Advertisment

ଆଇଟି ଆକ୍ଟ ୬୬ଏ ରଦ୍ଦ ପରେ ବି ବ୍ୟବହାର ହେଉଛି, କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାର୍ଚ୍ଚ ୨୪, ୨୦୧୫ରେ ଆଇଟି ଆକ୍ଟର ଧାରା ୬୬ଏ ରଦ୍ଦ ହୋଇଛି। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏହି ଧାରାକୁ ରଦ୍ଦ କରିଥିଲେ। ହେଲେ ଏହାପରେ ବି ସାରା ଦେଶର ପୁଲିସ ୬୬ଏକୁ ବ୍ୟବହାର କରି ମାମଲା ରୁଜୁ କରୁଛନ୍ତି। ମୁଖ୍ୟତଃ ଯେଉଁମାନେ ଫେସବୁକରେ କିଛି ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ବେଳେ ପୁଲିସ ଧାରା ୬୬ଏକୁ ବ୍ୟବହାର କରୁଛି। ଏହାକୁ ନେଇ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ […]

ଅଦ୍ୟତନ ହୋଇଛି
ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ବାଣ

SC

Advertisment

ନୂଆଦିଲ୍ଲୀ: ମାର୍ଚ୍ଚ ୨୪, ୨୦୧୫ରେ ଆଇଟି ଆକ୍ଟର ଧାରା ୬୬ଏ ରଦ୍ଦ ହୋଇଛି। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏହି ଧାରାକୁ ରଦ୍ଦ କରିଥିଲେ। ହେଲେ ଏହାପରେ ବି ସାରା ଦେଶର ପୁଲିସ ୬୬ଏକୁ ବ୍ୟବହାର କରି ମାମଲା ରୁଜୁ କରୁଛନ୍ତି। ମୁଖ୍ୟତଃ ଯେଉଁମାନେ ଫେସବୁକରେ କିଛି ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ବେଳେ ପୁଲିସ ଧାରା ୬୬ଏକୁ ବ୍ୟବହାର କରୁଛି। ଏହାକୁ ନେଇ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିବା ସହିଚ ଚିନ୍ତାପ୍ରକଟ କରିଛନ୍ତି।

Advertisment

ତିନି ଜଣିଆ ଖଣ୍ଡପୀଠ ଜଷ୍ଟିସ ଆର ନରିମନ, କେଏମେ ଜୋସେଫ୍ ଏବଂ ବିଆର ଗଭାଇ କହିଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି ଯାହା ବି ହେଉଛି? ଦୁଇ ସପ୍ତାହ ମଧ୍ୟରେ ଏହାର ଜବାବ କେନ୍ଦ୍ର ସରକାର ରଖିବା ଦରକାର ବୋଲି କୋର୍ଟ କହିଛନ୍ତି। ପିପୁଲ ୟୁନିଅନ ଫର ସିଭିଲ ଲିବର୍ଟିଜ (ପିୟୁସିଏଲ) ଏ ନେଇ ଏକ ଆବେଦନ କରିଥିଲା। ଏହି ଆବେଦନ ଉପରେ କୋର୍ଟ ପ୍ରଥମେ ବିଚାର କରି ନୋଟିସ କରିଥିଲେ। ଏବେ ଏହି ଧାରା ଅନୁଯାୟୀ କେତୋଟି ମାମଲା ରୁଜୁ ହୋଇଛି ସେ ନେଇ କୋର୍ଟ ଜବାବ ମାଗିଛନ୍ତି।

ଆବେଦନକାରୀଙ୍କ ଓକିଲ ସଞ୍ଜୟ ପାରିଖ କୋର୍ଟରେ ପକ୍ଷ ରଖି କହିଛନ୍ତି, ଏହି ଧାରା ରଦ୍ଦ ହେବା ସତ୍ତ୍ୱେ ବ୍ୟବହାର ହେଉଛି। ତେଣୁ ମୋଟ୍ କେତୋଟି ମାମଲା ରୁଜୁ ହୋଇଛି ସର୍ବଭାରତୀୟ ସ୍ତରରେ ଏହି ଧାରା ଅନୁଯାୟୀ କୋର୍ଟ ଏ ନେଇ କେନ୍ଦ୍ରକୁ ଜବାବ ମାଗିବା ଦରକାର ବୋଲି ସେ ନିବେଦନ କରିଛନ୍ତି। ସେ କହିଛନ୍ତି ଏହି ଧାରା ରଦ୍ଦ ହେବା ବେଳେ ୧୧ଟି ରାଜ୍ୟରେ ମୋଟ୍ ୨୨୯ଟି କେସ ପେଣ୍ଡିଂ ଥିଲା। କିନ୍ତୁ ଧାରା ୬୬ଏ ରଦ୍ଦ ହେବା ପରେ ୧,୩୦୭ଟି ମାମଲା ରୁଜୁ ହୋଇଛି। ୫୦୭ଟି କେସ୍ ପେଣ୍ଡିଂ ରହିଛି।

Advertisment

ଆବେଦନକାରୀଙ୍କ ଓକିଲ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦେଶର ସମସ୍ତ ଜିଲ୍ଲା କୋର୍ଟ ଏବଂ ପ୍ରଶାସନକୁ ଏହି ଧାରା ୬୬ଏ ରଦ୍ଦ ହୋଇଛି ବୋଲି ବିଜ୍ଞପ୍ତି ପଠାଇବାକୁ ପେବୃଆରୀ ୧୫, ୨୦୧୯ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାପରେ ବି ୬୬ଏ ରଦ୍ଦ ହେଉଛି।

ତେବେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ କହିଛନ୍ତି, ଯଦିଓ ଧାରା ୬୬ଏ ରଦ୍ଦ ହୋଇଛି। ହେଲେ ଆଇନର ମୂଳ ଧାରରେ ଏ ବାବଦରେ ଉଲ୍ଲେଖ ହୋଇନାହିଁ। ଯେଉଁଠି ଏହି ଆଇନ ବାବଦରେ ଉଲ୍ଲେଖ ରହିଛି ସେଠାରେ ଶେଷରେ ରଦ୍ଦ ହୋଇଛି ବୋଲି ଉଲ୍ଲେଖ ରହିଛି। ତେଣୁ ପୁଲିସ ମାମଲା ରୁଜୁ କରିବା ବେଳେ ବୁଝୁଛି ମୂଳ ଆଇନରେ ଧାରା ୬୬ଏ ରଦ୍ଦ ହୋଇନି। ତେଣୁ ପୁଲିସ ଧାରା ୬୬ଏକୁ ବ୍ୟବହାର କରୁଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୪, ୨୦୧୫ରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ଦୁଇ ଦିନ ପାଇଁ ମୁମ୍ୱାଇ ବନ୍ଦ ରହିଥିଲା। ଏହାକୁ ପ୍ରତିବାଦ କରି ଫେସବୁକରେ ଦୁଇ ମହିଳା ଏହାକୁ ବିରୋଧ କରିଥିଲେ। ପରେ ପୁଲିସ ଗିରଫ କରିଥିଲା। ଏହାକୁ ବିରୋଧ କରି ଜଣେ ଆଇନଜୀବୀର ଛାତ୍ର ମାମଲା ଦାୟର କରିଥିଲେ। ପରୋ କୋର୍ଟ ମାମଲାର ଶୁଣାଣି କରି ଧାରା ୬୬ଏକୁ ରଦ୍ଦ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe