ନନ୍ଦିଗ୍ରାମରେ ମମତା ବନାମ ଶୁଭେନ୍ଦୁ ଅଧିକାରୀ ଲଢ଼େଇ ଫାଇନାଲ୍‌!

କୋଲକାତା: ପଶ୍ଚିମବଙ୍ଗ ବିଧାନନସଭା ନିର୍ବାଚନରେ ସବୁଠାରୁ ହାଇଭୋଲଟେଜ୍‌ ଲଢ଼େଇ ନନ୍ଦିଗ୍ରାମରେ ଦେଖିବାକୁ ମିଳିବ। ଏଠାରେ ଦୁଇ ଘନିଷ୍ଠ ବନ୍ଧୁ ପରସ୍ପର ବିରୋଧରେ ଲଢ଼େଇ କରିବେ। ଗୋଟିଏ ପଟେ ଖୋଦ୍‌ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅନ୍ୟପଟେ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରି ବିଜେପିରେ ମିଶିଥିବା ଶୁଭେନ୍ଦୁ ଅଧିକାରୀ ରହିଛନ୍ତି। ଗୁରୁବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କାହାକୁ କେଉଁଠି ଟିକେଟ୍‌ ଦିଆଯିବ, ତା’ର ମାନସମନ୍ଥନ ବିଜେପି ପକ୍ଷରୁ  କରାଯାଇଥିଲା। ବିଜେପିର ଏହି […]

Mamata

Hemant Lenka
  • Published: Thursday, 04 March 2021
  • , Updated: 04 March 2021, 08:07 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନନସଭା ନିର୍ବାଚନରେ ସବୁଠାରୁ ହାଇଭୋଲଟେଜ୍‌ ଲଢ଼େଇ ନନ୍ଦିଗ୍ରାମରେ ଦେଖିବାକୁ ମିଳିବ। ଏଠାରେ ଦୁଇ ଘନିଷ୍ଠ ବନ୍ଧୁ ପରସ୍ପର ବିରୋଧରେ ଲଢ଼େଇ କରିବେ। ଗୋଟିଏ ପଟେ ଖୋଦ୍‌ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅନ୍ୟପଟେ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରି ବିଜେପିରେ ମିଶିଥିବା ଶୁଭେନ୍ଦୁ ଅଧିକାରୀ ରହିଛନ୍ତି।

ଗୁରୁବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କାହାକୁ କେଉଁଠି ଟିକେଟ୍‌ ଦିଆଯିବ, ତା’ର ମାନସମନ୍ଥନ ବିଜେପି ପକ୍ଷରୁ  କରାଯାଇଥିଲା। ବିଜେପିର ଏହି କୋର କମିଟି ବୈଠକରେ ଶୁଭେନ୍ଦୁ ଅଧିକାରୀ ପୂର୍ବଭଳି ନନ୍ଦିଗ୍ରାମରୁ ଲଢ଼ିବେ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ପୂର୍ବରୁ ମମତା ଟିଏମସି ଟିକେଟ୍‌ରୁ ନନ୍ଦିଗ୍ରାମ ଆସନରୁ ଲଢ଼ିବେ ବୋଲି କହି ସାରିଛନ୍ତି।

ବେଙ୍ଗଲର ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ କହିଛନ୍ତି, ନନ୍ଦିଗ୍ରାମରେ ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବାର ସମ୍ଭାବନା ବହୁତ ଅଧିକ ରହିଛି। ବିଜେପିର କରୋ କମିଟି ବୈଠକର ଅଧ୍ୟକ୍ଷତା ଦଳର ସୁପ୍ରିମୋ ଜେପି ନଡ୍ଡା କରିଥିଲେ। ଏହି ସମୟରେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମକୁ ଲଢ଼େଇ କରିବାକୁ ଚାହୁଁଥିବା କଥା ଜଣାଇଛନ୍ତି। ତେଣୁ ଦଳ ତାଙ୍କୁ ନନ୍ଦିଗ୍ରାମରୁ ଲଢ଼ିବାକୁ ଟିକେଟ୍‌ ଦେବାର ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଟିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମମତା ଦୁଇଟି ନୁହେଁ ବରଂ କେବଳ ନନ୍ଦିଗ୍ରାମ ଆସନରୁ ହିଁ ନିର୍ବାଚନ ଲଢ଼ିବେ। ଏହାର ଅର୍ଥ ଦଳ ମମତାଙ୍କ ପାରମ୍ପରିକ ଭବାନୀପୁର ଆସନରେ ଆଉ ଜଣଙ୍କୁ ପ୍ରାର୍ଥୀ କରିବ। ଏହି ଆସନରେ ସମ୍ଭବତଃ ଅଭିନେତା ସୋହମ ଚକ୍ରବର୍ତ୍ତୀ କିମ୍ବା ରାଜ୍ୟର ମନ୍ତ୍ରୀ ସୋଭନଦେବ ଚାଟାର୍ଜୀଙ୍କ ମଧ୍ୟରୁ ଜଣଙ୍କୁ ଟିକେଟ ମିଳିପାରେ।

ଶୁଭେନ୍ଦୁ ଅଧିକାରୀ ଏକଦା ମମତାଙ୍କ ଘନିଷ୍ଠ ସହଯୋଗୀ ଥିଲେ। ୧୦ ବର୍ଷ ତଳେ ନନ୍ଦିଗ୍ରାମରେ ଆରମ୍ଭ ହୋଇଥିବା ଆନ୍ଦୋଳନର ନେତୃତ୍ୱ ସେ ନେଇଥିଲେ ଓ ଟିଏମସି ଏହାକୁ ଆଧାର କରି କ୍ଷମତା ଦଖଲ କରିଥିଲା। ତେବେ ଗତବର୍ଷ ଡିସେମ୍ବରରେ ସେ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ତାଙ୍କ ଦଳ ବଦଳ ଦେଖି ଅନେକ ଟିଏମସି ନେତା ବିଜେପିରେ ସାମିଲ ବି ହୋଇଛନ୍ତି।

ଯେଉଁ ନନ୍ଦିଗ୍ରାମରେ ଶୁଭେନ୍ଦୁ ଓ ମମତା ଏକାଠି ୧୦ ବର୍ଷ ଲଢ଼େଇ କରିଥିଲେ ଏବେ ସେଠାରେ ଦୁଇ ଜଣ ପରସ୍ପର ବିରୋଧରେ ପ୍ରାର୍ଥୀ ହେବେ। ଏହା ନିଶ୍ଚିତ ରୋଚକ ହେବ ବୋଲି ଆଶା କରାଯାଉଛି।

ପଶ୍ଚିମବଙ୍ଗରେ ଆସନ୍ତା ୨୭ ତାରିଖରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହେବ। ୨୯୪ ଆସନ ପାଇଁ ୮ଟି ପର୍ଯ୍ୟାୟରେ ମତଦାନ କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Related story