Advertisment

ନାଟକୀୟ ରିଲିଜ୍‌ ପରେ ଦମ୍ଭ ଦେଖାଇଲେ ବିଜେପି ନେତା ତଜିନ୍ଦର ବଗା

ନୂଆଦିଲ୍ଲୀ: ପଞ୍ଜାବ ପୁଲିସ୍‌ ଦ୍ୱାରା ଗିରଫ ହୋଇ ନାଟକୀୟ ଢଙ୍ଗରେ ଖଲାସ ହୋଇଥିବା ବିଜେପି ନେତା ତଜିନ୍ଦର ବଗା ଏବେ ନିଜର ମୁହଁ ଫୁଟାଣି ଦେଖାଇଛନ୍ତି। ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଭଳି ଘଟଣାରେ ପଞ୍ଜାବ ପୁଲିସ୍‌ ତାଙ୍କୁ ଗତକାଲି ଦିଲ୍ଲୀରୁ ଗିରଫ କରିଥିଲା। ତେବେ ତାଙ୍କୁ ମୋହାଲି ନିଆଯାଉଥିବା ବେଳେ ହରିଆଣା ପୁଲିସ୍‌ ପଞ୍ଜାବ ପୁଲିସକୁ ଅଟକାଇଥିଲା। ଏହାପରେ ଦିଲ୍ଲୀ ପୁଲିସ୍‌ ସେଠାରେ ପହଞ୍ଚି […]

ନାଟକୀୟ ରିଲିଜ୍‌ ପରେ ଦମ୍ଭ ଦେଖାଇଲେ ବିଜେପି ନେତା ତଜିନ୍ଦର ବଗା

tajindar

Advertisment

ନୂଆଦିଲ୍ଲୀ: ପଞ୍ଜାବ ପୁଲିସ୍‌ ଦ୍ୱାରା ଗିରଫ ହୋଇ ନାଟକୀୟ ଢଙ୍ଗରେ ଖଲାସ ହୋଇଥିବା ବିଜେପି ନେତା ତଜିନ୍ଦର ବଗା ଏବେ ନିଜର ମୁହଁ ଫୁଟାଣି ଦେଖାଇଛନ୍ତି। ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଭଳି ଘଟଣାରେ ପଞ୍ଜାବ ପୁଲିସ୍‌ ତାଙ୍କୁ ଗତକାଲି ଦିଲ୍ଲୀରୁ ଗିରଫ କରିଥିଲା।

Advertisment

ତେବେ ତାଙ୍କୁ ମୋହାଲି ନିଆଯାଉଥିବା ବେଳେ ହରିଆଣା ପୁଲିସ୍‌ ପଞ୍ଜାବ ପୁଲିସକୁ ଅଟକାଇଥିଲା। ଏହାପରେ ଦିଲ୍ଲୀ ପୁଲିସ୍‌ ସେଠାରେ ପହଞ୍ଚି ତଜିନ୍ଦର ବଗାଙ୍କୁ ନିଜ ସହ ଆଣିଥିଲା। ଏହାପରେ ତାଙ୍କୁ ଦ୍ୱାରିକା କୋର୍ଟରେ ହାଜର କରାଯାଇଥିଲା। ଏଠାରେ କାର୍ଯ୍ୟରେ ଥିବା ମାଜିଷ୍ଟ୍ରେଟ ଦିଲ୍ଲୀ ପୁଲିସକୁ ବଗା ଓ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି। ଏହାପରେ ସେ ନିଜ ସମର୍ଥକଙ୍କ ସହ ବିଳମ୍ବିତ ରାତିରେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ସୋମବାର ବଗାଙ୍କ ବୟାନ ମାଜିଷ୍ଟ୍ରେଟ କୋର୍ଟରେ ରେକର୍ଡ କରାଯିବ। ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଦିଲ୍ଲୀ ପୁଲିସ୍‌ ବଗା ଓ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବ।

ବଗା ଘରେ ପହଞ୍ଚିବା ପରେ ଗଣମାଧ୍ୟମ ଆଗରେ ପଞ୍ଜାବ ପୁଲିସ୍ ଓ କେଜ୍ରିୱାଲଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, “କେଜ୍ରିୱାଲ ଭାବୁଛନ୍ତି ସେ ଆମ ସ୍ୱରକୁ ଚାପି ଦେବେ ଓ ଆମେ ଆଉ ପ୍ରଶ୍ନ ପଚାରିବୁ ନାହିଁ। ହେଲେ ମୁଁ ତାଙ୍କୁ ଏଥିପାଇଁ ଚ୍ୟାଲେଞ୍ଜ କରୁଛି। ମୁଁ ଏହି ଲଢ଼େଇ ପାଇଁ ପ୍ରସ୍ତୁତ। ମୁଁ ଅଟକି ବି ନାହିଁ। ମୁଁ ଅରବିନ୍ଦ କେଜ୍ରିୱାଲଙ୍କୁ ପୂର୍ବଭଳି ପ୍ରଶ୍ନ କରିବି। ନ୍ୟାୟ ପାଇଁ ମୋର ଲଢ଼େଇ ଜାରି ରହିବ। ଯଦି କେଜ୍ରିୱାଲ ଭାବୁଛନ୍ତି ସେ ଆମକୁ ଭୟଭୀତ କରାଇବେ, ତା’ହେଲେ ସେ ଭୁଲ ଭାବୁଛନ୍ତି। ସେ ଆମକୁ ଅଟକାଇ ପାରିବେ ନାହିଁ। କେଜ୍ରିୱାଲ ନିଜ ଇଚ୍ଛାରେ ଯାହା ବି କରିବାର ଅଛି କରନ୍ତୁ।”

Advertisment

ପଞ୍ଜାବ ପୁଲିସ୍‌ ନୋଟିସରେ ସହଯୋଗ କରୁ ନଥିବା ଅଭିଯୋଗ ସମ୍ପର୍କରେ ମଧ୍ୟ ବଗା ମତ ରଖିଛନ୍ତି। ସେ କହିଛନ୍ତି, “ମୁଁ ପଞ୍ଜାବ ପୁଲିସ୍ ପକ୍ଷରୁ ଆସିଥିବା ସମସ୍ତ ସମନର ଜବାବ ରଖି ସାରିଛି।” ପଞ୍ଜାବ ପୁଲିସ୍ ପୁଣି ଗିରଫ କରିବାକୁ ଆସିଲେ କ’ଣ କରିବେ ବୋଲି ପ୍ରଶ୍ନରେ ସେ କହିଛନ୍ତି, “ପଞ୍ଜାବ ପୁଲିସ୍‌ ଶହେ ଥର ଆସୁ। କୌଣସି ଅସୁବିଧା ନାହିଁ। କିନ୍ତୁ ସେମାନେ ଉପଯୁକ୍ତ କାଗଜ ଓ ପ୍ରମାଣ ନିଜ ସହ ପ୍ରଥମେ ଆଣିବା ଦରକାର।”

ଅନ୍ୟପକ୍ଷରେ ବିଜେପି ନେତାମାନେ ବଗାଙ୍କୁ ଗିରଫଦାରୀକୁ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ପଞ୍ଜାବରେ ଆମ ଆଦମୀ ପାର୍ଟିର ସରକାର ଥିବାରୁ ସେଠାକାର ପୁଲିସ୍ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହାପଛରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହାତ ରହିଥିବା ମଧ୍ୟ ବିଜେପି ଅଭିଯୋଗ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe