Advertisment

ISIଙ୍କ ଟାର୍ଗେଟ୍‌ରେ ଚଣ୍ଡିଗଡ଼, ଆଲର୍ଟ ଜାରି

ଚଣ୍ଡିଗଡ: ପଞ୍ଜାବରେ ହୋଇପାରେ ଆତଙ୍କୀ ହମ୍‌ଲା। ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ଚଣ୍ଡିଗଡ ଓ ମୋହାଲିରେ ଆତଙ୍କୀ ହମ୍‌ଲା କରିବା ପାଇଁ ଷଡଯନ୍ତ୍ର ରଚୁଛି। ଏନେଇ ସୂଚନା ମିଳିବା ପରେ ପୂରା ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି। କୁହାଯାଉଛି ଯେ, ଆତଙ୍କବାଦୀ ସଙ୍ଗଠନ ବସ୍‌ ଷ୍ଟାଣ୍ଡଗୁଡିକୁ ଟାର୍ଗେଟ୍‌ କରିପାରନ୍ତି। ଆତଙ୍କବାଦ ହମ୍‌ଲା ସୂଚନା ଜାରି କରାଯିବା ପରେ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି। ପୂରା ସହରରେ କଡା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି। ଚାରିଆଡେ ପେଟ୍ରୋଲିଂ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ISIଙ୍କ ଟାର୍ଗେଟ୍‌ରେ ଚଣ୍ଡିଗଡ଼, ଆଲର୍ଟ ଜାରି

Punjab Police

ଚଣ୍ଡିଗଡ: ପଞ୍ଜାବରେ ହୋଇପାରେ ଆତଙ୍କୀ ହମ୍‌ଲା। ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ଚଣ୍ଡିଗଡ ଓ ମୋହାଲିରେ ଆତଙ୍କୀ ହମ୍‌ଲା କରିବା ପାଇଁ ଷଡଯନ୍ତ୍ର ରଚୁଛି। ଏନେଇ ସୂଚନା ମିଳିବା ପରେ ପୂରା ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି।

Advertisment

କୁହାଯାଉଛି ଯେ, ଆତଙ୍କବାଦୀ ସଙ୍ଗଠନ ବସ୍‌ ଷ୍ଟାଣ୍ଡଗୁଡିକୁ ଟାର୍ଗେଟ୍‌ କରିପାରନ୍ତି। ଆତଙ୍କବାଦ ହମ୍‌ଲା ସୂଚନା ଜାରି କରାଯିବା ପରେ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି। ପୂରା ସହରରେ କଡା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି। ଚାରିଆଡେ ପେଟ୍ରୋଲିଂ କରାଯାଉଛି। ଗୁଇନ୍ଦା ଏଜେନ୍ସିଗୁଡିକ ରାଜ୍ୟ ପୁଲିସ, GRP, ଷ୍ଟେଟ ଇଣ୍ଟେଲିଜେନ୍ସ ଏଜେନ୍ସିକୁ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏବଂ ଇନପୁଟ ଉପରେ କାମ କରିବାକୁ କହିଛି।

ଏହି ହାଇଆଲର୍ଟର ଦିନକ ପୂର୍ବରୁ ଆତଙ୍କବାଦୀମାନେ ପଞ୍ଜାବର ୧୦ ବଛା ବଛା ରାଜନେତାଙ୍କୁ ହତ୍ୟା କରିବା ନେଇ ଯୋଜନା କରୁଥିବା ଖବର ସାମ୍ନାକୁ ଆସିଥିଲା। ଗୁଇନ୍ଦା ବିଭାଗ ପକ୍ଷରୁ ଯେଉଁ ଲୋକଙ୍କ ତାଲିକା ପଠାଯାଇଥିଲା ସେଥିରେ କଂଗ୍ରେସ ନେତାଙ୍କ ନାଁ ମଧ୍ୟ ସାମିଲ ଅଛି।

Advertisment

ସ୍ୱାଧୀନତା ଦିବସ ପୂର୍ବରୁ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କୁ ପଚରାଉଚରା ପରେ ପୁଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିଲା। ଦିଲ୍ଲୀ, ମୋହାଲି ଓ ମୋଗାରେ ଏମାନଙ୍କ ଟାର୍ଗେଟ୍‌  କିଲିଂ ଯୋଜନା ଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ ଏହି ମାମଲାରେ ପଞ୍ଜାବ ପୁଲିସ ଓ ମହାରାଷ୍ଟ୍ର ଏଟିଏସ୍‌ ମିଳିତ ଭାବେ ଅପରେସନ୍‌ ଆରମ୍ଭ କରି ଜଣେ ସନ୍ଦିଗ୍ଧକୁ ଗିରଫ କରିଥିଲେ। ଉକ୍ତ ଗିରଫ ସନ୍ଧିଗ୍ଧ ପଞ୍ଜାବ ପୁଲିସର ଜଣେ ସବ୍‌-ଇନ୍‌ସ୍ପେକ୍ଟର ଦିଲବାଗ୍‌ ସିଂହଙ୍କ କାର୍‌ରେ ବୋମା ଲଗାଇ ବିସ୍ଫୋରଣ କରିବାକୁ ଯୋଜନା କରିଥିଲା।