Advertisment

ଭାରତ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା ତାଲିବାନ, ଚିନ୍ତାରେ ବ୍ୟବସାୟୀ

ନୂଆଦିଲ୍ଲୀ: ରବିବାର କାବୁଲରେ ପ୍ରବେଶ କରିବା ସହ ଆଫଗାନସ୍ତାନକୁ ଦଖଲ କରିଥିବା ତାଲିବାନ ଭାରତ ସହ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ପର୍କଚ୍ଛିନ୍ନ କରିଛି। ରବିବାର ଠାରୁ ଭାରତ ଓ ଆଫଗାନ ମଧ୍ୟରେ ସମସ୍ତ ପ୍ରକାରର ଆମଦାନୀ- ରପ୍ତାନୀ ଉପରେ ତାଲିବାନ ରୋକ ଲଗାଇ ଦେଇଥିବା ଜଣାପଡ଼ିଛି। ଏଫଆଇଓର ଡିଜି ଡା ଅଜୟ ସାହାଇ କହିଛନ୍ତି, ବର୍ତ୍ତମାନ ତାଲିବାନ ପାକିସ୍ତାନର ଟ୍ରାଞ୍ଜିଟ ରୁଟ୍‌ ଦେଇ ଚଳାଚଳ କରୁଥିବା କାରଗୋଗୁଡ଼ିକ ଉପରେ ରୋକ ଲାଗାଇ ଦେଇଛି। ଫଳରେ ଆଫଗାନରୁ ଆସୁଥିବା […]

ଅଦ୍ୟତନ ହୋଇଛି
ଭାରତ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା ତାଲିବାନ, ଚିନ୍ତାରେ ବ୍ୟବସାୟୀ

India

Advertisment

ନୂଆଦିଲ୍ଲୀ: ରବିବାର କାବୁଲରେ ପ୍ରବେଶ କରିବା ସହ ଆଫଗାନସ୍ତାନକୁ ଦଖଲ କରିଥିବା ତାଲିବାନ ଭାରତ ସହ ସମସ୍ତ ପ୍ରକାରର ବ୍ୟବସାୟିକ ସମ୍ପର୍କଚ୍ଛିନ୍ନ କରିଛି। ରବିବାର ଠାରୁ ଭାରତ ଓ ଆଫଗାନ ମଧ୍ୟରେ ସମସ୍ତ ପ୍ରକାରର ଆମଦାନୀ- ରପ୍ତାନୀ ଉପରେ ତାଲିବାନ ରୋକ ଲଗାଇ ଦେଇଥିବା ଜଣାପଡ଼ିଛି।

Advertisment

ଏଫଆଇଓର ଡିଜି ଡା ଅଜୟ ସାହାଇ କହିଛନ୍ତି, ବର୍ତ୍ତମାନ ତାଲିବାନ ପାକିସ୍ତାନର ଟ୍ରାଞ୍ଜିଟ ରୁଟ୍‌ ଦେଇ ଚଳାଚଳ କରୁଥିବା କାରଗୋଗୁଡ଼ିକ ଉପରେ ରୋକ ଲାଗାଇ ଦେଇଛି। ଫଳରେ ଆଫଗାନରୁ ଆସୁଥିବା ଜିନିଷ ଗୁଡ଼ିକ ଭାରତରେ ପହଞ୍ଚି ପାରୁନି। ଆମେ ଆଫଗାନିସ୍ତାନରେ ଘଟୁଥିବା ଘଟଣା ଉପରେ ନଜର ରଖିଛୁ।

ସେଠାରୁ ବିଭିନ୍ନ ସାମଗ୍ରୀ ପାକିସ୍ତାନର ଟ୍ରାଞ୍ଜିଟ ରୁଟ୍‌ ଦେଇ ଆମଦାନୀ ହେଉଥିଲା। ଏବେ ତାଲିବାନ ପାକିସ୍ତାନକୁ କାରଗୋ ଚଳାଚଳ ବନ୍ଦ କରି ଦେଇଛି। ତେଣୁ ଆମଦାନୀ ବନ୍ଦ ହୋଇଯାଇଛି। ରପ୍ତାନୀ ମଧ୍ୟ ଏହି କାରଣରୁ ଗଭୀର ଭାବେ ପ୍ରଭାବିତ ହୋଇଛି।

Advertisment

ଆଫଗାନିସ୍ତାନ ସହ ଆମର ବିଶାଳ ବ୍ୟବସାୟିକ ସମ୍ପର୍କ ରହିଛି। ୨୦୨୧ରେ ଆଫଗାନିସ୍ତାନକୁ ପ୍ରାୟ ୮୩୫ ମିଲିୟନ ଡଲାରର ସାମଗ୍ରୀ ରପ୍ତାନୀ ହେବାର ଥିଲା। ଆମେ ୫୧୦ ମିଲିୟନ ଡଲାରର ଜିନିଷ ମଧ୍ୟ ଆମଦାନୀ କରିଥାଆନ୍ତୁ। କିନ୍ତୁ ଏବେ ସବୁ କିଛି ଅଧାରୁ ବନ୍ଦ ହୋଇ ଯାଇଛି।

ଆମଦାନୀ ଓ ରପ୍ତାନୀ ସହ ଆମେ ବିପୁଳ ପରିମାଣର ଅର୍ଥ ମଧ୍ୟ ଆଫଗାନରେ ନିବେଶ କରିଛୁ। ଆଫଗାନରେ ୩ ବିଲିୟନ ଡଲାରର ପୁଞ୍ଜି ନିବେଶ କରାଯାଇଛି। ୪୦୦ଟି ପ୍ରକଳ୍ପ କାମ ମଧ୍ୟ ଚାଲିଛି। ଏବେ ଏସବୁ ଆଶା ଆଶଙ୍କା ମଧ୍ୟରେ ରହିଥିବା ସେ କହିଛନ୍ତି।

ଭାରତରୁ ଆଫଗାନକୁ ଚିନି, ଫାର୍ମାସିଟ୍ୟୁକାଲ୍ସ, ବିଭିନ୍ନ ପ୍ରକାରର କପଡ଼ା, ଚା’, କଫି, ମସଲା ଓ ଟ୍ରାନ୍ସମିଶନ ଟାୱାର ରପ୍ତାନୀ ହୋଇଥାଏ। ସେହିପରି ଭାରତ ଡ୍ରାଏ ଫ୍ରୁଟ ପାଇଁ ସାଧାରଣତଃ ଆଫଗାନ ଉପରେ ନିର୍ଭର କରେ। କିଛି ପରିମାଣର ପିଆଜ ଓ ବିଭିନ୍ନ ପ୍ରକାରର ଚୁଇ ଗମ ମଧ୍ୟ ଆଫଗାନରୁ ଆମଦାନୀ ହୋଇଥାଏ।

ତାଲିବାନ ଆଫଗାନକୁ କବଜା କରିବା ପରେ ଏସବୁ ଠପ ହୋଇଯାଇଛି। ଏହି କାରଣରୁ ବ୍ୟବସାୟିମାନେ ଚିନ୍ତା ରହିଛନ୍ତି। ଆଗକୁ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ କେମିତି ରହିବ, ସେକଥା ମଧ୍ୟ କାହାକୁ ଜଣାନାହିଁ।

Afganistan Taliban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe