Advertisment

ଆକ୍ସନ୍‌ ମୁଡ୍‌ରେ ସିଜେଆଇ, ଦିନକରେ ୯୦୦ ମାମଲାର କରିବେ ଶୁଣାଣି

ନୂଆଦିଲ୍ଲୀ: ପ୍ରଥମ ଦିନରେ ହିଁ ଆକ୍ସନ ମୁଡ୍‌ରେ ସିଜେଆଇ। ଦେଶର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ସୋମବାର ଶୁଣାଣି ପାଇଁ ୯୦୦ରୁ ଅଧିକ ମାମଲାର ତାଲିକା ତିଆରି କରିଛନ୍ତି। ଏହି ଆବେଦନରେ କର୍ଣ୍ଣାଟକ ହିଜାବ ବିବାଦ, କେରଳର ସାମ୍ବାଦିକ ସିଦ୍ଦିକି କପ୍ପାନଙ୍କ ଜାମିନ, ଗୌତମ ନବଲାଖାଙ୍କ ସମେତ ଅନେକ ମାମଲା ରହିଛି। ସୋମବାର ହେଉଛି ସିଜେଇ ଭାବରେ ଜଷ୍ଟିସ୍ ୟୁୟୁ ଲଲିତଙ୍କର ପ୍ରଥମ କାର୍ଯ୍ୟ ଦିବସ। ସେ ଶନିବାର ଦେଶର ୪୯ତମ ପ୍ରଧାନ ବିଚାରପତି […]

ଅଦ୍ୟତନ ହୋଇଛି
ପରବର୍ତ୍ତୀ ଉତ୍ତରାଧିକାରୀ ବାଛ, ପ୍ରଧାନବିଚାରପତିଙ୍କୁ ଜଣାଇଲେ ସରକାର

justice-uu-lalit

Advertisment

ନୂଆଦିଲ୍ଲୀ: ପ୍ରଥମ ଦିନରେ ହିଁ ଆକ୍ସନ ମୁଡ୍‌ରେ ସିଜେଆଇ। ଦେଶର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ସୋମବାର ଶୁଣାଣି ପାଇଁ ୯୦୦ରୁ ଅଧିକ ମାମଲାର ତାଲିକା ତିଆରି କରିଛନ୍ତି। ଏହି ଆବେଦନରେ କର୍ଣ୍ଣାଟକ ହିଜାବ ବିବାଦ, କେରଳର ସାମ୍ବାଦିକ ସିଦ୍ଦିକି କପ୍ପାନଙ୍କ ଜାମିନ, ଗୌତମ ନବଲାଖାଙ୍କ ସମେତ ଅନେକ ମାମଲା ରହିଛି।

Advertisment

ସୋମବାର ହେଉଛି ସିଜେଇ ଭାବରେ ଜଷ୍ଟିସ୍ ୟୁୟୁ ଲଲିତଙ୍କର ପ୍ରଥମ କାର୍ଯ୍ୟ ଦିବସ। ସେ ଶନିବାର ଦେଶର ୪୯ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ସର୍ବୋଚ୍ଚ ଅଦାଲତର ୱେବସାଇଟରେ ଅପଲୋଡ୍ ହୋଇଥିବା କାରଣ ତାଲିକା ଅନୁଯାୟୀ ଆଜି ସିଜେଇ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଡରେ ଜଷ୍ଟିସ ରବିନ୍ଦ୍ର ଭଟ୍ଟ ମଧ୍ୟ ସାମିଲ ଅଛନ୍ତି।

ସୁପ୍ରିମକୋର୍ଟର ୱେବ୍‌ସାଇଟ୍‌ରେ ଅପଲୋଡ ହୋଇଥିବା ରୋଷ୍ଟର ଅନୁଯାୟୀ, ସିଜେଆଇ ପ୍ରତ୍ୟେକ ୧୫ଟି ବେଞ୍ଚକୁ ପ୍ରାୟ ୬୦ଟି ଲେଖାଏଁ ମାମଲା ଦେଇଛନ୍ତି। ମୋଟ ୯୦୦ମାମଲାର ଶୁଣାଣି ହେବ। ଏହି ଆବେଦନ ଗୁଡିକର ଶୁଣାଣି ପାଇଁ ସକାଳ ୧୦.୩୦ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସର୍ବାଧିକ ୨୭୦ ମିନିଟ୍ ସମୟ ମିଳିବ। ଏହାର ଅର୍ଥ ହେଉଛି, ଗୋଟିଏ ମାମଲା ସମାଧାନ ପାଇଁ ପ୍ରାୟ ଚାରି ମିନିଟରୁ ଅଧିକ ସମୟ ଲାଗିବ। ଜଷ୍ଟିସ ଏମ୍‌ଆର୍‌ ଶାହାଙ୍କ ବେଞ୍ଚକୁ ସର୍ବାଧିକ ୬୫ଟି ମାମଲାର ଶୁଣାଣି ପାଇଁ ପଠାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe