Advertisment

କେହି ବୁଝିପାରିଲେନି ମୋଦିଙ୍କ ସରପ୍ରାଇଜ୍‌ ଭିଜିଟ୍ !

କାନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର  କାନପୁରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ୫୪ତମ କନଭୋକେଶନରେ ଯୋଗ ଦେଇଥିଲେ। ସେ ସମାରୋହ ଭାଷଣ ଦେଇ ପ୍ରମୁଖ ପୁରସ୍କାର ପ୍ରଦାନ କରିଥିଲେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ଆଇଆଇଟି ସ୍ନାତକମାନଙ୍କୁ ଚ୍ୟାଲେଞ୍ଜ ବାଛିବା ପାଇଁ ଆହ୍ୱାନ କରିଥିଲେ। ଆସନ୍ତା ୨୫ ବର୍ଷ ମଧ୍ୟରେ ସେମାନେ ଚାହୁଁଥିବା ଭାରତ ପାଇଁ କାର୍ଯ୍ୟ କରିବାକୁ କହିଥିଲେ। ଏହି ଅବସରରରେ କ୍ୟାମ୍ବସର ଆଉ ଏକ ବିଲଡିଂକୁ ମୋଦି ସରପ୍ରାଇଜ୍ ଭିଜିଟ୍‌ […]

କେହି ବୁଝିପାରିଲେନି ମୋଦିଙ୍କ ସରପ୍ରାଇଜ୍‌ ଭିଜିଟ୍ !

791

Advertisment

କାନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର  କାନପୁରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ୫୪ତମ କନଭୋକେଶନରେ ଯୋଗ ଦେଇଥିଲେ। ସେ ସମାରୋହ ଭାଷଣ ଦେଇ ପ୍ରମୁଖ ପୁରସ୍କାର ପ୍ରଦାନ କରିଥିଲେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ଆଇଆଇଟି ସ୍ନାତକମାନଙ୍କୁ ଚ୍ୟାଲେଞ୍ଜ ବାଛିବା ପାଇଁ ଆହ୍ୱାନ କରିଥିଲେ। ଆସନ୍ତା ୨୫ ବର୍ଷ ମଧ୍ୟରେ ସେମାନେ ଚାହୁଁଥିବା ଭାରତ ପାଇଁ କାର୍ଯ୍ୟ କରିବାକୁ କହିଥିଲେ।

Advertisment

ଏହି ଅବସରରରେ କ୍ୟାମ୍ବସର ଆଉ ଏକ ବିଲଡିଂକୁ ମୋଦି ସରପ୍ରାଇଜ୍ ଭିଜିଟ୍‌ କରିଥିଲେ। ଯାହା ତାଙ୍କ ଅଫସିଆଲ କାର୍ଯ୍ୟସୂଚୀରେ ନଥିଲା। ସେଠାରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଅଭିବାଦନ ଜଣାଇଥିଲେ ।  ଯେଉଁମାନେ କନଭୋକେଶନ କାର୍ଯ୍ୟକ୍ରମର ଅଂଶୀଦାର ନଥିଲେ। ପିଏମଓ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି।

ଏହି ଭିଡିଓରେ ମୋଦି ଛାତ୍ରଛାତ୍ରୀଙ୍କ ସହ ହସ ମଜାକରେ ଆଲୋଚନା କରୁଥିବା ନଜର ଆସିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହି ସମାରୋହରେ ଦେଶକୁ ଆଗେଇ ନେବାରେ ଆପଣମାନଙ୍କର ଦାୟିତ୍ୱ ବୋଲି ପିଲାମାନଙ୍କୁ ମୋଦି କହିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe