Corona
ନୂଆଦିଲ୍ଲୀ: ତୃତୀୟ ଲହରର ସଂକ୍ରମଣ ବେଗକୁ ନେଇ ବିଶେଷଜ୍ଞଙ୍କ ଆକଳନ ଏବେ ସତ ହେବାକୁ ଯାଉଛି। ଯଦିଓ ଦୈନିକ ସଂକ୍ରମଣ ଏକ ଲକ୍ଷ ଉପରେ ରହିଛି। ହେଲେ ଏହା ଆଗାମୀ ଦିନରେ ଚାରିରୁ ୫ ଲକ୍ଷ ଛୁଇଁବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ । ଜାତୀୟ ଗଣମାଧ୍ୟମ 'ଦ ପ୍ରିଣ୍ଟର' ଏକ ରିପୋର୍ଟ ଅନୁଯାୟୀ ପ୍ରଥମ ଏବଂ ଦ୍ୱିତୀୟ ଲହର ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାରରୁ ୧ ଲକ୍ଷ ଛୁଇଁବାକୁ ୯୮ ଦିନ ଏବଂ ୬୩ ଦିନ ଲାଗିଥିଲା। ହେଲେ ଏବେ ତୃତୀୟ ଲହର ବେଳେ ଏହା ମାତ୍ର ୯ ଦିନରେ ଛୁଇଁଛି।
ଗତ ଡିସେମ୍ବର ୨୯ରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୩,୧୫୯ ରହିଥିଲା। ଏବେ ଜାନୁଆରୀ ୬, ୨୦୨୨ ବେଳକୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧, ୧୬,୮୯୮ ଛୁଇଁଛି। ଡିସେମ୍ବର ୨୯ ଏବଂ ଜାନୁଆରୀ ୬ ମାତ୍ର ୯ ଦିନରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାରରୁ ଆସି ୧ ଲକ୍ଷ ଛୁଇଁଛି। ବର୍ତ୍ତମାନ ଏହା ଦେଢ଼ ଲକ୍ଷ ଡେଇଁ ସାରିଲାଣି।
ସେହିପରି ପ୍ରଥମ ଲହର ବେଳେ ୨୦୨୦ ଜୁନ୍ ୬ ବେଳେ ଦୈନିକ ସଂକ୍ରମିତ ୧୦ ହଜାର ଚିହ୍ନଟ ହେଉଥିଲେ। ଏହାପରେ କରୋନା ସଂକ୍ରମଣ ସେତେଟା ନବ୍ୟାପି ସ୍ଥିର ରହିଥିଲା। କିନ୍ତୁ ୯୮ ଦିନ ପରେ ହଠାତ୍ ଦେଶରେ ଦୈନିକ ସଂକ୍ରମଣ ୨୦୨୦ ସେପ୍ଟେମ୍ବର ୧୧ ବେଳକୁ ପାଖାପାଖି ଲକ୍ଷେ ମୁହାଁ ହୋଇଥିଲା। ଦିନକରେ ୯୭ ହଜାର ୬୫୫ ଚିହ୍ନଟ ହୋଇଥିଲା। ଏପରି ସ୍ଥିତିକୁ ଦେଖି ସେତେବେଳେ ବିଶେଷଜ୍ଞମାନେ କହିଥିଲେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯଦି ଦୀର୍ଘ ଦିନ ଧରି ବିଶେଷ କିଛି ନବଢିବ କିମ୍ବା କମିବ ତା'ହାଲେ ଏହା ଆଗାମୀ ଦିନରେ ବଡ ଘାତକ ହୋଇପାରେ। ତେବେ ପ୍ରଥମ ଲହର ବେଳେ ସମାନ କଥା ଘଟିବାରୁ ଦ୍ୱିତୀୟ ଲହର ମାରାତ୍ମକ ହୋଇଥିଲା।
ଦ୍ୱିତୀୟ ଲହର ବେଳେ ୨୦୨୧ଫେବୃଆରୀ ୨ରେ ଦୈନିକ ସଂକ୍ରମଣ ୧୧,୦୦୧ ଚିହ୍ନଟ ହେଉଥିଲେ। ୨୦୨୧ ଏପ୍ରିଲ ୬ ବେଳକୁ ଏହା ୧, ୧୫, ୩୧୨ ଚିହ୍ନଟ ହୋଇଥିଲେ। ଅର୍ଥାତ୍ ୬୩ ଦିନରେ ସଂକ୍ରମିତ ସଂଖ୍ୟା ୧୧ ହଜାରରୁ ଆସି ୧ ଲକ୍ଷ ଟପି ଯାଇଥିଲା । ଦ୍ୱିତୀୟ ଲହର ବେଳେ ସର୍ବାଧିକ ୪ ଲକ୍ଷ ସଂକ୍ରମିତ ଏପ୍ରିଲ ୩୦ରେ ଚିହ୍ନଟ ହୋଇଥିଲେ । କିନ୍ତୁ ଏବେର ତୃତୀୟ ଲହରରେ ଯେଉଁ ଭଳି ଭାବେ ଦୈନିକ ସଂକ୍ରମିତ ହେଉଛନ୍ତି, ତାକୁ ଦେଖିଲେ ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ଜଣାପଡିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/01/Corona-8.jpg)