Advertisment

ସୁପାରୀ ଦେଇ ମଦୁଆ ପୁଅକୁ ମାରିଲା ମା’

ହାଇଦ୍ରାବାଦ: ନିଜ ଜନ୍ମ କଲା ପୁଅକୁ ମରିଦେଲା ମା’। ସୁପାରୀ କିଲର୍‌ଙ୍କ ଦ୍ୱାରା ମଦୁଆ ପୁଅକୁ ହତ୍ୟା କଲେ ବାପା-ମା’। ଏଭଳି କିଛି ଅଭାନୀୟ ଘଟଣା ଘଟିଛି ତେଲେଙ୍ଗାନାରେ। ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସାଇନାଥ, ତାଙ୍କ ବୟସ ୨୬ ବର୍ଷ। ସେ ମା’ ରାଣୀ ବାଇ ଓ ବାପା ରାମ ସିଂହଙ୍କ ସହ ତେଲେଙ୍ଗାନା ଖମାମ ଜିଲ୍ଲାର ତିରୁମଲଗିରିରେ ରୁହନ୍ତି । ସାଇନାଥଙ୍କ ବାପା ଜଣେ ସରକାରୀ ସ୍କୁଲର ଅଧ୍ୟକ୍ଷ । […]

ସୁପାରୀ ଦେଇ ମଦୁଆ ପୁଅକୁ ମାରିଲା ମା’

Murder

Advertisment

ହାଇଦ୍ରାବାଦ: ନିଜ ଜନ୍ମ କଲା ପୁଅକୁ ମରିଦେଲା ମା’। ସୁପାରୀ କିଲର୍‌ଙ୍କ ଦ୍ୱାରା ମଦୁଆ ପୁଅକୁ ହତ୍ୟା କଲେ ବାପା-ମା’। ଏଭଳି କିଛି ଅଭାନୀୟ ଘଟଣା ଘଟିଛି ତେଲେଙ୍ଗାନାରେ। ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି।

Advertisment

ସାଇନାଥ, ତାଙ୍କ ବୟସ ୨୬ ବର୍ଷ। ସେ ମା’ ରାଣୀ ବାଇ ଓ ବାପା ରାମ ସିଂହଙ୍କ ସହ ତେଲେଙ୍ଗାନା ଖମାମ ଜିଲ୍ଲାର ତିରୁମଲଗିରିରେ ରୁହନ୍ତି । ସାଇନାଥଙ୍କ ବାପା ଜଣେ ସରକାରୀ ସ୍କୁଲର ଅଧ୍ୟକ୍ଷ । ତେବେ ସାଇନାଥ ପ୍ରତିଦିନ ମଦ ପଇ ବାପା-ମା’ଙ୍କ ଉପରେ ଅତ୍ୟାଚାର କରନ୍ତି। ମାର୍‌ପିଟ୍ ମଧ୍ୟ କରନ୍ତି। ଏହାକୁ ନେଇ ତାଙ୍କ ବାପା ମା’ ଅତିଷ୍ଠ ହୋଇପଡିଥିଲେ । ପୁଅର ପ୍ରତିଦିନ ଏଭଳି ଅତ୍ୟାଚାର ଆଉ ସହି ପାରିନଥିଲେ। ଶେଷରେ ସବୁଦିନ ପାଇଁ ପୁଅକୁ ଶାନ୍ତ କରାଇବାକୁ ଯାଇ ରଚିଥିଲେ ହତ୍ୟା ଷଡଯନ୍ତ୍ର।

ନିଜ ପୁଅକୁ ହତ୍ୟା କରିବା ପାଇଁ ରାଣୀ ବାଇ ଓ ବାପା ରାମ ସିଂହ ସୁପାରୀ କିଲର୍‌ଙ୍କୁ ୮ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ। ପ୍ରଥମେ ଦେଢ଼ ଲକ୍ଷ ଆଡଭାନ୍ସ ଦେଇଥିଲେ। ହତ୍ୟା ପରେ ଆଉ ୬.୫ ଲକ୍ଷ ଦେବାକୁ ଚୁକ୍ତି ହୋଇଥିଲା। ଯୋଜନା ମୁତାବକ, ଅକ୍ଟୋବର ୧୮ ତାରିଖରେ ସୁପାରୀ କିଲର ସାଇନାଥଙ୍କ ଗଳା ଚିପି ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ନଦୀରେ ଫିଙ୍ଗି ଦେଇଥିଲା।

Advertisment

ନଦୀରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ। ଏହାପରେ ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ମୃତ୍ୟୁ ପଛରେ ସାଇନାଥଙ୍କ ବାପା-ମା’ଙ୍କ ହାତ ଥିବା ଖର ସାମ୍ନାକୁ ଆସିଥିଲା। ଏହାପରେ ପୁଲିସ ସାଇନାଥଙ୍କ ବାପା, ମାଆ, କକାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ପଚରାଉଚରା ପରେ ମା’ରାଣୀ ବାଇ ଓ ବାପା ରାମ ସିଂହ ନିଜ ଦୋଷ ସ୍ୱୀକାର କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe