Advertisment

ମମତାଙ୍କ ସହ ନନ୍ଦିଗ୍ରାମରେ ଲଢ଼େଇକୁ ନେଇ ଏମିତି କହିଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: ଚଳିତ ବେଙ୍ଗଲ ବିଧାନସଭା ନିର୍ବାଚନରେ ସବୁ ଠାରୁ ବଡ଼ ଲଢ଼େଇ ନନ୍ଦିଗ୍ରାମରେ ଦେଖିବାକୁ ମିଳିବ। କାରଣ ଗୋଟିଏ ପଟେ ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଥିବା ବେଳେ ଅନ୍ୟପଟେ ଅଛନ୍ତି ତାଙ୍କ ପୁରୁଣା ସହଯୋଗୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ। ଏପ୍ରିଲ ୧ରେ ନନ୍ଦିଗ୍ରାମ ଆସନ ପାଇଁ ଭୋଟିଂ ହେବ। ଉଭୟ ବିଜେପି ଓ ଟିଏମସି ଏଥିପାଇଁ ନିଜ ନିଜ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରି ସାରିଛନ୍ତି। ନନ୍ଦିଗ୍ରାମ ପାଇଁ ବିଜେପି ଶୁଭେନ୍ଦୁ […]

author-image
Hemant Lenka
ମମତାଙ୍କ ସହ ନନ୍ଦିଗ୍ରାମରେ ଲଢ଼େଇକୁ ନେଇ ଏମିତି କହିଲେ ଶୁଭେନ୍ଦୁ ଅଧିକାରୀ

Suvendu-Adhikari

କୋଲକାତା: ଚଳିତ ବେଙ୍ଗଲ ବିଧାନସଭା ନିର୍ବାଚନରେ ସବୁ ଠାରୁ ବଡ଼ ଲଢ଼େଇ ନନ୍ଦିଗ୍ରାମରେ ଦେଖିବାକୁ ମିଳିବ। କାରଣ ଗୋଟିଏ ପଟେ ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଥିବା ବେଳେ ଅନ୍ୟପଟେ ଅଛନ୍ତି ତାଙ୍କ ପୁରୁଣା ସହଯୋଗୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ। ଏପ୍ରିଲ ୧ରେ ନନ୍ଦିଗ୍ରାମ ଆସନ ପାଇଁ ଭୋଟିଂ ହେବ। ଉଭୟ ବିଜେପି ଓ ଟିଏମସି ଏଥିପାଇଁ ନିଜ ନିଜ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରି ସାରିଛନ୍ତି।

Advertisment

ନନ୍ଦିଗ୍ରାମ ପାଇଁ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କ ନାଁ ଘୋଷଣା କରିବା ପରେ ସେ ବଡ଼ ବୟାନ ଦେଇଛନ୍ତି। ସେ ନିନ୍ଦିଗ୍ରାମ ଆସନରେ ଦିଦି (ମମତା ବାନାର୍ଜୀ)ଙ୍କୁ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିବେ ବୋଲି ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, ଚଳିତ ବିଧାନସଭାରେ କେବଳ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା ହେବନାହିଁ। ବରଂ ଏହି ଲଢ଼େଇ ଦୁର୍ନୀତି ବିରୋଧରେ ହେବ।

ବେଙ୍ଗଲରେ ସରକାରୀ ବିରୋଧୀ ସ୍ରୋତ ଜୋରସୋରରେ ପ୍ରବାହିତ ହେଉଛି। ପଶ୍ଚିମବଙ୍ଗ ସରକାର ସବୁଥିରେ ବିଫଳ ହୋଇଛନ୍ତି। ରାଜ୍ୟରେ କୌଣସି ଇଣ୍ଡଷ୍ଟ୍ରୀ ନାହିଁ କି ବିକାଶ ମଧ୍ୟ ହେଉନାହିଁ। ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ପଶ୍ଚିମବଙ୍ଗ ମଧ୍ୟ ପରିବର୍ତ୍ତନ ଚାହୁଁଛି। ନନ୍ଦିଗ୍ରାମ ମଧ୍ୟ ପରିବର୍ତ୍ତନ ଚାହୁଁଛି ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ମୁଁ ନନ୍ଦିଗ୍ରାମରୁ ଜିତିବି ବୋଲି ୨୦୦% ବିଶ୍ୱାସ ରହିଛି। ଏହା ବ୍ୟକ୍ତିଗତ ଲଢ଼େଇ ନୁହେଁ, ବିଜେପି ବ୍ୟାନର ତଳେ ସମସ୍ତେ ଏକାଠି ଲଢ଼େଇ କରୁଛନ୍ତି। ମୁଁ ଦିଦିଙ୍କୁ ନନ୍ଦିଗ୍ରାମରେ ୫୦ ହଜାରରୁ ଅଧିକ ଭୋଟରେ ହରାଇବି। ନନ୍ଦିଗ୍ରାମ ଟିଏମସର ପାରମ୍ପରିକ ଗଡ଼ ନୁହେଁ। ୨୦୦୭ ନନ୍ଦିଗ୍ରାମ ଆନ୍ଦୋଳନ ପୂର୍ବରୁ ଏହା ବାମନ୍ଥୀଙ୍କ ଗଡ଼ ଥିଲା। ବିଜେପି ନନ୍ଦିଗ୍ରାମ ସହ ପୂରା ବେଙ୍ଗଲରେ କ୍ଲିନ ସୁଇପ କରିବ ବୋଲି ଅଧିକାରୀ ଦମ୍ଭୋକ୍ତି କରିଛନ୍ତି।

ଟିଏମସି ସହ ସେ ଧୋକା କରିଛନ୍ତି ବୋଲି ଆସୁଥିବା ଅଭିଯୋଗର ଜବାବ ଦେଇ ଶୁଭେନ୍ଦୁ କହିଛନ୍ତି, ବିଜେପି ଗୋଟିଏ ପ୍ରାଇଭେଟ୍‌ ଲିଃ ପାର୍ଟି ନୁହେଁ। ଏହା ଗୋଟିଏ ଶୃଙ୍ଖଳିତ, ସଂଗଠିତ ଓ କାଡର ବେସ୍‌ଡ ପାର୍ଟି। ସେହିପରି ମମତାଙ୍କୁ ହରାଇଲେ ଶୁଭେନ୍ଦୁ କ’ଣ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ପ୍ରଶ୍ନର ଉତ୍ତରକୁ ସେ ବେଶ ଚତୁରତାର ସହ ଏଡ଼ାଇ ଯାଇଛନ୍ତି। ସେ କହଛନ୍ତି, ଦଳର ସଦସ୍ୟ ଭାବେ ଏହାର ଉତ୍ତର ଦେବା ମୋ ପକ୍ଷେ ସମ୍ଭବ ନୁହେଁ। ଦଳ ହିଁ ଏହାର ନିଷ୍ପତ୍ତି ନେବ।

West Bengal Assembly Election