arindam-bagchi
ନୂଆଦିଲ୍ଲୀ: ଅଗଷ୍ଟ ୩୧ ସୁଦ୍ଧା ଆମେରିକା ଆଫଗାନିସ୍ତାନରୁ ସମସ୍ତ ସେନା ପ୍ରତ୍ୟାହାର କରିବ ବୋଲି କୁହାଯାଉଛି। ଏହାରି ଭିତରେ ଦେଶର ବୈଦେଶିକ ମନ୍ତ୍ରାଳୟ କହିଛି ଅନେକ ଭାରତୀୟଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରାଯାଇଛି। ହେଲେ ଏବେ ବି ଆଉ କିଛି ଭାରତୀୟ ଆଫଗାନିସ୍ତାନରେ ରହିଛନ୍ତି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଆକଳନ ଅନୁଯାୟୀ ଯେଉଁ ଭାରତୀୟ ସ୍ୱଦେଶ ଫେରିବାକୁ ଚାହୁଁଥିଲେ ସେମାନେ ଉଦ୍ଧାର ହୋଇସାରିଛନ୍ତି। ଆଉ କିଛି ଆଫଗାନିସ୍ତାନରେ ରହିଥିବାର ସମ୍ଭାବନା ରହିଛି। ହେଲେ କେତେ ଜଣ ରହିଛନ୍ତି ତାହା ସଠିକ ଭାବରେ ଜଣା ନାହିଁ।
https://twitter.com/ANI/status/1431217542832345088?s=20
ସେ କହିଛନ୍ତି, କାବୁଲରେ ଦିଲ୍ଲୀକୁ ଯେଉଁ ଅନ୍ତିମ ବିମାନ ଆସିଥିଲା ସେଥିରେ ପ୍ରାୟ ୪୦ ଜଣ ଲୋକ ଥିଲେ। ଅନେକ ଲୋକ କିନ୍ତୁ ବିମାନବନ୍ଦରରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଫଗାନିସ୍ତାନର ଶିଖ ଏବଂ ହିନ୍ଦୁଙ୍କ ସମେତ କିଛି ଆଫଗାନିସ୍ତାନ ନାଗରିକ ୨୫ ଅଗଷ୍ଟରେ ବିମାନବନ୍ଦରରେ ପହଞ୍ଚି ପାରିନଥିଲେ। ତେଣୁ ସେମାନଙ୍କୁ ନଆଣି ବିମାନ ଦିଲ୍ଲୀ ଆସିଛି। ତେବେ ଭାରତକୁ ଆସୁଥିବା ଆଫଗାନିସ୍ତାନ ବାସୀଙ୍କ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଇ-ଜରୁରୀକାଳୀନ ଭିସା ଘୋଷଣା କରିଛି। ବାଗଚି କହିଛନ୍ତି ଯେ ଯେଉଁମାନେ ଏହି ଭିସାରେ ଆସିବେ ସେମାନଙ୍କୁ ୬ ମାସର ଭିସା ଦିଆଯିବାର ବ୍ୟବସ୍ଥା ରହିଛି।
ଭାରତ ତାଲିବାନ ଶାସନକୁ ସ୍ୱୀକୃତି ଦେବ କି ନାହିଁ ମିଡିଆର ପ୍ରଶ୍ନରେ ବାଗଚି କହିଛନ୍ତି, "ବର୍ତ୍ତମାନ କାବୁଲରେ ସରକାର ଗଠନ କରିବା ନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁ। ଏବେ କିଛି ବି କହିବା ଅସ୍ପଷ୍ଟ ହେବ। ଭାରତ ସ୍ଥିତି ଉପରେ ନଜର ରଖିଛି"।
କାବୁଲ ଏବଂ ଦୁଶାମ୍ୱେରୁ ୬ଟି ଭିନ୍ନ ଭିନ୍ନ ବିମାନରେ ୫୫୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେଥିମଧ୍ୟରୁ ୨୬୦ରୁ ଅଧିକ ଭାରତୀୟ ଥିଲେ। ବିଭିନ୍ନ ଏଜେନ୍ସି ସହିତ ମିଶି ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିପାଇଁ ଭାରତ ଆମେରିକା, ତାଜିକିସ୍ତାନ ଭଳି ବିଭିନ୍ନ ଦେଶ ସହିତ ଯୋଗାଯୋଗ କରିଛି ବୋଲି ମୁଖପାତ୍ର ବାଗଚି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/05/arindam-bagchi.jpg)