Advertisment

ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇବା ଅଭିଯୋଗରେ ଶିକ୍ଷକ ଗିରଫ

ରାୟପୁର: ଛତିଶଗଡ଼ର କଓ୍ୱର୍ଧା (Kawardha) ପୁଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ଶିକ୍ଷକ ଜଣଙ୍କ ଛାତ୍ରୀଙ୍କ ସହିତ ଅଶ୍ଳୀଳ ବ୍ୟବହାର କରିବା ସହିତ ଅଶ୍ଳୀଳ ଭିଡିଓ ଦେଖାଉଥିବା ଅଭିଯୋଗ ରହିଥିଲା। ଛାତ୍ରୀଙ୍କ ପରିବାର ଲୋକେ ଏ ନେଇ ଅଭିଯୋଗ କରିବା ପରେ ପୁଲିସ ଏହି ଶିକ୍ଷକ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଶିବପ୍ରସାଦ କଓ୍ୱର୍ଧା ଜିଲ୍ଲାର ସିଲହାଟ ଅଞ୍ଚଳର। ସେ ଦେବାଗନ ଗାଁର ପ୍ରାଥମିକ ସ୍କୁଲର ଶିକ୍ଷକ ଭାବରେ ନିଯୁକ୍ତ। ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ […]

ଅଦ୍ୟତନ ହୋଇଛି
ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇବା ଅଭିଯୋଗରେ ଶିକ୍ଷକ ଗିରଫ

Teacher-arrested

Advertisment

ରାୟପୁର: ଛତିଶଗଡ଼ର କଓ୍ୱର୍ଧା (Kawardha) ପୁଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ଶିକ୍ଷକ ଜଣଙ୍କ ଛାତ୍ରୀଙ୍କ ସହିତ ଅଶ୍ଳୀଳ ବ୍ୟବହାର କରିବା ସହିତ ଅଶ୍ଳୀଳ ଭିଡିଓ ଦେଖାଉଥିବା ଅଭିଯୋଗ ରହିଥିଲା। ଛାତ୍ରୀଙ୍କ ପରିବାର ଲୋକେ ଏ ନେଇ ଅଭିଯୋଗ କରିବା ପରେ ପୁଲିସ ଏହି ଶିକ୍ଷକ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଶିବପ୍ରସାଦ କଓ୍ୱର୍ଧା ଜିଲ୍ଲାର ସିଲହାଟ ଅଞ୍ଚଳର। ସେ ଦେବାଗନ ଗାଁର ପ୍ରାଥମିକ ସ୍କୁଲର ଶିକ୍ଷକ ଭାବରେ ନିଯୁକ୍ତ।

Advertisment

ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଖାତା ଚେକ୍ କରିବା ପାଇଁ ଶିକ୍ଷକ ଜଣଙ୍କ ସ୍କୁଲକୁ ଡାକୁଥିଲେ। ଏହି ସମୟରେ ଛାତ୍ରୀଙ୍କ ସହିତ ଶିକ୍ଷକ ଜଣଙ୍କ ଅଶ୍ଳୀଳ ବ୍ୟବହାର କରିବା ସହିତ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଦେଖାଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହାପରେ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଶିକ୍ଷକ ଜଣଙ୍କର ଏପରି ଆଚରଣ ବାବଦରେ ଅବଗତ କରାଇଥିଲେ। ଏହାପରେ ଅଭିଭାବକ ଏବଂ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା। ଛାତ୍ରୀଙ୍କ ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହି ମାମଲାର ତଦନ୍ତ କରି ଜାଣିବାରୁ ପାଇଛି ଯେ ଅଭିଯୁକ୍ତ ଜଣଙ୍କ ଅନ୍ୟ ଝିଅଙ୍କ ସହିତ ମଧ୍ୟ ଏପରି କୁତ୍ସିତ କାରନାମା କରୁଥିଲା।

ପୁଲିସ ଶିକ୍ଷକଙ୍କୁ ଗିରଫ କରି ତାଙ୍କ ବିରୋଧରେ POCSO ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରିଛି। ପୁଲିସ ମାମଲାକୁ ଗୁରୁତର ସହ ନେଇଛି। ଏଥିସହ ଏକ ଏକ ଟିମ୍ ଗଠନ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ଶିକ୍ଷକଙ୍କ ବୟସ ୨୯ ବୋଲି କୁହାଯାଉଛି। ଏବେ ସେ ବିଚାରବିଭାଗୀୟ ରିମାଣ୍ଡରେ ରହିଛନ୍ତି। ପୁଲିସ ଏବେ ଅଭିଯୁକ୍ତ ଶିକ୍ଷକଙ୍କର କଲେଜ ଏବଂ ପାଠ ପଢ଼ିବା ବେଳର ବ୍ୟବହାର କେମିତି ଥିଲା, ସେ ଯେଉଁ ସ୍ଥାନରେ ରହୁଛନ୍ତି ସେଠାରେ ତାଙ୍କର ବ୍ୟବହାର କିଭଳି ରହିଛି ସେ ନେଇ ତଦନ୍ତ କରୁଛି। ପୁଲିସ ଅଭିଯୁକ୍ତ ଶିକ୍ଷକର ମୋବାଇଲକୁ ନିଜ ହେପାଜତକୁ ନେଇ ତଦନ୍ତ ଚଳାଇଥିବା ସୂଚନା ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe