Advertisment

ରାଜ୍ୟପାଳଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଆସିଲା ବିଲ୍‌

ଚେନ୍ନାଇ: ରାଜ୍ୟପାଳଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ତାମିଲନାଡୁ ବିଧାନସଭାରେ ପାରିତ ହୋଇଛି ଗୋଟିଏ ବିଲ୍‌। ରାଜ୍ୟପାଳଙ୍କ ବଦଳରେ ରାଜ୍ୟ ସରକାର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତି କରିବାର କ୍ଷମତା ହାସଲ କରିବେ ବୋଲି ଏହି ବିଲ୍‌ରେ ବ୍ୟବସ୍ଥା କରାଯାଇଛି। ଓଟ୍ଟୀରେ ରାଜ୍ୟପାଳ ଆରଏନ ରବି ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ମିଟିଂ କରୁଛନ୍ତି। ଏହି ସମୟରେ ହିଁ ତାଙ୍କୁ ବାଇପାସ୍ କରିବା ପାଇଁ ସରକାରୀ ଦଳ ପକ୍ଷରୁ ତାମିଲନାଡୁ ବିଶ୍ୱବିଦ୍ୟାଳୟ […]

author-image
Hemant Lenka
ରାଜ୍ୟପାଳଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଆସିଲା ବିଲ୍‌

stalin

ଚେନ୍ନାଇ: ରାଜ୍ୟପାଳଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ତାମିଲନାଡୁ ବିଧାନସଭାରେ ପାରିତ ହୋଇଛି ଗୋଟିଏ ବିଲ୍‌। ରାଜ୍ୟପାଳଙ୍କ ବଦଳରେ ରାଜ୍ୟ ସରକାର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତି କରିବାର କ୍ଷମତା ହାସଲ କରିବେ ବୋଲି ଏହି ବିଲ୍‌ରେ ବ୍ୟବସ୍ଥା କରାଯାଇଛି।

Advertisment

ଓଟ୍ଟୀରେ ରାଜ୍ୟପାଳ ଆରଏନ ରବି ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ମିଟିଂ କରୁଛନ୍ତି। ଏହି ସମୟରେ ହିଁ ତାଙ୍କୁ ବାଇପାସ୍ କରିବା ପାଇଁ ସରକାରୀ ଦଳ ପକ୍ଷରୁ ତାମିଲନାଡୁ ବିଶ୍ୱବିଦ୍ୟାଳୟ ଆଇନକୁ ସଂଶୋଧନ କରିବାକୁ ନୂଆ ବିଲ୍‌ ଅଣାଯାଇଛି।

ବିଲ୍‌ ସପକ୍ଷରେ ଯୁକ୍ତି ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି, “ରାଜ୍ୟ ସରକାରଙ୍କ ପାଖରେ କୁଳପତି ନିଯୁକ୍ତି କରିବାକୁ କ୍ଷମତା ନଥିବାରୁ ଏହା ଉଚ୍ଚ ଶିକ୍ଷାକୁ ପ୍ରଭାବିତ କରିଛି। ରାଜ୍ୟପାଳ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କୁ ନିଯୁକ୍ତି ଦେବା ବେଳେ ରାଜ୍ୟ ସରକାରଙ୍କ ବିଚାର ବିମର୍ଶ କରିବାର ପ୍ରାବଧାନ ରହିଛି। ହେଲେ ଏଇ ୪ ବର୍ଷ ହେଲା ଗୋଟିଏ ନୂଆ ଟ୍ରେଣ୍ଡ ସାମ୍ନାକୁ ଆସିଛି। ରାଜ୍ୟପାଳ ସରକାରଙ୍କ ବିନା ପରିମର୍ଶରେ ନିଜର ବିଶେଷ ଅଧିକାରକୁ ପ୍ରୟୋଗ କରି ନିଯୁକ୍ତି ଦେଉଛନ୍ତି।

Advertisment

ଏପରି କରି ରାଜ୍ୟପାଳ ଲୋକଙ୍କ ଦ୍ୱାରା ଚୟନ ହୋଇଥିବା ସରକାରଙ୍କୁ ଅସମ୍ମାନ କରୁଛନ୍ତି। ଏହା ଲୋକ ବିରୋଧୀ କାର୍ଯ୍ୟକଳାପ। ବର୍ତ୍ତମାନର ବ୍ୟବସ୍ଥା ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଦ୍ୱନ୍ଦ୍ୱରେ ମଧ୍ୟ ପକାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟରେ ମଧ୍ୟ ରାଜ୍ୟ ସରକାର ହିଁ ସର୍ଚ୍ଚ କମିଟି ଦେଇଥିବା ୩ଟି ନାଁ ମଧ୍ୟରୁ ଜଣଙ୍କୁ କୁଳପତି ଭାବେ ଚୟନ କରୁଛନ୍ତି। ଆନ୍ଧ୍ର, ତେଲେଙ୍ଗାନା ଓ କର୍ଣ୍ଣାଟକାରେ ମଧ୍ୟ ଲାଗୁ କରାଯାଉଛି।”

ସରକାରୀ ଦଳ ବିଲ୍‌କୁ ସମର୍ଥନ କରୁଥିବା ବେଳେ ଏଆଇଏଡିଏମକେ ଓ ବିଜେପି ବିଧାୟକମାନେ ଏହାକୁ ବିରୋଧ କରିଛନ୍ତି।
ଗତବର୍ଷ ଡିସେମ୍ବର ମାସରେ ମହାରାଷ୍ଟ୍ର ସରକାର ମଧ୍ୟ ସମାନ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ହେଲେ ଏହା କାର୍ଯ୍ୟକାରୀ ହୋଇପାରିନି। ଏବେ ତାମିଲନାଡୁ ସରକାର କେମିତି ଉକ୍ତ ବିଲ୍‌କୁ ଆଇନରେ ପରିଣତ କରିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।