Advertisment

୨୦୦୨ରେ ଶିକ୍ଷା ମିଳିବା ପରେ ଗୁଜରାଟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇଛି: ଅମିତ ଶାହ

ଅହମଦାବାଦ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି ଯେ ଆଗରୁ ଅସାମାଜିକ ତତ୍ତ୍ୱମାନେ ଗୁଜରାଟରେ ହିଂସାକାଣ୍ଡ ଭିଆଉଥିଲେ, ସେମାନଙ୍କୁ କଂଗ୍ରେସ ସମର୍ଥନ କରୁଥିଲା। କିନ୍ତୁ ୨୦୦୨ ମସିହାରେ ହିଂସାକାଣ୍ଡ ସୃଷ୍ଟି କରୁଥିବା ଲୋକମାନଙ୍କୁ ଉଚିତ ଶିକ୍ଷା ଦିଆଯିବା ପରେ ସେମାନେ ସେପରି କାର୍ଯ୍ୟ ବନ୍ଦ କରିଦେଇଛନ୍ତି ଓ ଭାରତୀୟ ଜନତା ପାର୍ଟି ରାଜ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିଛି। ୨୦୦୨ରେ ଗୁଜରାଟରେ ଭୟଙ୍କର ହିଂସାକାଣ୍ଡ ଘଟିଥିଲା। ସେହିବର୍ଷ ଫେବୃଆରୀ ମାସରେ ଗୋଧ୍ରା ରେଳ ଷ୍ଟେଟସନରେ […]

author-image
Hemant Lenka
୨୦୦୨ରେ ଶିକ୍ଷା ମିଳିବା ପରେ ଗୁଜରାଟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇଛି: ଅମିତ ଶାହ

amit-shah

ଅହମଦାବାଦ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି ଯେ ଆଗରୁ ଅସାମାଜିକ ତତ୍ତ୍ୱମାନେ ଗୁଜରାଟରେ ହିଂସାକାଣ୍ଡ ଭିଆଉଥିଲେ, ସେମାନଙ୍କୁ କଂଗ୍ରେସ ସମର୍ଥନ କରୁଥିଲା। କିନ୍ତୁ ୨୦୦୨ ମସିହାରେ ହିଂସାକାଣ୍ଡ ସୃଷ୍ଟି କରୁଥିବା ଲୋକମାନଙ୍କୁ ଉଚିତ ଶିକ୍ଷା ଦିଆଯିବା ପରେ ସେମାନେ ସେପରି କାର୍ଯ୍ୟ ବନ୍ଦ କରିଦେଇଛନ୍ତି ଓ ଭାରତୀୟ ଜନତା ପାର୍ଟି ରାଜ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିଛି।

Advertisment

୨୦୦୨ରେ ଗୁଜରାଟରେ ଭୟଙ୍କର ହିଂସାକାଣ୍ଡ ଘଟିଥିଲା। ସେହିବର୍ଷ ଫେବୃଆରୀ ମାସରେ ଗୋଧ୍ରା ରେଳ ଷ୍ଟେଟସନରେ ଟ୍ରେନ ପୋଡ଼ି ପରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦଙ୍ଗା ପୂରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିଲା।

ଏବେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ଅମିତ ଶାହ ଖେଡା ଜିଲ୍ଲା ମହୁଧା ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ସେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ବୋଧନ କରି ଅମିତ ଶାହ କହିଛନ୍ତି ଯେ “ଗୁଜରାଟରେ କଂଗ୍ରେସ ଶାସନ ବେଳେ(୧୯୯୫ ପୂର୍ବରୁ) ସାଂପ୍ରଦାୟିକ ଦଙ୍ଗା ପ୍ରବଳ ମାତ୍ରାରେ ଦେଖିବାକୁ ମିଳୁଥିଲା। କଂଗ୍ରେସ ଦୁଇ ସଂପ୍ରଦାୟର ଓ ଜାତିର ଲୋକଙ୍କୁ ଉସକାଇ ପରସ୍ପର ମଧ୍ୟରେ ଲଢ଼େଇ କରୁଥିଲା। ଏହି ଦଙ୍ଗା ଜରିଆରେ କଂଗ୍ରେସ ତା’ର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରୁଥିଲା। କଂଗ୍ରେସ ସମାଜର ବୃହତ୍ତର ବର୍ଗଙ୍କ ପ୍ରତି ଅନ୍ୟାୟ କରି ଚାଲିଥିଲା।”

Advertisment

ଶ୍ରୀ ଶାହ ଦାବି କରିଛନ୍ତି ଯେ କଂଗ୍ରେସ ଦୁର୍ବୃତ୍ତ ଓ ଅସାମାଜିକ ବ୍ୟକ୍ତିମାନଙ୍କୁ ଦୀର୍ଘଦିନରୁ ସମର୍ଥନ କରୁଥିବାରୁ ୨୦୦୨ରେ ଗୁଜରାଟରେ ଦଙ୍ଗା ଦେଖିବାକୁ ମିଳିଥିଲା। କିନ୍ତୁ ୨୦୦୨ରେ ସେମାନଙ୍କୁ ‘ଉଚିତ ଶିକ୍ଷା’ ମିଳିବାରୁ, ସେମାନେ ହିଂସାର ରାସ୍ତା ଛାଡ଼ି ଦେଇଛନ୍ତି। ସେଭଳି ଲୋକମାନେ ୨୦୦୨ରୁ ୨୦୨୨ର ଆଜି ଯାଏ ହିଂସାରେ ସାମିଲ ହେବାରୁ ନିଜକୁ ଦୂରେଇ ରଖିଛନ୍ତି। ସାଂପ୍ରଦାୟିକ ହିଂସା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଜେପି ଗୁଜରାଟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିଥିବା ଅମିତ ଶାହ ଦାବି କରିଛନ୍ତି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ଅମିତ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତ। ଏଥିସହ ନିଜର ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ଏହାକୁ ବିରୋଧ କରୁଥିଲା ବୋଲି ସେ ଅଭିଯୋଗ କରିଛନ୍ତି।