ସେକ୍ସ ବେଳେ ଫେବିକୁଇକ୍‌ ଢାଳି ଦେଲା ତାନ୍ତ୍ରିକ, ଅଲଗା ହୋଇଗଲା ପ୍ରାଇଭେଟ ପାର୍ଟ

ଉଦୟପୁର: ଜଣେ ତଥାକଥିତ ତାନ୍ତ୍ରିକର ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି। ପରକିୟାପ୍ରୀତିରେ ଲିପ୍ତ ଥିବା କପଲଙ୍କୁ ସେକ୍ସ କରିବା ବେଳେ ଫେବକୁଇକ ଢାଳି ହତ୍ୟା କରିଛି ତାନ୍ତ୍ରିକ। ତାନ୍ତ୍ରିକ ଜଣଙ୍କ ନିଜର ଯାଦୁ ବିଦ୍ୟା ବଳରେ ପ୍ରଥମେ ସେମାନଙ୍କୁ ବଶିଭୂତ କରି ତା’ ସାମ୍ନାରେ ସେକ୍ସ କରିବାକୁ କହିଥିଲା। ସେମାନେ ସେକ୍ସ କରିବା ବେଳେ ତାନ୍ତ୍ରିକ ଜଣକ ହଠାତ୍‌ ଗୋଟିଏ ବୋତଲ ଫେବିକୁଇକ ବା ଅଠା ସେମାନଙ୍କ ଉପରେ ଢାଳି ଦେଇଥିଲା। ଫଳରେ ସେମାନେ ପରସ୍ପର ଦେହରେ ଲାଖି […]

tantrika

Ordigital Desk
  • Published: Wednesday, 23 November 2022
  • , Updated: 23 November 2022, 10:30 PM IST

ଉଦୟପୁର: ଜଣେ ତଥାକଥିତ ତାନ୍ତ୍ରିକର ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି। ପରକିୟାପ୍ରୀତିରେ ଲିପ୍ତ ଥିବା କପଲଙ୍କୁ ସେକ୍ସ କରିବା ବେଳେ ଫେବକୁଇକ ଢାଳି ହତ୍ୟା କରିଛି ତାନ୍ତ୍ରିକ। ତାନ୍ତ୍ରିକ ଜଣଙ୍କ ନିଜର ଯାଦୁ ବିଦ୍ୟା ବଳରେ ପ୍ରଥମେ ସେମାନଙ୍କୁ ବଶିଭୂତ କରି ତା’ ସାମ୍ନାରେ ସେକ୍ସ କରିବାକୁ କହିଥିଲା। ସେମାନେ ସେକ୍ସ କରିବା ବେଳେ ତାନ୍ତ୍ରିକ ଜଣକ ହଠାତ୍‌ ଗୋଟିଏ ବୋତଲ ଫେବିକୁଇକ ବା ଅଠା ସେମାନଙ୍କ ଉପରେ ଢାଳି ଦେଇଥିଲା। ଫଳରେ ସେମାନେ ପରସ୍ପର ଦେହରେ ଲାଖି ଯାଇଥିଲେ। ଏତିକି ବେଳେ ତାନ୍ତ୍ରିକ ଉଭୟଙ୍କୁ ଛୁରୀରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି।

ରାଜସ୍ଥାନର ଉଦୟପୁରରେ ଘଟିଥିବା ଏହି ଲୋକମହର୍ଷଣକାରୀ ଘଟଣା ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ପୁଲିସ ତାନ୍ତ୍ରିକକୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକ ଆସିଛି। ସେହିପରି ଆଜି ତାନ୍ତ୍ରିକ ଭାଲେଶ କୁମାର ନିଜ ଦୋଷକୁ କ୍ୟାମେରା ଆଗରେ ସ୍ୱୀକାର କରିଛି ଓ ନିଜର କୁକର୍ମ ପାଇଁ ସେ ଦଣ୍ଡ ପାଇବ ବୋଲି କହିଛି।

ପୂରା ଘଟଣା ଏମିତି ଥିଲା। ନଭେମ୍ବର ୧୮ରେ ପୁଲିସ୍‌ ଜଣେ ପୁରୁଷ ଓ ମହିଳାଙ୍କ ଉଲଗ୍ନ ମୃତଦେହ ରାଜସ୍ଥାନର ଉଦୟପୁରର କେଲାବାବାଡ଼ିର ଜଙ୍ଗଲ ଅଞ୍ଚଳରୁ ଠାବ କରିଥିଲା। ହତ୍ୟା ଘଟଣାର ୩ ଦିନ ପରେ ସେମାନଙ୍କ କ୍ଷତବିକ୍ଷତ ମୃତଦେହ ପୁଲିସ୍‌କୁ ମିଳିଥିଲା।

ପ୍ରାଥମିକ ଅବସ୍ଥାରେ ପୁଲିସ୍‌ ଏହାକୁ ଅନର କିଲିଂ ବୋଲି ଧରି ନେଥିଲା। କାରଣ ଉଭୟ ପୁରୁଷ ଓ ମହିଳା ଜଣଙ୍କ ଭିନ୍ନ ଜାତିର ହୋଇଥିବାରୁ ପୁଲିସ୍‌ ଏପରି ଭାବିଥିଲା। କିନ୍ତୁ ପୁଲିସ୍‌ ଅଭିଯୁକ୍ତ ତାନ୍ତ୍ରିକକୁ ଗିରଫ କରିବା ପରେ ଏହା ପଛରେ ଥିବା କାରଣ ଜାଣି ପୂରା ଆଶ୍ଚର୍ଯ୍ୟ ହୋଇଛି। ତାନ୍ତ୍ରିକ ଭାଲେଶ କୁମାର ମଧ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ଟିକିନିକି ତଥ୍ୟ ଦେଇଛି।

ମୃତ ବ୍ୟକ୍ତି ଜଣଙ୍କ ହେଲେ ୩୦ ବର୍ଷୀୟ ଶିକ୍ଷକ ରାହୁଲ ମୀନା ଓ ମହିଳା ଜଣଙ୍କ ହେଲେ ୨୮ ବର୍ଷୀୟ ସୋନୁ କୁନୱାର। ରାହୁଲ ଓ ସୋନୁ ଭିନ୍ନ ଭିନ୍ନ ସ୍ଥାନରେ ବିବାହ କରିଥିଲେ। ସେମାନଙ୍କ ପରିବାର ଲୋକ ନିୟମିତ ଭାବେ ଭାଡାବି ଗୁଡ଼ାଠାରା ଥିବା ଇଚ୍ଛାପୁରମ ଶେଶନାଗ ଭାବାଜୀ ମନ୍ଦିରରେ ରହୁଥିବା ତାନ୍ତ୍ରିକ ଭାଲେଶ କୁମାର ପାଖକୁ ଆସୁଥିଲେ। ଏହି ସମୟରେ ରାହୁଲ ଓ ସୋନୁ ପରସ୍ପରକୁ ଚିହ୍ନି ଥିଲେ।

କିଛି ଦିନର ଚିହ୍ନା ପରିଚୟ ପରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ପ୍ରେମ ସମ୍ପର୍କ। ଏହି କାରଣ ପାଇଁ ରାହୁଲ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ମଧ୍ୟ ହେଉଥିଲା। ରାହୁଲଙ୍କ ଏପରି ଆଚରଣର ସମାଧାନ ପାଇଁ ତାଙ୍କ ପତ୍ନୀ ତାନ୍ତ୍ରିକ ଭାଲେଶ କୁମାରର ସହାୟତା ନେଇଥିଲେ।

ମନ୍ଦିରରେ ଭାଲେଶ କୁମାର ୭ରୁ ୮ ବର୍ଷ ହେଲା ରହୁଥିଲା। ସେ ଲୋକଙ୍କୁ ବିଭିନ୍ନ ପ୍ରକାରର ମାଳି ଦେଇ ଭୂତପ୍ରେତ ଓ କୁପ୍ରଭାବରୁ ସୁରକ୍ଷା ଦେଉଥିବା ଦାବି କରୁଥିଲା। ସେ ମଧ୍ୟ ରାହୁଲ ଓ ସୋନୁଙ୍କ ମଧ୍ୟରେ ଚାଲିଥିବା ପରକିୟାପ୍ରୀତି ସମ୍ପର୍କରେ ଜାଣିବାକୁ ପାଇଥିଲା। ଏହା ଜାଣିବା ପରେ ସବୁ କଥା ରାହୁଲଙ୍କ ପତ୍ନୀଙ୍କୁ ଜଣାଇଥିଲା।

ଏକଥା ରାହୁଲ ଜାଣିବା ପରେ ସୋନୁଙ୍କ ସହ ମିଶି ତାନ୍ତ୍ରିକ ଭାଲେଶ କୁମାରକୁ ଧମକ ଦେବା ଆରମ୍ଭ କରିଥିଲେ। ମିଛ ମାମଲାରେ ଫସାଇ ଦେବେ ବୋଲି କହିଥିଲେ। ଏହାଶୁଣି ଭାଲେଶ କୁମାର ସାମାନ୍ୟ ଡରି ଯାଇଥିଲେ। ସମ୍ମାନହାନୀ ହେବା ଆଶଙ୍କାରେ ସେ ରାହୁଲ ଓ ସୋନିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା।

ଯୋଜନା ମୁତାବକ ସେ ୫୦ଟି ଫେବିକୁଇକ ଟ୍ୟୁବ ଆଣିଥିଲା ଓ ଏହାକୁ ଗୋଟିଏ ବୋତଲରେ ଭର୍ତ୍ତି କରିଥିଲା। ନଭେମ୍ବର ୧୫ ତାରିଖ ସନ୍ଧ୍ୟାରେ ସେ ସୋନୁ ଓ ରାହୁଲଙ୍କ ଜଙ୍ଗଲରେ ଥିବା ଗୋଟିଏ ସ୍ଥାନକୁ ଡାକିଥିଲା। ତନ୍ତ୍ରମନ୍ତ୍ର ବଳରେ ସେ ଉଭୟଙ୍କୁ ବଶିଭୂତ କରିଥିଲେ। ଏହାପରେ ସେମାନଙ୍କୁ ତା’ ସାମ୍ନାରେ ସେକ୍ସ କରିବାକୁ କହିଥିଲା।

ଉଭୟ ସେକ୍ସ କରୁଥିବା ବେଳେ ତାନ୍ତ୍ରିକ ଭାଲେଶ କୁମାର ବୋତଲରେ ରହିଥିବା ଫେବିକୁଇକକୁ ସେମାନଙ୍କ ଉପରେ ଢାଳି ଦେଇଥିଲା। ସେ ଆଶା କରିଥିଲା ଯେ ସେକ୍ସ କରିବା ଅବସ୍ଥାରେ ଉଭୟଙ୍କୁ ହତ୍ୟା କରି ପୂରା ଘଟଣାରୁ ଖସି ଯିବ। ତେଣୁ ରାହୁଲ ଓ ସୋନୁ ଉଲଗ୍ନ ଆଲିଙ୍ଗନ କରିଥିବା ବେଳେ ସେମାନଙ୍କ ଉପରେ ଫେବିକୁଇକ ଢାଳି ଦେଇଥିଲା।

ଫେବିକୁଇକ୍‌ ଯୋଗୁ ସୋନୁ ଓ ରାହୁଲ ପରସ୍ପର ଦେହରେ ଲାଖି ଯାଇଥିଲେ। ଉଭୟ ଅଲଗା ହେବା ପାଇଁ ଟଣା ଓଟରା ହୋଇଥିଲେ। ଏହାରି ଭିତରେ ସେମାନଙ୍କ ଶରୀରରୁ ଚମଡ଼ା ଉଠିବାରେ  ଲାଗିଥିଲା। ଏପରି କି ରାହୁଲଙ୍କ ଗୁପ୍ତାଙ୍ଗ ତାଙ୍କ ଶରୀରରୁ ଅଲଗା ଯାଇଥିଲା। ସେହିପରି ସୋନୁଙ୍କ ପ୍ରାଇଭେଟ ଅଂଶଗୁଡ଼ିକ ମଧ୍ୟ କ୍ଷତାକ୍ତ ହୋଇଥିଲା।

ସେମାନେ ରକ୍ତାକ୍ତ ଅବସ୍ଥାରେ ଛାଟିପିଟି ହେଉଥିବା ବେଳେ ତାନ୍ତ୍ରିକ ଭାଲେଶ କୁମାର ଗୋଟିଏ ଛୁରୀରେ ପ୍ରଥମେ ରାହୁଲଙ୍କ ତଣ୍ଟି କାଟି ଦେଇଥିଲା। ତା’ପରେ ସୋନୁଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲା। ନିଜ କୁକର୍ମକୁ ଲୁଚାଇବା ପାଇଁ ତାନ୍ତ୍ରିକ ସେଠାରୁ ଫେରାର ହୋଇଯାଇଥିଲା।

ଉଦୟପୁର ଏସ୍‌ପି ବିକାଶ କୁମାର କହିଛନ୍ତି, ମୃତଦେହ ୧୮ ତାରିଖରେ ମିଳିବା ପରେ ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ୫୦ଟି ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ପ୍ରାୟ ୨୦୦ ଜଣଙ୍କୁ ପଚରାଉଚରା କରିଥିଲା। ଏହି ସମୟରେ ମିଳିଥିବା ପ୍ରମାଣକୁ ଆଧାର କରି ପୁଲିସ ଭାଲେଶ କୁମାରକୁ ଉଠାଇଥିଲା। ତା’କୁ ଜେରା କରିବା ପରେ ସେ ସବୁ ସତକଥା ମାନି ଯାଇଥିବା ଏସ୍‌ପି ବିକାଶ କୁମାର କହିଛନ୍ତି।

ମଙ୍ଗଳବାର ଗିରଫ ପରେ ଆଜି ଭାଲେଶ କୁମାରକୁ ହସ୍ପିଟାଲ ନିଆଯାଇଥିଲା। ଏହି ସମୟରେ ତା’କୁ ସାମ୍ବାଦିକମାନେ ବିଭିନ୍ନ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ କହିଛି, ରାହୁଲ ଓ ସୋନୁ ବାରମ୍ବାର ମୋତେ ବଶିଭୂତ କୌଶଳ କହିବାକୁ ଚାପ ପକାଉଥିଲେ। ଏହି କାରଣ ପାଇଁ ମୁଁ ସେମାନଙ୍କୁ ହତ୍ୟା କରିଛି। ମୁଁ ଗୋଟିଏ ବଡ଼ ଭୁଲ କରିଛି। ମୋତେ ମୋ କର୍ମ ପାଇଁ ଦଣ୍ଡ ମିଳିବ।

Related story