପଇସା ଉଠାଉଥିଲେ। ପ୍ରତି ମାସ ୧୦୦ କୋଟି ଟଙ୍କା ସେ ଚାନ୍ଦା ଆଦାୟ କରୁଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ। ଏହା ପରେ ସିବିଆଇ ତାଙ୍କ ବିରୋଧରେ ଏକ ଦୁର୍ନୀତି ମାମଲା ରୁଜୁ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe