Advertisment

ପୁଣି ଥରେ ନିଜ କର୍ମଚାରୀଙ୍କ ପାଇଁ ହୃଦୟ ଖୋଲି ଦେଲେ ହୀରା କମ୍ପାନୀର ମାଲିକ

ସୁରଟ: ନିଜ କମ୍ପାନୀର କର୍ମଚାରୀଙ୍କ ପାଇଁ ହୃଦୟ ଖୋଲିଦେଲେ ମାଲିକ। ଦୀପାବଳି ଅବସରରେ କର୍ମଚାରୀଙ୍କୁ ସୋଲାର ପାନେଲ ଉପହାର ଦେଇ ପୁଣିଥରେ ଚର୍ଚ୍ଚାରେ ଗୁଜରାଟ ସୁରତର ଗୋବିନ୍ଦ ଢୋଲାକିଆ।SRKଡାଏମଣ୍ଡ୍ କମ୍ପାନୀର କମ୍ପାନୀର ମାଲିକ ଗୋବିନ୍ଦ ଢୋଲାକିଆ ୧ ହଜାର କର୍ମଚାରୀଙ୍କୁ ଦୀପାବଳି ବୋନସ ଆକାରରେ ଏଇ ଉପହାର ଦେଇଛନ୍ତି । ଏହିଉପହାର ଦ୍ୱାରା ସେ କର୍ମଚାରୀଙ୍କ ଉପକାର କରିବା ସହ ବିଦ୍ୟୁତ ସଂଚୟ ଭଳି ଫାଇଦା ମିଳିବ ବୋଲି କହିଛନ୍ତି । କମ୍ପାନୀରେ କାମ କରୁଥିବା ୬ […]

ପୁଣି ଥରେ ନିଜ କର୍ମଚାରୀଙ୍କ ପାଇଁ ହୃଦୟ ଖୋଲି ଦେଲେ ହୀରା କମ୍ପାନୀର ମାଲିକ

gobinda

Advertisment

ସୁରଟ: ନିଜ କମ୍ପାନୀର କର୍ମଚାରୀଙ୍କ ପାଇଁ ହୃଦୟ ଖୋଲିଦେଲେ ମାଲିକ ଦୀପାବଳି ଅବସରରେ କର୍ମଚାରୀଙ୍କୁ ସୋଲାର ପାନେଲ ଉପହାର ଦେଇ ପୁଣିଥରେ ଚର୍ଚ୍ଚାରେ ଗୁଜରାଟ ସୁରତର ଗୋବିନ୍ଦ ଢୋଲାକିଆ।SRKଡାଏମଣ୍ଡ୍ କମ୍ପାନୀର କମ୍ପାନୀର ମାଲିକ ଗୋବିନ୍ଦ ଢୋଲାକିଆ ୧ ହଜାର କର୍ମଚାରୀଙ୍କୁ ଦୀପାବଳି ବୋନସ ଆକାରରେ ଏଇ ଉପହାର ଦେଇଛନ୍ତି । ଏହିଉପହାର ଦ୍ୱାରା ସେ କର୍ମଚାରୀଙ୍କ ଉପକାର କରିବା ସହ ବିଦ୍ୟୁତ ସଂଚୟ ଭଳି ଫାଇଦା ମିଳିବ ବୋଲି କହିଛନ୍ତି । କମ୍ପାନୀରେ କାମ କରୁଥିବା ୬ ହଜାର କର୍ମଚାରୀଙ୍କମଧ୍ୟରୁ ଆବଶ୍ୟକତା ଅନୁସାରେ ଏକ ହଜାର କର୍ମାଚାରୀଙ୍କୁ ଏଥିପାଇଅଇଁ ସେ ବଛିଥିଲେ। କେବଳ ନିଜ କର୍ମଚାରୀଙ୍କର ନୁହେଁ, ଗୁଜରାଟରେ ନିଜ ଗାଁରେ ୩୦୦ ଲୋକଙ୍କ ଘରେ ମଧ୍ୟ ସେ ସୋଲାର ପ୍ଲେଟ  ଲଗାଇଛନ୍ତି । ସେହିଭଳି ଦେଶର ୭୫୦ ସହିଦଙ୍କ ଘରେ ମଧ୍ୟ ସୋଲାର ପ୍ୟାନେଲ ଲଗାଇ ସେମାନଙ୍କୁ ମାଗଣା ବିଦ୍ୟୁତ ବ୍ୟବସ୍ଥାର ଲକ୍ଷ୍ୟ ରଖିଥିବା କହିଛନ୍ତି।

Advertisment

ଏସ୍‌ଆର୍‌କେ ଏକ୍ସପର୍ଟଙ୍କର ଜଣେ କର୍ମଚାରୀ ଆଶିଷ ଏହାକୁ ନେଇ କହିଛନ୍ତି, “ପ୍ରତି ବର୍ଷ ଦୀପାବଳିରେ କମ୍ପାନୀ ପକ୍ଷରୁ ଆମକୁ କିଛି ନା କିଛି ଉପହାର ମିଳିଥାଏ । ଗତ ବର୍ଷ ଆମକୁ ଗ୍ୟାସ ଷ୍ଟୋଭ୍‌ ମିଳିଥିଲା । ଚଳିତ ବର୍ଷ ଆମକୁ ସୋଲାର ପ୍ୟାନେଲ ମିଳିଛି । ଏହାଦ୍ବାରା ଆମର ବିଦ୍ୟୁତ ବାବଦକୁ ଦେୟ କମିଯିବ । ତାସହିତ ଏହା ପରିବେଶ ଅନୂକୁଳ । ଆମ କମ୍ପାନୀ ପ୍ରତ୍ୟେକ ପର୍ବ ଜାକଜକମରେ ପାଳନ କରିଥାଏ । ଆମେ ଏହି କମ୍ପାନୀର ପରିବାର ଭଳି ।”

ଏସ୍‌ଆର୍‌କେ ଏକ୍ସପର୍ଟ କମ୍ପାନୀ ମାଲିକ ହେଉଛନ୍ତି ଗୋବିନ୍ଦ ଢୋଲକିଆ । ଏହି କମ୍ପାନୀ ହୀରା କଟିଂ କାର୍ଯ୍ୟ କରେ । ଏଠାରେ ପ୍ରାୟ ୬ ହଜାର ଜଣ କାମ କରୁଥିବା ବେଳେ ୧୦୦୦ଙ୍କୁ ସୋଲାର ପ୍ୟାନେଲ ଉପହାର ପ୍ରଦାନ କରାଯାଇଛି । ବର୍ତ୍ତମାନ ଗ୍ଲୋବାଲ ୱାର୍ମିଂ ବୃଦ୍ଧି ପାଉଛି । ଯାହାକୁ ନେଇ ସାରା ବିଶ୍ବ ଚିନ୍ତାରେ ପଡ଼ିଛି । ସୋଲାର ପ୍ୟାନେଲ ଦ୍ବାରା ବିଦ୍ୟୁତ ଉପରେ କମ୍‌ ନିର୍ଭରଶୀଳ ହେବେ ଲୋକେ । ପ୍ରଥମ ୫୫୦ ଜଣ କର୍ମଚାରୀଙ୍କୁ ସୋଲାର ପ୍ୟାନେଲ ସହ ଅନ୍ୟାନ ଉପହାର ପ୍ରଦାନ କରାଯାଇଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe