କଂଗ୍ରେରେ ବିବାଦ ଜାରି: ଦେଖାଦେଲେନି ଗେହଲଟ ଗୋଷ୍ଠୀ, ନିରାଶ ହେଲେ ମାକେନ-ଖାଡଗେ

ଜୟପୁର: ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ଇସ୍ତଫା ଧମକ ପରେ କଂଗ୍ରେସ ହାଇକମାଣ୍ଡଙ୍କ ଚିନ୍ତା ବଢ଼ି ଯାଇଛି। ସେମାନଙ୍କୁ ବୁଝାଇବାକୁ ପ୍ରୟାସ ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ସୁଫଳ ଏଯାଏ ମିଳିନି। ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବାରୁ ସଚିନ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର ପ୍ରକାଶ ପାଇଛି। ଏହି ଖବର ପ୍ରକାଶ ପାଇବା […]

Gehlot

Gehlot

Hemant Lenka
  • Published: Monday, 26 September 2022
  • Updated: 26 September 2022, 11:28 AM IST

ଜୟପୁର: ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ଇସ୍ତଫା ଧମକ ପରେ କଂଗ୍ରେସ ହାଇକମାଣ୍ଡଙ୍କ ଚିନ୍ତା ବଢ଼ି ଯାଇଛି। ସେମାନଙ୍କୁ ବୁଝାଇବାକୁ ପ୍ରୟାସ ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ସୁଫଳ ଏଯାଏ ମିଳିନି।

ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବାରୁ ସଚିନ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର ପ୍ରକାଶ ପାଇଛି। ଏହି ଖବର ପ୍ରକାଶ ପାଇବା ପରେ ଗେହଲଟ ଗୋଷ୍ଠୀ ମହାନାଟକ ଆରମ୍ଭ କରିଦେଇଛନ୍ତି। ସଚିନ ପାଇଲଟ ନୁହେଁ ବରଂ ଗେହଲଟଙ୍କ ପସନ୍ଦର ନେତା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ସେମାନେ ଦାବି କରିଛନ୍ତି। ଯଦି ସେପରି ନହୁଏ, ତା’ହେଲେ ୯୦ରୁ ଅଧିକ ବିଧାୟକ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି।

ବିବାଦ ବଢ଼ୁଥିବାରୁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦୁଇ ବରିଷ୍ଠ ନେତା ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଜୟପୁର ପଠାଇଥିଲେ। ସେମାନେ ତୁରନ୍ତ ଜୟପୁର ଆସି ଗେହଲଟଙ୍କ ଗୋଷ୍ଠୀର ବିଧାୟକମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବାକୁ ଚାହିଁଥିଲେ। ହେଲେ ବିଧାୟକମାନେ ଉଭୟଙ୍କୁ ଏବେ ଦେଖା କରିବା ମୁଡରେ ନାହାନ୍ତି। ସେମାନେ ଦେଖା ନ କରିବାରୁ ମାକେନ ଓ ଖାଡଗେ ଯୋଡ଼ି ନିରାଶ ହୋଇ ଦିଲ୍ଲୀ ଫେରିଛନ୍ତି।

ଏ ସଂକ୍ରାନ୍ତ ରିପୋର୍ଟ ଉଭୟ ହାଇକମାଣ୍ଡଙ୍କୁ ଦେବେ। ସେହିପରି ଦଳର ଅନ୍ୟତମ ବରିଷ୍ଠ ନେତା କେସି ଭେନୁଗୋପାଲ ମଧ୍ୟ କେରଳରୁ ତରବରିଆ ଭାବେ ଦିଲ୍ଲୀ ଆସୁଛନ୍ତି। ସମସ୍ତେ ମିଳିତ ଭାବେ ଆଲୋଚନା କରିବା ପରେ ହାଇକମାଣ୍ଡ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ ବୋଲି ଜଣାପଡ଼ିଛି।

ବିଧାୟକମାନେ କାହିଁକି ମାକେନ ଓ ଖାଡଗେଙ୍କୁ ଭେଟିଲେ ନାହିଁ, ସେ ସମ୍ପର୍କରେ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ସିଂହ ଖାଚାରିୱାସ ମତ ରଖିଛନ୍ତି। ସେ କହିଛନ୍ତି, ବିଧାକମାନେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନାକୁ ବିରୋଧ କରୁନାହାନ୍ତି। କିନ୍ତୁ ସେମାନେ ଆଜି କାହାକୁ ଭେଟି ପାରିବେ ନାହିଁ। କାରଣ ଅଧିକାଂଶ ବିଧାୟକ ନବରାତ୍ରୀ ପାଇଁ ନିଜ ନିଜ ଘରକୁ ପଳାଇ ଗଲେଣି। ତେଣୁ ପରବର୍ତ୍ତୀ ଅବସ୍ଥାରେ ଏହି ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି।

ଗେହଲଟ ଯଦି କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଜିତିବେ, ତା’ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ। ଏପରି ସ୍ଥିତିରେ ୨୦୨୦ରେ ତାଙ୍କ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ। ଗାନ୍ଧି ପରିବାର ମଧ୍ୟ ସଚିନଙ୍କ ସପକ୍ଷରେ ରହିଛନ୍ତି। ହେଲେ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ମୁଡରେ ନାହାନ୍ତି। ଯଦି ବି ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ, ତା’ହେଲେ ସଚିନ ନୁହେଁ ବରଂ ତାଙ୍କ ପସନ୍ଦର ଜଣେ ନେତା ପଦ ସମ୍ଭାଳିବେ ଦରକାର ବୋଲି ସେ ଚାହୁଁଛନ୍ତି। ଏହାକୁ ନେଇ ରାଜସ୍ଥାନ କଂଗ୍ରେସେ ଛକାପଞ୍ଝା ଆରମ୍ଭ ହୋଇଯାଇଛି।

ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନଙ୍କ କହିବା କଥା ଯେ ଗେହଲଟ ମୁଖ୍ୟମନ୍ତ୍ରୀ ପଦରେ ରୁହନ୍ତୁ ନଚେତ ତାଙ୍କ ପସନ୍ଦର ନେତାଙ୍କୁ ଚୟନ କରନ୍ତୁ। ଏନେଇ ସେମାନେ ବାଚସ୍ପତି ସିପି ଯୋଶୀଙ୍କୁ ଭେଟି ଇସ୍ତଫା ଦେବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି। ଏଥସହ ସେମାନେ ୨୦୨୦ରେ ସଚିନ ପାଇଲଟ ସରକାର ବିରୋଧରେ କରିଥିବା ବିଦ୍ରୋହ କଥା ମଧ୍ୟ ଉଠାଇଛନ୍ତି। ୨୦୨୦ରେ ସରକାରଙ୍କ ସହ ଯେଉଁମାନେ ଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଏବେ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ବିଧାୟକମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story