Advertisment

ସିନ୍ଦେ ଫେରିବା ପରେ ଗୋମୂତ୍ରରେ ବିଶୋଧନ ହେଲା ଠାକରେ ସ୍ମାରକୀ

ମୁମ୍ବାଇ: ଗୋମୂତ୍ରରେ ବିଶୋଧନ ହେଲା ବାଲାସାହେବ ଠାକରେଙ୍କ ସ୍ମାରକୀ। ବୁଧବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସ୍ମାରକୀ ନିକଟକୁ ଯାଇ ବାଲାସାହେବ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ଠାକରେଙ୍କ ସ୍ମାରକୀ ନିକଟକୁ ଯାଇଥିବାରୁ ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀ ଗୋମୂତ୍ର ଦ୍ୱାରା ଏହାକୁ ବିଶୋଧନ କରିଛି। ବାଲାସାହେବ ଠାକରେଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ ପୂର୍ବରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ମୁଖ୍ୟମନ୍ତ୍ରୀ ସିନ୍ଦେ ବୁଧବାର ସ୍ମାରକୀ ନିକଟକୁ ଯାଇଥିଲେ। ଆଜି ବାଲାସାହେବଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ। ହେଲେ ଏହାର ଦିନକ […]

ଅଦ୍ୟତନ ହୋଇଛି
ସିନ୍ଦେ ଫେରିବା ପରେ ଗୋମୂତ୍ରରେ ବିଶୋଧନ ହେଲା ଠାକରେ ସ୍ମାରକୀ

gau-moutra

Advertisment

ମୁମ୍ବାଇ: ଗୋମୂତ୍ରରେ ବିଶୋଧନ ହେଲା ବାଲାସାହେବ ଠାକରେଙ୍କ ସ୍ମାରକୀ। ବୁଧବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସ୍ମାରକୀ ନିକଟକୁ ଯାଇ ବାଲାସାହେବ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ଠାକରେଙ୍କ ସ୍ମାରକୀ ନିକଟକୁ ଯାଇଥିବାରୁ ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀ ଗୋମୂତ୍ର ଦ୍ୱାରା ଏହାକୁ ବିଶୋଧନ କରିଛି।

Advertisment

ବାଲାସାହେବ ଠାକରେଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ ପୂର୍ବରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ମୁଖ୍ୟମନ୍ତ୍ରୀ ସିନ୍ଦେ ବୁଧବାର ସ୍ମାରକୀ ନିକଟକୁ ଯାଇଥିଲେ। ଆଜି ବାଲାସାହେବଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ। ହେଲେ ଏହାର ଦିନକ ପୂର୍ବରୁ ସିନ୍ଦେ ସ୍ମାରକୀ ନିକଟରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କ ସହ ମୁହାଁମୁହିଁ ଆଶଙ୍କାରେ ସେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ।

ସିନ୍ଦେ ଶ୍ରଦ୍ଧାଞ୍ଜଳି ଜଣାଇ ଯିବା ପରେ ଉଦ୍ଧବ ଗୋଷ୍ଠୀର ସମର୍ଥକମାନେ ଶିବାଜୀ ପାର୍କରେ ଥିବା ଠାକେରଙ୍କ ସ୍ମାରକୀ ନିକଟରେ ଏକାଠି ହୋଇଥିଲେ। ଏହାପରେ ସେମାନେ ସ୍ମାରକୀ ଉପରେ ଗୋମୂତ୍ର ସିଞ୍ଚନ କରି ଏହାକୁ ବିଶୋଧନ କରିଥିଲେ। ଏଥିସହ ପାଣିରେ ମଧ୍ୟ ଏହାକୁ ଧୋଇଥିଲେ।

Advertisment

ସିନ୍ଦେ ଗୋଷ୍ଠୀ ଏପରି ଆଚରଣକୁ ନିନ୍ଦା କରିଛି। ବାଲାସାହେବଚି ଶିବସେନାର ମୁଖପାତ୍ର ଦୀପକ କେସରକର କହିଛନ୍ତି, “ଆମେ ଏପରି ଆଚରଣକୁ ତୀବ୍ର ନିନ୍ଦା କରୁଛୁ। ବାଲାସାହେବ କେବେ ହେଲେ ଗୋଟିଏ ପାର୍ଟି କିମ୍ବା ଗୋଟିଏ ଦଳର ନୁହନ୍ତି। ତାଙ୍କୁ ସବୁ ଦଳର ଲୋକ ସମ୍ମାନ କରନ୍ତି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe