Advertisment

ଲଭ୍‌ ଲେଟର ଦେଇ ସାତବେଣ୍ଟିଆ ହେଲେ ଲଭ୍‌ ଗୁରୁ

ଇନ୍ଦୋର: ଏକ ତରଫା ପ୍ରେମ କରି ଓ ଧମକପୂର୍ଣ୍ଣ ଲଭ୍‌ ଲେଟର ଲେଖି ପାନେ ପାଇଲେ ଶିକ୍ଷକ। ସାତବେଣ୍ଟିଆ ହେଲେ। ନିସ୍ତୁକ ଛେଚା ବି ଖାଇଲେ।  ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରୁ ଆସିଛି ଏହି ଖବର। ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ,  ଇନ୍ଦୋର ଠାରୁ ୭୦ କିଲୋମିଟର ଦୂର ମନପୁର ଥାନା ଅନ୍ତର୍ଗତ ଖେଡ଼ିସହୋଡ଼ ଗାଁରେ ଏହି ଘଟଣା ଘଟିଛି। ଜଣେ ଶିକ୍ଷକ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅଟକ ରଖିଥିଲେ। ପରେ ତାଙ୍କୁ ଏକ ପ୍ରେମପତ୍ର […]

ଅଦ୍ୟତନ ହୋଇଛି
ଲଭ୍‌ ଲେଟର ଦେଇ ସାତବେଣ୍ଟିଆ ହେଲେ ଲଭ୍‌ ଗୁରୁ

villagers-shaved-teachers-h

Advertisment

ଇନ୍ଦୋର: ଏକ ତରଫା ପ୍ରେମ କରି ଓ ଧମକପୂର୍ଣ୍ଣ ଲଭ୍‌ ଲେଟର ଲେଖି ପାନେ ପାଇଲେ ଶିକ୍ଷକ। ସାତବେଣ୍ଟିଆ ହେଲେ। ନିସ୍ତୁକ ଛେଚା ବି ଖାଇଲେ।  ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରୁ ଆସିଛି ଏହି ଖବର।

Advertisment

ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ,  ଇନ୍ଦୋର ଠାରୁ ୭୦ କିଲୋମିଟର ଦୂର ମନପୁର ଥାନା ଅନ୍ତର୍ଗତ ଖେଡ଼ିସହୋଡ଼ ଗାଁରେ ଏହି ଘଟଣା ଘଟିଛି। ଜଣେ ଶିକ୍ଷକ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅଟକ ରଖିଥିଲେ। ପରେ ତାଙ୍କୁ ଏକ ପ୍ରେମପତ୍ର ଧରାଇ ଛାଡ଼ି ଦେଇଥିଲେ। ତାଙ୍କ ପ୍ରେମକୁ ଗ୍ରୀନ୍‌ ସିଗ୍‌ନାଲ୍‌ ନଦେଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଥିଲେ। ଏହା ଜାଣିବା ପରେ ଝିଅଟିର ପରିବାର ଲୋକେ ଓ ଗ୍ରାମବାସୀ ମିଶି ଉକ୍ତ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତା’ସହିତ ଅଧା ଲଣ୍ଡା କରି ଗାଁ ବୁଲାଇଥିଲେ। ଖବର ପାଇ ପୁଲିସ୍ ଉକ୍ତ ଶିକ୍ଷକଙ୍କୁ ଉଦ୍ଧାର କରିଥିଲା।

ପୁଲିସ୍‌ ଆହୁରି ମଧ୍ୟ କହିଛି ଯେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଉକ୍ତ ଶିକ୍ଷକଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି। ତା’ସହିତ ଯେଉଁମାନେ ଆଇନକୁ ହାତକୁ ନେଇ ଉକ୍ତ ଶିକ୍ଷକଙ୍କୁ ମାରପିଟ କରିଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe