Advertisment

କେନ୍ଦ୍ରକୁ ଘାରିଛି ବ୍ଲାକଆଉଟ୍‌ ଚିନ୍ତା, କ’ଣ କହିଲେ କୋଇଲା ମନ୍ତ୍ରୀ

ନୂଆଦିଲ୍ଲୀ: ସମଗ୍ର ଦେଶକୁ ଘାରିଛି କୋଇଲା ସଙ୍କଟ ଚିନ୍ତା। କୋଇଲା ଅଭାବକୁ ନେଇ ସମ୍ଭାବ୍ୟ ବ୍ଲାକଆଉଟ ପରିସ୍ଥିତିକୁ ଟାଳିବା ପାଇଁ କେନ୍ଦ୍ର ପକ୍ଷରୁ ପ୍ରୟାସ ଜାରି ରହିଛି। ଆଜି ଏନେଇ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ, ଦେଶରେ ସୋମବାର ରେକର୍ଡ ପରିମାଣରେ  କୋଇଲା ଯୋଗାଣ ହୋଇଛି।  ସେହିପରି ଦେଶର ଚାହିଦା ପୂରଣ ପାଇଁ କୋଲ ଇଣ୍ଡିଆ ଓ କୋଇଲା ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି। କୋଲ ଇଣ୍ଡିଆ ଲିମିଟେଡ ପାଖରେ […]

କେନ୍ଦ୍ରକୁ ଘାରିଛି ବ୍ଲାକଆଉଟ୍‌ ଚିନ୍ତା, କ’ଣ କହିଲେ କୋଇଲା ମନ୍ତ୍ରୀ

dim-light-bulb-680x360

Advertisment

ନୂଆଦିଲ୍ଲୀ: ସମଗ୍ର ଦେଶକୁ ଘାରିଛି କୋଇଲା ସଙ୍କଟ ଚିନ୍ତା। କୋଇଲା ଅଭାବକୁ ନେଇ ସମ୍ଭାବ୍ୟ ବ୍ଲାକଆଉଟ ପରିସ୍ଥିତିକୁ ଟାଳିବା ପାଇଁ କେନ୍ଦ୍ର ପକ୍ଷରୁ ପ୍ରୟାସ ଜାରି ରହିଛି। ଆଜି ଏନେଇ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ, ଦେଶରେ ସୋମବାର ରେକର୍ଡ ପରିମାଣରେ  କୋଇଲା ଯୋଗାଣ ହୋଇଛି।  ସେହିପରି ଦେଶର ଚାହିଦା ପୂରଣ ପାଇଁ କୋଲ ଇଣ୍ଡିଆ ଓ କୋଇଲା ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି। କୋଲ ଇଣ୍ଡିଆ ଲିମିଟେଡ ପାଖରେ  ବର୍ତ୍ତମାନ ୨୨ ଦିନର କୋଇଲା ମହଜୁଦ  ଅଛି। ତେବେ ବ୍ଲାକଆଉଟ୍‌କୁ ନେଇ ବଭିନ୍ନ ରାଜ୍ୟ ବ୍ୟତିବ୍ୟସ୍ତ ଥିବାରୁ କେନ୍ଦ୍ରମନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ଗତକାଲି 1.95 ନିୟୁତ ଟନ୍ କୋଇଲା ଯୋଗାଇ ଦିଆଯାଇଥିଲା । ଯାହା ଆଜି ପର୍ଯ୍ୟନ୍ତ ରେକର୍ଡ଼ ବୋଲି  ସେ କହିଛନ୍ତି। ଆମେ କୋଇଲା ଯୋଗାଣକୁ ଅଧିକ ତ୍ୱରାନ୍ନିତ କରିବୁ।  ଆମେ ଆଶା କରୁଛୁ ମୌସୁମୀ ଶେଷ ହେବା ପରେ କୋଇଲା ଯୋଗାଣରେ ଦ୍ରୁତ ଉନ୍ନତି ଆସିବ।

Advertisment

କେନ୍ଦ୍ରମନ୍ତ୍ରୀ  ଆହୁରି କହିଛନ୍ତି ଯେ, ଅକ୍ଟୋବର ୨୧ ପରେ ଆମେ ୨ ନିୟୁତ ଟନ୍ କୋଇଲା ଯୋଗାଇବାକୁ ଚେଷ୍ଟା କରିବୁ। ଆବଶ୍ୟକତା ଅନୁଯାୟୀ କୋଇଲା ଉପଲବ୍ଧ ହେବ ବୋଲି ଆମେ ପ୍ରତିଶ୍ରୁତି ଦେଉଛୁ ବୋଲି ସେ କହିଛନ୍ତି। ଗତକାଲି କୋଇଲା ସଙ୍କଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ସମଗ୍ର ଦେଶରେ ବିଦ୍ୟୁତ୍ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର । ଦେଶରେ ସ୍ଥିତି ଭାରି ଜଟିଳ। ଅନେକ ମୁଖ୍ୟମନ୍ତ୍ରୀ ଏବିଷୟରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ସମସ୍ତେ ଏକତ୍ରିତ ହୋଇ ପରିସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ,ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ, ଓଡିଶା ଏବଂ ତାମିଲନାଡୁ ସମେତ ଅନେକ ରାଜ୍ୟ ବ୍ଲାକଆଉଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ସେ କହିଛନ୍ତି ଯେ, ବିଦ୍ୟୁତ ସଙ୍କଟ ଦୂର ପାଇଁ ସମସ୍ତ ଉଦ୍ୟମ କରାଯାଉଛି । ଦିଲ୍ଲୀରେ ଜରୁରୀକାଳୀନ ପରିସ୍ଥିତି ଉପୁଜିବା ନେଇ ତାଙ୍କ ସରକାର ଚାହୁଁନାହାନ୍ତି ବୋଲି କେଜ୍ରିୱାଲ କହିଛନ୍ତି। ଏହାପୂର୍ବରୁ ଦିଲ୍ଲୀର ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଥିଲେ ଯେ,  ଏନଟିପିସି ସହରକୁ ବିଦ୍ୟୁତ ଯୋଗାଣକୁ ଅଧା କରିଦେଇଥିବାରୁ ରାଜ୍ୟ ସରକାର ମହଙ୍ଗା ଦରରେ ଗ୍ୟାସ୍ ଜନିତ ବିଦ୍ୟୁତ୍ ଏବଂ ଉଚ୍ଚ ବଜାର ଦରରେ ସ୍ପଟ୍ କ୍ରୟ ଉପରେ ନିର୍ଭର କରିବାକୁ ପଡିବ। ଅନ୍ୟପକ୍ଷରେ  ଦିଲ୍ଲୀର ବିଜୁଳି ଆବଶ୍ୟକତାକୁ ପୂରଣ ପାଇଁ ଏନଟିପିସିରେ ପର୍ଯ୍ୟାପ୍ତ କୋଇଲା ରହିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe