Advertisment

ଟିମ ଯୋଗୀରୁ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା, ସଂଖ୍ୟା ୩ରେ ପହଞ୍ଚିଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଆଉ ଜଣେ ମନ୍ତ୍ରୀଙ୍କୁ ହରାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପୂର୍ବରୁ ଯୋଗୀଙ୍କ କ୍ୟାବିନେଟର ୨ ଜଣ ସଦସ୍ୟ ଇସ୍ତଫା ଦେଇଥିବା ବେଳେ ଆଜି ଆଉ ଜଣେ ମନ୍ତ୍ରୀ ସମାନ ପଦକ୍ଷେପ ନେଇଛନ୍ତି। ଆଜି ମନ୍ତ୍ରୀ ପଦରୁ ବରିଷ୍ଠ ପଛୁଆ ବର୍ଗର ନେତା ଧର୍ମ ସିଂହ ସାଇନି ଇସ୍ତଫା ଦେଇଛନ୍ତି। ପୂର୍ବରୁ ଧର୍ମ ସିଂହ ବିଜେପି ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେ ଏହି ଖବରକୁ ଖଣ୍ଡନ କରିଥିଲେ। ଧର୍ମ […]

author-image
Hemant Lenka
ଅଦ୍ୟତନ ହୋଇଛି
ଟିମ ଯୋଗୀରୁ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା, ସଂଖ୍ୟା ୩ରେ ପହଞ୍ଚିଲା

SP

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଆଉ ଜଣେ ମନ୍ତ୍ରୀଙ୍କୁ ହରାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପୂର୍ବରୁ ଯୋଗୀଙ୍କ କ୍ୟାବିନେଟର ୨ ଜଣ ସଦସ୍ୟ ଇସ୍ତଫା ଦେଇଥିବା ବେଳେ ଆଜି ଆଉ ଜଣେ ମନ୍ତ୍ରୀ ସମାନ ପଦକ୍ଷେପ ନେଇଛନ୍ତି। ଆଜି ମନ୍ତ୍ରୀ ପଦରୁ ବରିଷ୍ଠ ପଛୁଆ ବର୍ଗର ନେତା ଧର୍ମ ସିଂହ ସାଇନି ଇସ୍ତଫା ଦେଇଛନ୍ତି। ପୂର୍ବରୁ ଧର୍ମ ସିଂହ ବିଜେପି ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେ ଏହି ଖବରକୁ ଖଣ୍ଡନ କରିଥିଲେ।

Advertisment

ଧର୍ମ ସିଂହଙ୍କୁ ମିଶାଇ ଯୋଗୀଙ୍କ ହାତ ଛାଡ଼ିଥିବା ନେତାଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୩ ଜଣ ମନ୍ତ୍ରୀ ଓ ୫ ଜଣ ବିଧାୟକ ରହିଛନ୍ତି। ଏମାନେ ସମସ୍ତେ ନିର୍ବାଚନ ପୂର୍ବରୁ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ମିଶିବେ ବୋଲି କୁହାଯାଉଛି।
୨୪ ଘଣ୍ଟା ତଳେ ୪ଥରର ବିଧାୟକ ତଥା ଓବିସି ନେତା ଧର୍ମ ସିଂହ ସାଇନି ବିଜେପି ଛାଡ଼ିବେ ବୋଲି ଯେଉଁ ଖବର ପ୍ରକାଶ ପାଇଥିଲା, ତା’କୁ ସେ ଦୃଢ଼ ଭାବେ ଖଣ୍ଡନ କରିଥିଲେ।

ଏଥିସହ ନିକଟରେ ମନ୍ତ୍ରୀ ପଦ ଛାଡ଼ି ସମାଜବାଦୀ ପାର୍ଟିରେ ମିଶିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ। ମନ୍ତ୍ରୀ ପଦ ଛାଡ଼ିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କୁ ଫୋନ କରିଥିଲେ। ଏହି ସମୟରେ ଯୋଗୀ ତାଙ୍କୁ ଏପରି ପଦକ୍ଷେପ ନ ନେବାକୁ କହିଥିଲେ। ହେଲେ ଆଜି ସେ ମନ୍ତ୍ରୀ ପଦ ଛାଡ଼ି ସମସ୍ତଙ୍କୁ ଚକିତ କରିଛନ୍ତି।

Advertisment

ଧର୍ମ ସିଂହ ଇସ୍ତଫା ଦେବା କ୍ଷଣି ଅଖିଲେଶ ଯାଦବ ଗୋଟିଏ ଫଟୋ ଟ୍ୱିଟ କରିଛନ୍ତି। ଏଥିରେ ତାଙ୍କ ସହ ଧରମ ସିଂହ ଛିଡ଼ା ହୋଇଛନ୍ତି। ଏହି ଟ୍ୱିଟରେ ସେ ‘ମେଲା ହୋବେ’ ବୋଲି ହ୍ୟାଶଟ୍ୟାଗ ବ୍ୟବହାର କରିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମମତା ବାନାର୍ଜୀଙ୍କ ଟିଏମସି ‘ଖେଲା ହୋବେ’ ନାରା ଦେଇଥିଲା। ଏବେ ଅଖିଲେଶ ବିଜେପି ବିରୋଧରେ ମେଲା ହୋବେ ନାରା ଦେବା ଆରମ୍ଭ କରିଛନ୍ତି।


ଶ୍ରୀ ସାଇନି ପୂର୍ବରୁ ମାୟାବତୀଙ୍କ ବିଏସ୍‌ପିରେ ଥିଲେ। କିନ୍ତୁ ୨୦୧୬ରେ ସେ ବିଏସ୍‌ପି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ବିଜେପି ଟିକେଟରେ ସେ ସାହାରନପୁରରେ ଥିବା ନାକୁଡା ଆସନରୁ ବିଜୟୀ ହୋଇଥିଲେ।

UP Election