Advertisment

ଜବରଦଖଲରେ ମହାପ୍ରଭୁଙ୍କ ଜମି: ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି

ନୂଆଦିଲ୍ଲୀ: ଜବରଦଖଲକାରୀଙ୍କ କବଳରେ ମହାପ୍ରଭୁ ଜଗନ୍ନାଥଙ୍କ ଶହ ଶହ ଏକର ଜମି। ବର୍ଷ ବର୍ଷ ଧରି ସେମାନଙ୍କ କବଳରୁ ମୁକୁଳି ପାରୁନି ‌ଏହି ସମ୍ପତ୍ତି। ଶ୍ରୀକ୍ଷେତ୍ରର ମହାପ୍ରଭୁ ଜଗନ୍ନାଥଙ୍କ ଜମି ଅକ୍ତିଆର ଓ ସେଥିରେ ବେଆଇନ ନିର୍ମାଣ ନେଇ ମାମଲା ସୁପ୍ରିକୋର୍ଟରେ ପହଞ୍ଚିଛି। ଏ ସଂକ୍ରାନ୍ତରେ ଆଗତ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।  ଜଷ୍ଟିସ ବି.ଆ.ର ଗାଭି ଏବଂ ହିମା କୋହଲିଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ମଙ୍ଗଳବାର  ଅର୍ଥାତ ମେ’ […]

ଅଦ୍ୟତନ ହୋଇଛି
ଧାରା ୩୭୦  ଉଚ୍ଛେଦ ମାମଲା: ଖରା ଛୁଟି ପରେ ସୁପ୍ରିମକୋର୍ଟରେ ଶୁଣାଣି

supreme court

Advertisment

ନୂଆଦିଲ୍ଲୀ: ଜବରଦଖଲକାରୀଙ୍କ କବଳରେ ମହାପ୍ରଭୁ ଜଗନ୍ନାଥଙ୍କ ଶହ ଶହ ଏକର ଜମି। ବର୍ଷ ବର୍ଷ ଧରି ସେମାନଙ୍କ କବଳରୁ ମୁକୁଳି ପାରୁନି ‌ଏହି ସମ୍ପତ୍ତି। ଶ୍ରୀକ୍ଷେତ୍ରର ମହାପ୍ରଭୁ ଜଗନ୍ନାଥଙ୍କ ଜମି ଅକ୍ତିଆର ଓ ସେଥିରେ ବେଆଇନ ନିର୍ମାଣ ନେଇ ମାମଲା ସୁପ୍ରିକୋର୍ଟରେ ପହଞ୍ଚିଛି। ଏ ସଂକ୍ରାନ୍ତରେ ଆଗତ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।  ଜଷ୍ଟିସ ବି.ଆ.ର ଗାଭି ଏବଂ ହିମା କୋହଲିଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ମଙ୍ଗଳବାର  ଅର୍ଥାତ ମେ’ ୩୧ରେ  ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।

Advertisment

ଆବେଦନରେ ମହାପ୍ରଭୁଙ୍କ ଜମିକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରିବା ଏବଂ ବେଆଇନ ନିର୍ମାଣକୁ ବନ୍ଦ କରିବା ପାଇଁ ଦାବି ହୋଇଛି। ଏ ସଂକ୍ରାନ୍ତରେ ହାଇକୋର୍ଟରେ ଆବେଦନ ହୋଇଥିଲା କି ନାହିଁ କୋର୍ଟ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ ।

ଉତ୍ତରରେ ଆବେଦନକାରୀ ହଁ ଭରିଥିଲେ। କିନ୍ତୁ ହାଇକୋର୍ଟରେ ମାମଲା ଖାରଜ ହୋଇଯାଇଥିବା ଆବେଦନକାରୀ ଦର୍ଶାଇଛନ୍ତି। ମାମଲାର ତୁରନ୍ତ ଶୁଣାଣି ପାଇଁ ପ୍ରାର୍ଥନା ହୋଇଥିଲା। ଏଥିରେ କୋର୍ଟ ରାଜି ହୋଇଥିବା ଜଣାପଡ଼ିଛି। ସେହି ଅନୁଯାୟୀ ମଙ୍ଗଳବାର ମାମଲା ଶୁଣାଣି ହେବା ନେଇ ଧାର୍ଯ୍ୟ ହୋଇଛି।

Advertisment

ମହାପ୍ରଭୁଙ୍କ ଜମିକୁ ଜଗି ପାରୁନାହାନ୍ତି ସରକାର, ଶ୍ରୀମନ୍ଦିର ପ୍ରଶାସନ। ରାଜ୍ୟ ଓ ରାଜ୍ୟ ବାହାରେ ମହାପ୍ରଭୁଙ୍କ ନାମରେ ୬୦ ହଜାର ଏକର ଜମି ଥିବା କଥା ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିବା ବେଳେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ଜମିର ମାଲିକ ମହାପ୍ରଭୁ ଥିବ‌ା ବେଳେ ପ୍ରଜା କିନ୍ତୁ ଏ ଜମିରେ ରଜା ହୋଇ ସାରିଲେଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe