Advertisment

ଫୁସ୍‌ଫୁସ୍‌ ସଂକ୍ରମଣରେ ଆଖି ବୁଜିଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ମୋହନ୍‌ ଏମ୍‌ ଶାନ୍ତନାଗୌଡାରଙ୍କ ପରଲୋକ ହୋଇଛି। ଶନିବାର ବିଳମ୍ବିତ ରାତିରେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ତଳେ ଜଷ୍ଟିସ ଶାନ୍ତନାଗୌଡାରଙ୍କ ଫୁସଫୁସ ସଂକ୍ରମଣ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିସହ ସେ ଭାଇରାଲ ନିମୋନିଆରେ ମଧ୍ୟ ପୀଡିତ ଥିଲେ।  ତାଙ୍କର ଅବସ୍ଥା ଗୁରୁତର ହେବାରୁ ଗତ କିଛି […]

ଅଦ୍ୟତନ ହୋଇଛି
ଫୁସ୍‌ଫୁସ୍‌ ସଂକ୍ରମଣରେ ଆଖି ବୁଜିଲେ ସୁପ୍ରିମକୋର୍ଟ ବିଚାରପତି

Justice Shantanagoudar

Advertisment

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ମୋହନ୍‌ ଏମ୍‌ ଶାନ୍ତନାଗୌଡାରଙ୍କ ପରଲୋକ ହୋଇଛି। ଶନିବାର ବିଳମ୍ବିତ ରାତିରେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା।

Advertisment

ଗତ କିଛି ଦିନ ତଳେ ଜଷ୍ଟିସ ଶାନ୍ତନାଗୌଡାରଙ୍କ ଫୁସଫୁସ ସଂକ୍ରମଣ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିସହ ସେ ଭାଇରାଲ ନିମୋନିଆରେ ମଧ୍ୟ ପୀଡିତ ଥିଲେ।  ତାଙ୍କର ଅବସ୍ଥା ଗୁରୁତର ହେବାରୁ ଗତ କିଛି ଦିନ ହେବ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା ।

ଶନିବାର ସନ୍ଧ୍ୟାରେ ତାଙ୍କର ଅବସ୍ଥା ଭଲ ଥିଲା । ହେଲେ ପରେ ବିଳମ୍ୱିତ ରାତିରେ ଅର୍ଥାତ୍ ୧୨.୩୦ରେ ତାଙ୍କର ପରଲୋକ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ପରେ ପରିବାର ଲୋକଙ୍କୁ ତାଙ୍କ ମୃତ୍ୟୁ ନେଇ ଖବର ଦିଆଯାଇଥିଲା । ତେବେ ସେ କରୋନା ସଂକ୍ରମଣ ହୋଇଥିଲା କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନି ।

Advertisment

ବିଚାରପତି ଶାନ୍ତନାଗୌଡାରଙ୍କ ମୃତଦେହକୁ ବେଙ୍ଗାଲୁରୁ ସ୍ଥିତ ତାଙ୍କ ରାଜଜୀ ନାଗର ବାସଭବନକୁ ନିଆଯାଇଛି। ସେଠାରେ ତାଙ୍କ ଶେଷ ରୀତିନୀତି କରାଯିବ।

ସୂଚନା ମୁତାବକ ୧୭ ଫେବୃୟାରୀ ୨୦୧୭ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାପତି ଭାବେ ପଦୋନ୍ନତି ଦିଆଯାଇଥିଲା । ୧୯୫୮ରେ ମେ ୫ରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ଶାନ୍ତନାଗୌଡାର । ୧୯୮୦ ସେପ୍ଟେମ୍ୱର ୫ରେ ସେ ଆଇନଜୀବୀ ଭାବେ ସେ ପଞ୍ଜୀକୃତ ହୋଇଥିଲେ । ସୁପ୍ରିମକୋର୍ଟକୁ ପଦୋନ୍ନତି ପୂର୍ବରୁ ସେ କେରଳ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ ।

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe