Advertisment

ଚଢ଼ଉ ଭୟରେ ୨୦ ଲକ୍ଷ ଜାଳିଦେଲେ

ଜୟପୁର: ଚଢ଼ଉ ଭୟରେ ଦୁର୍ନୀତିଖୋର ଅଫିସର ଆପଣାଇଲେ ନୂଆ ପନ୍ଥା। କବାଟ ବନ୍ଦ କରି ଲାଞ୍ଚ ନେଇଥିବା ପୁଳା ପୁଳା ଟଙ୍କାକୁ ନିଆଁ ଲଗାଇ ଜାଳିଦେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ସିରୋହି ଜିଲ୍ଲାରେ। ସିରୋହି ଜିଲ୍ଲାର ପିଣ୍ଡ ବାରାତ ତହସିଲଦାର କଳ୍ପେଶ କୁମାର ଜୈନ ଏଭଳି କାଣ୍ଡ ଘଟାଇଛନ୍ତି। ଦୁର୍ନୀତି ନିବାରଣ ଟିମ୍‌ ଚଢ଼ଉ କରିବା ପୂର୍ବରୁ ସେ ଘରେ ରଖିଥିବ ପ୍ରାୟ ୨୦ ଲକ୍ଷ ଟଙ୍କାକୁ ଗ୍ୟାସ୍‌ ଉପରେ ରଖି ପୋଡି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଚଢ଼ଉ ଭୟରେ ୨୦ ଲକ୍ଷ ଜାଳିଦେଲେ

burns 20 lakh rupees cash

ଜୟପୁର: ଚଢ଼ଉ ଭୟରେ ଦୁର୍ନୀତିଖୋର ଅଫିସର ଆପଣାଇଲେ ନୂଆ ପନ୍ଥା। କବାଟ ବନ୍ଦ କରି ଲାଞ୍ଚ ନେଇଥିବା ପୁଳା ପୁଳା ଟଙ୍କାକୁ ନିଆଁ ଲଗାଇ ଜାଳିଦେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ସିରୋହି ଜିଲ୍ଲାରେ।

Advertisment

ସିରୋହି ଜିଲ୍ଲାର ପିଣ୍ଡ ବାରାତ ତହସିଲଦାର କଳ୍ପେଶ କୁମାର ଜୈନ ଏଭଳି କାଣ୍ଡ ଘଟାଇଛନ୍ତି। ଦୁର୍ନୀତି ନିବାରଣ ଟିମ୍‌ ଚଢ଼ଉ କରିବା ପୂର୍ବରୁ ସେ ଘରେ ରଖିଥିବ ପ୍ରାୟ ୨୦ ଲକ୍ଷ ଟଙ୍କାକୁ ଗ୍ୟାସ୍‌ ଉପରେ ରଖି ପୋଡି ଦେଇଛନ୍ତି। ତେବେ କବାଟ ଭାଙ୍ଗି ଦୁର୍ନୀତି ନିବାରଣ ଟିମ୍‌ ଅଧା ପୋଡ଼ି ଯାଇଥିବା ଟଙ୍କାକୁ ଜବତ କରିବା ସହ ତହସିଲଦାର କଳ୍ପେଶ କୁମାରଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଉକ୍ତ ତହସିଲଦାର ନିଜ ରାଜସ୍ୱ ନୀରିକ୍ଷକଙ୍କ ଜରିଆରେ ପିଣ୍ଡୱାଡାରେ ଚାଲିଥିବା ଅଁଳା ଉତ୍ପାଦପନର ଠିକା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ଦୁର୍ନୀତି ନିବାରଣ ଟିମ୍‌ ସେଠାରେ ପହଞ୍ଚି ଲାଞ୍ଚ ନେଉଥିବା ରାଜସ୍ୱ ନୀରିକ୍ଷକ ପରବତ୍‌ ସିଂହଙ୍କୁ ଗିରଫ କରିଥିଲା। ତେବେ ପରବତ୍‌ ସିଂହ ଉକ୍ତ ଟଙ୍କା ତହସିଲଦାରଙ୍କ ପାଇଁ ନେଇଥିବା ନିଜ ବୟାନରେ କହିଥିଲେ।

Advertisment

ପରେ ଦୁର୍ନୀତି ନିବାରଣ ଟିମ୍‌ ତହସିଲଦାରଙ୍କ ଘରେ ଚଢ଼ଉ ପାଇଁ ପହଞ୍ଚିଥିଲା। କଳ୍ପେଶ ଦୁର୍ନୀତି ନିବାରଣ ଟିମ୍‌ ଘରକୁ ଆସୁଥିବା ଦେଖି ହଠାତ ଘରର କବାଟ ଝରକା ସବୁ ବନ୍ଦ କରିଦେଇଥିଲେ। ଏହାପରେ ଲାଞ୍ଚ ଟଙ୍କାକୁ ଗ୍ୟାସ୍‌ ବର୍ନର ଉପରେ ରଖି ନିଆଁ ଲଗାଇ ଦେଇଥିଲେ। କଳ୍ପେଶ କବାଟ ନଖୋଲିବାରୁ ଦୁର୍ନୀତି ନିବାରଣ ଟିମ୍‌ କବାଟ ଭାଙ୍ଗି ଘରେ ପଶିଥିଲା। ଅଧା ଜଳା ନୋଟ ସହ ତହସିଲଦାର କଳ୍ପେଶଙ୍କୁ ଟିମ୍‌ ଗିରଫ କରିଥିଲା। ଏଥିସହ  ତାଙ୍କ ନିକଟରୁ ଆହୁରି ଲକ୍ଷେ ୬୦ ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି।

Raid