Advertisment

ଶୀତ ଅଧିବେଶନ ଶେଷ ହେବା ଯାଏ ଧାରଣା ଦେବେ ନିଲମ୍ବିତ ସାଂସଦ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ବିଶୃଙ୍ଖଳା ପାଇଁ ଶୀତ ଅଧିବେଶନ ଆରମ୍ଭରୁ ୧୨ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରିବା ଘଟଣା ଦିନକୁ ଦିଦନ ତୀବ୍ର ହେବାରେ ଲାଗିଛି। ନିଲମ୍ବନ ବିରୋଧରେ ସାଂସଦମାନେ ସଂସଦରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ସେମାନେ ନିଳମ୍ବିନ ଆଦେଶ ପ୍ରତ୍ୟାହାର ପାଇଁ ଦାବି କରୁଥିଲେ ହେଁ ଏଯାଏ କୌଣସି ପ୍ରକାରର ସୁଫଳ ମିଳିନି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ରୋକଠୋକ ଆଦେଶ ପ୍ରତ୍ୟାହାର ହେବନାହିଁ ବୋଲି କହିଛନ୍ତି। ସେହିପରି ସଂସଦୀୟ ବ୍ୟାପାର […]

author-image
Hemant Lenka
ଶୀତ ଅଧିବେଶନ ଶେଷ ହେବା ଯାଏ ଧାରଣା ଦେବେ ନିଲମ୍ବିତ ସାଂସଦ

MP

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ବିଶୃଙ୍ଖଳା ପାଇଁ ଶୀତ ଅଧିବେଶନ ଆରମ୍ଭରୁ ୧୨ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରିବା ଘଟଣା ଦିନକୁ ଦିଦନ ତୀବ୍ର ହେବାରେ ଲାଗିଛି। ନିଲମ୍ବନ ବିରୋଧରେ ସାଂସଦମାନେ ସଂସଦରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି।

Advertisment

ସେମାନେ ନିଳମ୍ବିନ ଆଦେଶ ପ୍ରତ୍ୟାହାର ପାଇଁ ଦାବି କରୁଥିଲେ ହେଁ ଏଯାଏ କୌଣସି ପ୍ରକାରର ସୁଫଳ ମିଳିନି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ରୋକଠୋକ ଆଦେଶ ପ୍ରତ୍ୟାହାର ହେବନାହିଁ ବୋଲି କହିଛନ୍ତି। ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ସାଂସଦମାନଙ୍କୁ ଗୃହକୁ ଯିବାକୁ ହେଲେ ନିଜ ଦୋଷ ପାଇଁ ଅନୁତାପ କରିବାକୁ ପଡ଼ିବ ବୋଲି ଆଜି ସୂଚନା ଦେଇଛନ୍ତି।

ହେଲେ ବିରୋଧୀ ଦଳର ସାଂସଦମାନେ ନିଜ ଜିଦରେ ଅଟଳ ରହିଛନ୍ତି। ଏହି ଘଟଣାକୁ ନେଇ ଉଭୟ ଗୃହରେ ଅଚଳାବସ୍ଥା ଲାଗି ରହିଛି। ଏବେ ନିଲମ୍ବିତ ହୋଇଥିବା ଟିଏମସିର ଦୁଇ ସାଂସଦ ଡୋଲା ସେନ ଓ ଶାନ୍ତା ଛେତ୍ରୀ ସଂସଦର ଶୀତ ଅଧିବେଶନ ଶେଷ ହେବା ଯାଏ ଗାନ୍ଧି ମୂର୍ତ୍ତି ତଳେ ଧାରଣ ଦେବେ ବୋଲି କହିଛନ୍ତି।

Advertisment

ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଯାଏ ସେମାନେ ବିକ୍ଷୋଭ କରିବେ ବୋଲି କହିଛନ୍ତି। ଡିସେମ୍ବର ୨୩ ଯାଏ ସୋମବାରରୁ ଶୁକ୍ରବାର ଏପରି ବିକ୍ଷୋଭ ପ୍ରଦର୍ଶନ କରାଯିବ। କାରଣ ଡିସେମ୍ବର ୨୩ ହେଉଛି ଶୀତ ଅଧିବେଶନର ଶେଷ ଦିନ।

ଟିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଂସଦୀୟ ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରତିଦିନ ଲୋକସଭା ଓ ରାଜ୍ୟସଭାରେ ଥିବା ଟିଏମସିର ସାଂସଦମାନେ ମଧ୍ୟ ଗାନ୍ଧିମୂର୍ତ୍ତି ତଳକୁ ଯାଇ ବିକ୍ଷୋଭରେ ସାମିଲ ହେବେ। ନିଲମ୍ବିତ ୧୨ ସାଂସଦଙ୍କ ସମର୍ଥନରେ ଟିଏମସି ଏପରି ନିଷ୍ପତ୍ତି ନେଇଛି।  ଗଣତନ୍ତ୍ର ଓ ସଂସଦକୁ ସୁରକ୍ଷା କରିବା ପାଇଁ ଏପରି ପଦକ୍ଷେପ ଟିଏମସି ନେଇଥିବା କହିଛି।