Advertisment

ସର୍‌ପ୍ରାଇଜ ଦେଲେ ତେଜସ୍ୱୀ ଯାଦବ, ହଠାତ ହସ୍ପିଟାଲରେ ପହଞ୍ଚିଲେ

ପାଟନା: ସରକାରୀ ହସ୍ପିଟାଲରେ ରୋଗୀ ସେବା କେମିତି ଚାଲିଛି ତା’କୁ ପରଖିଛନ୍ତି ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ସେ କୌଣସି ପୂର୍ବ ସୂଚନା ନ ଦେଇ ଏକାଧିକ ସରକାରୀ ହସ୍ପିଟାଲରେ ପହଞ୍ଚି ରୋଗୀ ସେବାର ସ୍ଥିତି ପରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏପରି ଅତର୍କିତ ଯାଞ୍ଚରେ ସମସ୍ତେ ସର୍‌ପ୍ରାଇଜ ହୋଇଯାଇଛନ୍ତି। ମଙ୍ଗଳବାର ବିଳିମ୍ବିତ ରାତିରେ ସେ ହସ୍ପିଟାଲଗୁଡ଼ିକରେ ପହଞ୍ଚିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସାଧାରଣ ଯୁବକଙ୍କ ଭଳି ତେଜସ୍ୱୀ ଯାଦବ ମୁହଁରେ ମାସ୍କ ଓ ଗୋଟିଏ […]

ଅଦ୍ୟତନ ହୋଇଛି
ସର୍‌ପ୍ରାଇଜ ଦେଲେ ତେଜସ୍ୱୀ ଯାଦବ, ହଠାତ ହସ୍ପିଟାଲରେ ପହଞ୍ଚିଲେ

tejswi-yadva

Advertisment

ପାଟନା: ସରକାରୀ ହସ୍ପିଟାଲରେ ରୋଗୀ ସେବା କେମିତି ଚାଲିଛି ତା’କୁ ପରଖିଛନ୍ତି ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ସେ କୌଣସି ପୂର୍ବ ସୂଚନା ନ ଦେଇ ଏକାଧିକ ସରକାରୀ ହସ୍ପିଟାଲରେ ପହଞ୍ଚି ରୋଗୀ ସେବାର ସ୍ଥିତି ପରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏପରି ଅତର୍କିତ ଯାଞ୍ଚରେ ସମସ୍ତେ ସର୍‌ପ୍ରାଇଜ ହୋଇଯାଇଛନ୍ତି। ମଙ୍ଗଳବାର ବିଳିମ୍ବିତ ରାତିରେ ସେ ହସ୍ପିଟାଲଗୁଡ଼ିକରେ ପହଞ୍ଚିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

ସାଧାରଣ ଯୁବକଙ୍କ ଭଳି ତେଜସ୍ୱୀ ଯାଦବ ମୁହଁରେ ମାସ୍କ ଓ ଗୋଟିଏ କଳା ଗଞ୍ଜି ପିନ୍ଧି ହସ୍ପିଟାଲଗୁଡ଼ିକରେ ପହଞ୍ଚିଥିଲେ। ରାତି ଡ୍ୟୁଟିରେ ଥିବା ଡାକ୍ତରମାନଙ୍କ ପାଖରେ ତେଜସ୍ୱୀ ପହଞ୍ଚିବା ପରେ ହଠାତ୍ କେହି ତାଙ୍କୁ ଚିହ୍ନି ପାରି ନଥିଲେ। ହେଲେ ସେ ମାସ୍କ ଖୋଲିବା କ୍ଷଣୀ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ।

ପାଟନା ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ଏକାଧିକ ଡାକ୍ତରଖାନାରେ ତେଜସ୍ୱୀଙ୍କ ସର୍‌ପ୍ରାଇଜ ଭିଜିଟ୍‌ ଦେଖିବାକୁ ମିଳିଛି। ସେ ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ବିଭିନ୍ନ ପ୍ରଶ୍ନ ପଚାରି ରୋଗୀ ସେବାର ସ୍ଥିତି ଯାଞ୍ଚ କରିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ବିଜେପିକୁ ଛାଡ଼ପତ୍ର ଦେବା ପରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଆରଜେଡି ସହ ମିଶି ସରକାର ଗଠନ କରିଛନ୍ତି। ନୀତୀଶ କୁମାରଙ୍କ ସରକାରରେ ତେଜସ୍ୱୀ ଯାଦବ ସ୍ୱାସ୍ଥ୍ୟ, ସଡ଼କ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଅଛନ୍ତି। ଏବେ ସେ ରାତି ଅଧରେ ହସ୍ପିଟାଲ ଗୁଡ଼ିକରେ ଅତର୍କିତ ଯାଞ୍ଚ କରି ସମସ୍ତଙ୍କ ମନ ଜିତି ପାରିଛନ୍ତି।

ସେ ପିଏମସିଏଚ ବ୍ୟତୀତ ଗାରଡିନେର ରୋଡ ଓ ଗାରଡାନି ବାଗରେ ଥିବା ହସ୍ପିଟାଲରେ ମଧ୍ୟ ସ୍ଥିତି ପରଖିଛନ୍ତି। ଯାଞ୍ଚ ବେଳେ ତେଜସ୍ୱୀ ହସ୍ପିଟାଲରେ ପରିଚ୍ଛନ୍ନତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ହସ୍ପିଟାଲରେ କିଛି ଔଷଧର ଅଭାବ ଓ ନାଇଟ ରୋଷ୍ଟରେ ପାତରଅନ୍ତର ନୀତିକୁ ନେଇ ମଧ୍ୟ ତେଜସ୍ୱୀ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଛନ୍ତି। ଅଭାବ ଯୋଗାଣର ତାଲିକା ପ୍ରସ୍ତୁତ କରନ୍ତୁ। ଆମେ ବିଭାଗର ସମୀକ୍ଷା ବୈଠକରେ ଏହା ଉପରେ ପଦକ୍ଷେପ ଗ୍ରହଣ କରିବକୁ ବୋଲି ତେଜସ୍ୱୀ କହୁଥିବା ଭିଡିଓରୁ ଶୁଣିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe