Advertisment

ଦେଶଦ୍ରୋହର ସୀମା ନିରୂପଣ କରିବାର ସମୟ ଆସି ଯାଇଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ। ଦେଶଦ୍ରୋହର ସୀମା ନିରୂପଣ କରିବାର ସମୟ ବର୍ତ୍ତମାନ ଆସି ଯାଇଛି। ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଆନ୍ଧ୍ର ପ୍ରଦେଶ ସରକାର ଦୁଇଟି ତେଲଗୁ ଟିଭି ଚ୍ୟାନେଲ ବିରୋଧରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ସର୍ବୋଚ୍ଚ ଅଦାଲତ ରୋକ ଲଗାଇଛନ୍ତି। ତେଲଗୁ ନ୍ୟୁଜ ଚ୍ୟାନେଲ ଟିଭି ୫ ଓ ଏବିଏନ୍‌ ଆନ୍ଧ୍ର ଜ୍ୟୋତି ବିରୋଧରେ ଆନ୍ଧ୍ର ପ୍ରଦେଶ ସରକାର କୌଣସି ପ୍ରକାରର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

ଅଦ୍ୟତନ ହୋଇଛି
ଦେଶଦ୍ରୋହର ସୀମା ନିରୂପଣ କରିବାର ସମୟ ଆସି ଯାଇଛି: ସୁପ୍ରିମକୋର୍ଟ

sc

Advertisment

ନୂଆଦିଲ୍ଲୀ: ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ। ଦେଶଦ୍ରୋହର ସୀମା ନିରୂପଣ କରିବାର ସମୟ ବର୍ତ୍ତମାନ ଆସି ଯାଇଛି। ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଆନ୍ଧ୍ର ପ୍ରଦେଶ ସରକାର ଦୁଇଟି ତେଲଗୁ ଟିଭି ଚ୍ୟାନେଲ ବିରୋଧରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ସର୍ବୋଚ୍ଚ ଅଦାଲତ ରୋକ ଲଗାଇଛନ୍ତି।

Advertisment

ତେଲଗୁ ନ୍ୟୁଜ ଚ୍ୟାନେଲ ଟିଭି ୫ ଓ ଏବିଏନ୍‌ ଆନ୍ଧ୍ର ଜ୍ୟୋତି ବିରୋଧରେ ଆନ୍ଧ୍ର ପ୍ରଦେଶ ସରକାର କୌଣସି ପ୍ରକାରର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, “ଆନ୍ଧ୍ର ପ୍ରଦେଶ ସରକାର ଦୁଇଟି ଚ୍ୟାନେଲ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ଆଦୌ ଗ୍ରହଣୀୟ ନୁହେଁ। ଏବେ କୋର୍ଟ ଦେଶଦ୍ରୋହର ସଜ୍ଞା ଓ ସୀମା ନିରୂପଣ କରିବାର ସମୟ ଆସି ଯାଇଛି। ଯେକେହି ନିଜ ଇଚ୍ଛା ଅନୁସାରେ ଦେଶଦ୍ରୋହ ମାମଲା କାହା ବିରୋଧରେ ରୁଜୁ କରିପାରିବେ ନାହଁ।”

Advertisment

ଆନ୍ଧ୍ରରେ କ୍ଷମତାସୀନ ୱାଇଏସ୍ଆର କଂଗ୍ରେସର ବିଦ୍ରୋହୀ ସାଂସଦ ରଘୁ ରାମ କ୍ରିଷ୍ଣ ରାଜୁ ସରକାରଙ୍କ କରୋନା ପରିଚାଳନାକୁ ନେଇ ଅତ୍ୟନ୍ତ ସାଂଘାତିକ ବୟାନ ଦେଇଥିଲେ। ଏହାକୁ ଦୁଇଟି ଚ୍ୟାନେଲ ପ୍ରସାରଣ କରିଥିଲେ। ଏଥିପାଇଁ ସରକାର ଏହି ଦୁଇ ଚ୍ୟାନେଲ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରି ଏଫଆଇଆର କରିଥିଲେ।

ଏହା ବିରୋଧରେ ଦୁଇ ନ୍ୟୁଜ ଚ୍ୟାନେଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିସହ କୋଭିଡ୍‌ ସମ୍ପର୍କିତ ଅଭିଯୋଗକୁ ଉଜାଗର କରିବାକୁ ସୁପ୍ରିମକୋର୍ଟ ନିକଟରେ ଦେଇଥିବା ନିର୍ଦ୍ଦେଶକୁ ଆନ୍ଧ୍ର ସରକାର ଉଲ୍ଲଙ୍ଘନ କରିଥିବା ସେମାନେ ଅଭିଯୋଗ କରିଥିଲେ। ଟିଭି ୫ ଚ୍ୟାନେଲ କହିଥିଲା ଯେ ସାଂସଦ ରାଜୁ ଦେଇଥିବା ବୟାନ କେବଳ ତାଙ୍କ ଚ୍ୟାନେଲ ନୁହେଁ, ଆହୁରି ଅନେଗ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ତଥାପି ଆନ୍ଧ୍ର ସରକାର ଆମ ନାଁରେ ଏଫଆଇଆର ରୁଜୁ କରିଛନ୍ତି।

ସୂଚନାଯୋଗ୍ୟ, ମେ’ ୧୪ ତାରିଖରେ ସିବିଆଇ ସାଂସଦ ରାଜୁଙ୍କୁ ଗିରଫ କରିଥିଲା। ଏହାର କିଛି ଦିନ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଜାମିନ ଆବେଦନ ଖାରଜ କରିବାକୁ ଦାବି କରିଥିଲେ। ତେବେ ମେ’ ୨୧ରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହାପରେ ସେ ଜଗନ ସରକାର କରୋନା ମୁକାବିଲା କରିବାରେ ବିଫଳ ବୋଲି କହି ବିବାଦୀୟ ବୟାନ ଦେଇଥିଲେ।

Supreme Court Sedition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe