ରେଷ୍ଟୁରାଣ୍ଟ ମାଲିକଙ୍କୁ ଗୁଳି କଲା ସ୍ୱିଗୀ ଡେଲିଭରୀ ବୟ

ନୋଏଡା: ଅଲଲାଇନରେ ଖାଦ୍ୟ ପାର୍ସଲ ଦେଉଥିବା ଜଣେ ରେଷ୍ଟୁରାଣ୍ଟ ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଲୋକଙ୍କ ଘରେ ଖାଦ୍ୟ ପହଞ୍ଚାଉଥିବା ସ୍ୱିଗୀର ଜଣେ ଡେଲିଭୟର ବୟ ଏପରି ହତ୍ୟାକାଣ୍ଡ ଘଟାଇଛି। ଖାଦ୍ୟ ପାର୍ସଲ ପ୍ରଦାନରେ ବିଳମ୍ବକୁ ନେଇ ଗ୍ରେଟର ନୋଏଡାରେ ଥିବା ଉକ୍ତ ରେଷ୍ଟୁରାଣ୍ଟ ମାଲିକଙ୍କ ସହ ଅଭିଯୁକ୍ତ ସ୍ୱିଗୀ ବୟର ପାଟିତୁଣ୍ଡ ହୋଇଥିଲା। ଏହାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ପୁଲିସ୍‌ ଜାଣିବାକୁ ପାଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ଗ୍ରେଟର ନୋଏଡାର ମିତ୍ର […]

swiggy

Hemant Lenka
  • Published: Wednesday, 01 September 2021
  • , Updated: 01 September 2021, 04:25 PM IST

ନୋଏଡା: ଅଲଲାଇନରେ ଖାଦ୍ୟ ପାର୍ସଲ ଦେଉଥିବା ଜଣେ ରେଷ୍ଟୁରାଣ୍ଟ ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଲୋକଙ୍କ ଘରେ ଖାଦ୍ୟ ପହଞ୍ଚାଉଥିବା ସ୍ୱିଗୀର ଜଣେ ଡେଲିଭୟର ବୟ ଏପରି ହତ୍ୟାକାଣ୍ଡ ଘଟାଇଛି। ଖାଦ୍ୟ ପାର୍ସଲ ପ୍ରଦାନରେ ବିଳମ୍ବକୁ ନେଇ ଗ୍ରେଟର ନୋଏଡାରେ ଥିବା ଉକ୍ତ ରେଷ୍ଟୁରାଣ୍ଟ ମାଲିକଙ୍କ ସହ ଅଭିଯୁକ୍ତ ସ୍ୱିଗୀ ବୟର ପାଟିତୁଣ୍ଡ ହୋଇଥିଲା। ଏହାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ପୁଲିସ୍‌ ଜାଣିବାକୁ ପାଇଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଗ୍ରେଟର ନୋଏଡାର ମିତ୍ର ସୋସାଇଟରେ ଥିବା ଜାମ ଜାମ ଫୁଡ୍‌ ଡେଲିଭରୀ ରେଷ୍ଟୁଣ୍ଟର ମାଲିକ ହେଉଛନ୍ତି ସୁନିଲ। ମଙ୍ଗଳବାର ରାତି ୧୨.୫ରେ ଜଣେ ସ୍ୱିଗୀ ଡେଲିଭରୀ ବୟ ତାଙ୍କ ରେଷ୍ଟୁରାଣ୍ଟକୁ ଆସିଥିଲା। ସେ ରେଷ୍ଟୁରାଣ୍ଟରୁ ଅର୍ଡର ମୁତାବକ ଚିକେନ ବିରିୟାନୀ ଓ ପୁରୀ ତରକାରୀ ନେବାର ଥିଲା।

ରେଷ୍ଟୁରାଣ୍ଟର କର୍ମଚାରୀ ନାରାୟଣ ତୁରନ୍ତ ତାଙ୍କୁ ଚିକେନ ବିରିୟାନୀର ପାର୍ସଲ ଦେଇଥିଲେ ଓ ପୁରୀ ତରକାରୀ ପାଇଁ ଆଉ କିଛି ସମୟ ଲାଗିବ ବୋଲି କହିଥିଲେ। ଏଥିରେ ହଠାତ୍‌ ରାଗି ଯାଇ ଡେଲିଭରୀ ବୟ ଜଣଙ୍କ ନାରାୟଣଙ୍କ ସହ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲା।

ସ୍ଥିତି ହାତାହାତି ଆଡ଼କୁ ଯିବାରୁ ରେଷ୍ଟୁରାଣ୍ଟ ମାଲିକ ସୁନିଲ ଏଥିରେ ହସ୍ତକ୍ଷେପ କରିଥିଲେ। ବାସ୍‌ ଏତିକି କଥାରେ ଡେଲିଭରୀ ବୟ ନିଜ ପାଖରେ ରଖିଥିବା ବନ୍ଧୁକ କାଢ଼ି ସିଧା ସୁନିଲଙ୍କ ମୁଣ୍ଡକୁ ଗୁଳି କରି ଦେଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ୟାର୍ଥଥ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

[caption id="" align="aligncenter" width="1200"] ଗୁଳି ମାଡ଼ରେ ପ୍ରାଣ ହରାଇଥିବା ରେଷ୍ଟୁରାଣ୍ଟ ମାଲିକ ସୁନିଲ[/caption]

ସ୍ଥାନୀୟ ଲୋକଙ୍କ କହିବା କଥା ଡେଲିଭରୀ ବୟ ଜଣଙ୍କ ସହ ଆଉ ଜଣେ ଯୁବକ ରହିଥିଲେ। ଉଭୟ ମଦ୍ୟ ପାନ ମଧ୍ୟ କରିଥିଲେ। ପୁଲିସ୍ ଏବେ ସିସିଟିଭିରୁ ଉକ୍ତ ଡେଲିଭରୀ ବୟଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ କରି ତାଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

Related story