Advertisment

ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ସେସନ କୋର୍ଟରେ ହାଜର ହେଲେ ତୀସ୍ତା ସିତଲୱାଡ

ଅହମ୍ମଦାବାଦ: ଗୁଜରାଟ ଦଙ୍ଗା ମାମଲାରେ ସାମାଜିକ କର୍ମୀ ତୀସ୍ତା ସିତଲୱାଡଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଆଜି ଗୁଜରାଟ ସେସନ କୋର୍ଟରେ ହାଜର କରାଯାଇଥିଲା। ଆଜି ଗୁଜରାଟ ସାବରମତୀ ଜେଲରୁ ତାଙ୍କୁ ସେସନ କୋର୍ଟ ନିଆଯାଇଥିଲା।  ଜାମିନରେ ମୁକୁଳିବା ପାଇଁ ସମସ୍ତ ପ୍ରକ୍ରିୟା ତଥା ସୁପ୍ରିମକୋର୍ଟଙ୍କ ସର୍ତ୍ତ ସମ୍ପର୍କିତ ସିତଲୱାଡଙ୍କୁ ସେସନ କୋର୍ଟରେ ହାଜର କରାଯାଇଥିଲା। ନାନାବତୀ କମିଶନଙ୍କ ସମ୍ମୁଖରେ ଗୁଜରାଟ ଦଙ୍ଗା ସମ୍ପର୍କିତ ଭୁଲ ତଥ୍ୟ ଉପସ୍ଥାପନ କରଥିଲେ ତୀସ୍ତା। ଏନେଇ ଏସଆଇଟି ତାଙ୍କ ନାମରେ […]

author-image
Tapas Behera
ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ସେସନ କୋର୍ଟରେ ହାଜର ହେଲେ ତୀସ୍ତା ସିତଲୱାଡ

tista

ଅହମ୍ମଦାବାଦ: ଗୁଜରାଟ ଦଙ୍ଗା ମାମଲାରେ ସାମାଜିକ କର୍ମୀ ତୀସ୍ତା ସିତଲୱାଡଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଆଜି ଗୁଜରାଟ ସେସନ କୋର୍ଟରେ ହାଜର କରାଯାଇଥିଲା। ଆଜି ଗୁଜରାଟ ସାବରମତୀ ଜେଲରୁ ତାଙ୍କୁ ସେସନ କୋର୍ଟ ନିଆଯାଇଥିଲା।  ଜାମିନରେ ମୁକୁଳିବା ପାଇଁ ସମସ୍ତ ପ୍ରକ୍ରିୟା ତଥା ସୁପ୍ରିମକୋର୍ଟଙ୍କ ସର୍ତ୍ତ ସମ୍ପର୍କିତ ସିତଲୱାଡଙ୍କୁ ସେସନ କୋର୍ଟରେ ହାଜର କରାଯାଇଥିଲା। ନାନାବତୀ କମିଶନଙ୍କ ସମ୍ମୁଖରେ ଗୁଜରାଟ ଦଙ୍ଗା ସମ୍ପର୍କିତ ଭୁଲ ତଥ୍ୟ ଉପସ୍ଥାପନ କରଥିଲେ ତୀସ୍ତା। ଏନେଇ ଏସଆଇଟି ତାଙ୍କ ନାମରେ ମାମଲା ରୁଜୁ କରିଥିଲା।   ୨୦୦୨ ଗୁଜରାଟ ଦଙ୍ଗା ମାମଲାର ନିର୍ଦ୍ଦୋଷ ଲୋକଙ୍କୁ ଫସାଇବା ପାଇଁ ତିସ୍ତା ଦସ୍ତାବିଜ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା। ଗତକାଲି ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମନ ଦେଇଛନ୍ତି।  ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ସୁପ୍ରିମକୋର୍ଟ ତିସ୍ତା ସୀତଲୱାଡଙ୍କୁ କହିଛନ୍ତି ।

Advertisment

ଏହାସହ ତିସ୍ତାଙ୍କୁ ନିଜର ପାସପୋର୍ଟ ସରେଣ୍ଡର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତିସ୍ତା ସୀତଲୱାଡ ତଳ କୋର୍ଟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତଳ କୋର୍ଟ ଏବଂ ଗୁଜରାଟ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରି ନଥିଲେ । ତିସ୍ତା ସୀତଲୱାଡଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ଯୁକ୍ତ ରଖିଥିଲେ । ୨୦୦୨ରେ ଗୁଜରାଟରେ ବଡ଼ ଧରଣର ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ଦଙ୍ଗା ସମୟରେ ଅହମଦାବାଦର ଗୁଲ୍‌ବର୍ଗା ସୋସାଇଟିରେ ଏହସାନ ଜାଫ୍‌ରିଙ୍କ ସ‌ମେତ ୬୯ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୦୬ରେ ଜାକିଆ ଜାଫ୍‌ରି ଏନେଇ ମାମଲା ରୁଜୁ କରିଥିଲେ। ଏହା ଏକ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି ସେ ଦାବି କରିଥିଲେ। ୨୦୧୧ରେ ଏହି ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ‌ହୋଇଥିଲା।

୨୦୧୨ ‌ଫେବ୍ରୁଆରିରେ ଏସ୍‌ଆଇଟି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲା। ଏସଆଇଟି ମୋଦିଙ୍କୁ କ୍ଲିନଚିଟ୍ ଦେଇଥିଲା। କଂଗ୍ରେସ ନେତା ଏହସାନ ଜାଫରିଙ୍କ ପତ୍ନୀ ଜାକିଆ ଜାଫରି ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା କ୍ଲିନଚିଟ୍‌କୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।  ତେବେ ତତକାଳୀନ ଗୁଜରାଟ ସରକାରକୁ ଅସ୍ଥିର କରିବାକୁ କଂଗ୍ରେସ ନେତା ଅହମଦ ପଟେଲଙ୍କ ପ୍ରରୋଚନାରେ ନକଲି ପ୍ରମାଣ ଯୋଗାଡ଼ କରାଯାଇଥିଲା। ଏହି କାର୍ଯ୍ୟପାଇଁ ତୀସ୍ତା କଂଗ୍ରେସ ନେତା ଅହମଦ ପଟେଲଙ୍କଠାରୁ ୩୦ ଲକ୍ଷ ନେଇଥିବା ଏସଆଇଟି ଅଭିଯୋଗ କରିଥିଲା।

Advertisment