ସୁଧୁରିନି ତାଲିବାନ, ପୁଣି ଦେଖାଇଲା କ୍ରୁରତା, କାଟିଦେଲା ସେନା ମୁଣ୍ଡ

କାବୁଲ: ସୁଧୁରିନି ତାଲିବାନ। ପୁଣି କ୍ରୁରତାର ସବୁ ସୀମା ଟପିଗଲା। ଦେଖାଇଲା ନିଜ କ୍ରୁରପଣ। ଜଣେ ଆଫଗାନିସ୍ତାନ ସୈନିକକୁ ନିର୍ମମ ଭାବେ ହତ୍ୟା କଲା ତାଲିବାନ। ଆଉ ହତ୍ୟା କରିବା ପରେ ସେନାର କଟା ମୁଣ୍ଡକୁ ଧରି ରେକର୍ଡ କଲା ଭିଡିଓ। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଚାରିଆଡୁ ତାଲିବାନକୁ ନିନ୍ଦା କରାଯାଉଛି। ଯାହା କହୁଛି ତାହା କରୁନି ତାଲିବାନ। କଥା ଦେଇ କଥା ଭାଙ୍ଗୁଛି। ଶାନ୍ତ ପରିବେଶ ମଧ୍ୟରେ ଶାସନ ଚାହୁଁଥିବା ବୋଲି […]

taliban-1

Madhupriya Mistry
  • Published: Sunday, 12 September 2021
  • , Updated: 12 September 2021, 03:22 PM IST

କାବୁଲ: ସୁଧୁରିନି ତାଲିବାନ। ପୁଣି କ୍ରୁରତାର ସବୁ ସୀମା ଟପିଗଲା। ଦେଖାଇଲା ନିଜ କ୍ରୁରପଣ। ଜଣେ ଆଫଗାନିସ୍ତାନ ସୈନିକକୁ ନିର୍ମମ ଭାବେ ହତ୍ୟା କଲା ତାଲିବାନ। ଆଉ ହତ୍ୟା କରିବା ପରେ ସେନାର କଟା ମୁଣ୍ଡକୁ ଧରି ରେକର୍ଡ କଲା ଭିଡିଓ। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଚାରିଆଡୁ ତାଲିବାନକୁ ନିନ୍ଦା କରାଯାଉଛି।

ଯାହା କହୁଛି ତାହା କରୁନି ତାଲିବାନ। କଥା ଦେଇ କଥା ଭାଙ୍ଗୁଛି। ଶାନ୍ତ ପରିବେଶ ମଧ୍ୟରେ ଶାସନ ଚାହୁଁଥିବା ବୋଲି କହୁଥିବା ତାଲିବାନ ପୁଣି ଆରମ୍ଭ କରିଛି ନିଜ କ୍ରୁରପଣ। ଏକଥା ସେ ନିଜେ ପ୍ରମାଣିତ କରିଛି। ତାଲିବାନୀ ବନ୍ଧୁକଧାରୀମାନେ ଆଫଗାନିସ୍ତାନର ଜଣେ ସୈନିକର ମୁଣ୍ଡ କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା ବେଳର ଭିଡିଓକୁ ସେମାନେ ରେକର୍ଡ ମଧ୍ୟ କରିଛନ୍ତି।

୩୦ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି ଯେ,  ଜିହାଦୀମାନେ ସୈନିକଙ୍କ କଟା ମୁଣ୍ଡକୁ ହାତରେ ଧରି ବୁଲୁଛନ୍ତି। ଭିଡିଓରେ ୬ ଜଣ ବନ୍ଧୁକଧାରୀଙ୍କୁ ଦେଖିବାକୁ ମିଳିଥିବାବେଳେ ଜଣେ ରକ୍ତ ଜୁଡୁବୁଡୁ ଛୁରୀ ଧରିଥିବା ନଜର ଆସିଛି। ଏହି ବନ୍ଧୁକଧାରୀମାନେ ମୁଜାହୁଦ୍ଦିନର ନାରା ଦେଉଛନ୍ତି। ଏଥିସହ ସେମାନେ ତାଲିବାନର ସର୍ବୋଚ୍ଚ ନେତା ହବିବତୁଲ୍ଲା ଅଖୁନ୍ଦଜାଦାର ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି।

ମିରର୍‌ ରିପୋର୍ଟ ମୁତାବକ, କୁହାଯାଉଛି ଯେ, ଉକ୍ତ ପୀଡିତ ଜଣକ ଆଫଗାନ ସୈନିକ। କାରଣ ସମ୍ପୃକ୍ତ ବ୍ୟକ୍ତି ଜଣକ ସେନା ପୋଷାକ ପିନ୍ଧିଛନ୍ତି। ତାଲିବାନୀମାନଙ୍କର ଏହି ଭୟଙ୍କର ଭିଡିଓଟି ଶନିବାର ସାମ୍ନାକୁ ଆସିଥିଲା। ତାଲିବାନର ଜଣେ ମୁଖପାତ୍ର ଦାବି କରିଥିଲେ ଯେ, ସେମାନେ ହିଂସକ ହେବେ ନାହିଁ ଏବଂ ଜୋର ଦେଇ କହିଥିଲେ ଯେ, ମହିଳାଙ୍କୁ ସେମାନଙ୍କର ଅଧିକାର ଦିଆଯିବ। ନୂଆ ସରକାର କଲ୍ୟାଣକାରୀ ରାଜ୍ୟର ନିର୍ମାଣ କରିବ ବୋଲି ମଧ୍ୟ ସେ ଦାବି କରିଥିଲେ।

ସେହିପରି ତାଲିବାନ ପ୍ରବକ୍ତା ସୁହେଲ ଶହାଣୀ କହିଥିଲେ, ୨୦୦୦ ଦଶକର ପ୍ରାରମ୍ଭରେ ଯେଉଁ ପ୍ରକାରର ତାଲିବାନ ଥିଲା, ସେଥିରେ ଅନେକ ପରିବର୍ତ୍ତନ ଆସିଛି। ଆମେ ଆଫଗାନିସ୍ତାନର ଲୋକ। ଆମ ମଧ୍ୟରୁ ଅନେକ ଜିହାଦ୍ କରୁଥିଲେ। ପ୍ରଥମେ ସୋଭିଏତ ସଂଘ ବିରୋଧରେ ଏବଂ ପରେ ଆମେରିକା ଏବଂ ଏହାର ସହଯୋଗୀମାନଙ୍କ ଦ୍ୱାରା ୨୦ ବର୍ଷର କବଜାକୁ ବିରୋଧ କରାଯାଇଥିଲା। ବର୍ତ୍ତମାନ ଆମେ ଆମ ଲୋକଙ୍କ ଜୀବନ ଆଗକୁ ବଢ଼ାଇବାକୁ, ନୂଆ ଆଫଗାନିସ୍ତାନ ଗଠନ କରିବା ଏବଂ ଆମ ଲୋକଙ୍କ ପାଇଁ ଚାକିରି ସୃଷ୍ଟି କରିବାକୁ ଚାହୁଁଛୁ। ଆମେ ଏକ କଲ୍ୟାଣକାରୀ ରାଜ୍ୟ ଗଠନ ଉପରେ ଧ୍ୟାନ ଦେବୁ ବୋଲି ସେ କହିଥିଲେ।

Related story