Advertisment

ମହାରାଷ୍ଟ୍ରରେ ବିଦ୍ରୋହୀ ବିଧାୟକଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନା ସରକାରଙ୍କୁ ଆଉ ଏକ ଝଟ୍‌କା। ପୁଣି ବିଦ୍ରୋହୀ ବିଧାୟକଙ୍କୁ ଆଇନଗତ ଆଶ୍ୱସ୍ତି। ସମ୍ପୃକ୍ତ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟା ଉପରେ ସାମୟିକ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଜୁଲାଇ ୧୧ ପର୍ଯ୍ୟନ୍ତ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରଯାଇପାରିବ ନାହିଁ। ଏଥିସହ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ଉପବାଚସ୍ପତିଙ୍କୁ ନୋଟିସ୍ କରି ଜବାବ ମାଗିଛନ୍ତି। ସେହିପରି ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟକୁ ବାରଣ ପାଇଁ ରାଜ୍ୟ ସରକାର କରିଥିବା […]

author-image
Tapas Behera
ଅଦ୍ୟତନ ହୋଇଛି
ଦଳ ବିଭାଜନ ପାଇଁ ସଂଖ୍ୟା ହାସଲ କଲେ ଏକନାଥ ସିନ୍ଦେ, ଏକଘରକିଆ ହେଲେ ଉଦ୍ଧବ ଠାକରେ

Eknath-sinde

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନା ସରକାରଙ୍କୁ ଆଉ ଏକ ଝଟ୍‌କା। ପୁଣି ବିଦ୍ରୋହୀ ବିଧାୟକଙ୍କୁ ଆଇନଗତ ଆଶ୍ୱସ୍ତି। ସମ୍ପୃକ୍ତ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟା ଉପରେ ସାମୟିକ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଜୁଲାଇ ୧୧ ପର୍ଯ୍ୟନ୍ତ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରଯାଇପାରିବ ନାହିଁ। ଏଥିସହ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ଉପବାଚସ୍ପତିଙ୍କୁ ନୋଟିସ୍ କରି ଜବାବ ମାଗିଛନ୍ତି। ସେହିପରି ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟକୁ ବାରଣ ପାଇଁ ରାଜ୍ୟ ସରକାର କରିଥିବା ଆବେଦନ ଖାରଜ ହୋଇଯାଇଛି। ତେବେ ଏକ ନାଥ ସିନ୍ଦେଙ୍କ ନେତୃତ୍ୱରେ ମେଳି ବାନ୍ଧିଥିବା ବିଧାୟକଙ୍କ ପାଇଁ ଆଶ୍ୱସ୍ତିକରି ବିଷୟ ହେଉଛି ବିଧାୟକ ପଦ ପାଇଁ ଜାରି ହୋଇଥିବା ନୋଟିସର ଜବାବ ପାଇଁ ଅଧିକ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ଏହି ସମୟ ସୀମା  ଜୁଲାଇ ୧୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ବିଧାକୟମାନଙ୍କର ଅଯୋଗ୍ୟ ପ୍ରସଙ୍ଗ ନେଇ ଡେପୁଟି  ସ୍ପିକରଙ୍କ ନିଷ୍ପତ୍ତି ନେବାର ଆଇନଗତ ଅଧିକାର ଅଛି ନି ନାହିଁ ତାହା ସୁପ୍ରିମକୋର୍ଟ ତର୍ଜମା କରିବେ।  ମହାରାଷ୍ଟ୍ର ଉପ ବାଚସ୍ପତିଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପଡ଼ିଥିବା ବେଳେ ଉପରୋକ୍ତ ପ୍ରସଙ୍ଗରେ ସେ ନିଷ୍ପତ୍ତି ନେବାର ଅଧିକାର ତାଙ୍କ ନାହିଁ ବୋଲି ବିଦ୍ରୋହୀ ବିଧାୟକମାନେ ଅପିଲ କରିଛନ୍ତି । ଅନ୍ୟପଟେ ବିଦ୍ରୋହୀ ବିଧାୟକଙ୍କ ଜୀବନ, ପରିବାର ଏବଂ ସେମାନଙ୍କ ସମ୍ପତ୍ତିର ସୁରକ୍ଷା ଯୋଗାଇ ଦେବାକୁ ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିରୱାଲ, ବିଦ୍ରୋହୀ ବିଧାୟକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କାହିଁକି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ନାହିଁ ତାର କାରଣ ଦର୍ଶାଇବାକୁ ନୋଟିସ ଜାରି କରିଥିଲେ । ଉପବାଚସ୍ପତିଙ୍କ ନୋଟିସକୁ ଚାଲେଞ୍ଜ କରି ସିନ୍ଦେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।କୋର୍ଟରେ ଅଜୟ ଚୌଧୁରୀଙ୍କୁ ଶିବସେନାର ବିଧାୟକ ଦଳ ନେତା ଚୟନ ନିଷ୍ପତିକୁ ମଧ୍ୟ ଚାଲେଞ୍ଜ କରାଯାଇଛି । ଶିବସେନାର ବିଧାୟକ ଦଳ ନେତା ଭାବେ ଏକନାଥ ସିନ୍ଦେଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତି ଓ ସୁନୀଲ ପ୍ରଭୁଙ୍କୁ ଶିବସେନାର ମୁଖ୍ୟ ସଚେତକ କରାଯିବା ନିଷ୍ପତିକୁ ଚାଲେଞ୍ଜ କରାଯାଇଥିଲା।

Advertisment