Advertisment

ତୃତୀୟ ଲହରର ଆରମ୍ଭ କେରଳରୁ!

ଥିରୁଅନନ୍ତପୁରମ: କେରଳରେ କରୋନା ସଂକ୍ରମଣ ଏବେ ମାଡ଼ି ମାଡ଼ି ଚାଲିଛି। ଶୁକ୍ରବାର ରାଜ୍ୟରେ ୩୨ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ପଜିଟିଭିଟି ରେଟ୍ ୧୯.୨୨ ହୋଇଛି। ମେ ୨୦ରେ କରୋନାର ଦ୍ୱିତୀୟ ଲହର ଶିଖର ଛୁଇଁବା ପରେ ଏହା ହେଉଛି ଦ୍ୱିତୀୟ ଥର ଯେ ୨୪ ଘଣ୍ଟା ମଧ୍ୟରେ କେରଳରେ ୩୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଦ୍ୱିତୀୟ ଲହର ଭଳି ମାଡ଼ି ଚାଲିଥିବାରୁ ରାଜ୍ୟ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ହଠାତ୍‌ ଦେଶରେ ବଢ଼ିଲା କରୋନା ସଂକ୍ରମଣ ସହ ମୃତ୍ୟୁସଂଖ୍ୟା

Corona

ଥିରୁଅନନ୍ତପୁରମ: କେରଳରେ କରୋନା ସଂକ୍ରମଣ ଏବେ ମାଡ଼ି ମାଡ଼ି ଚାଲିଛି। ଶୁକ୍ରବାର ରାଜ୍ୟରେ ୩୨ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ପଜିଟିଭିଟି ରେଟ୍ ୧୯.୨୨ ହୋଇଛି। ମେ ୨୦ରେ କରୋନାର ଦ୍ୱିତୀୟ ଲହର ଶିଖର ଛୁଇଁବା ପରେ ଏହା ହେଉଛି ଦ୍ୱିତୀୟ ଥର ଯେ ୨୪ ଘଣ୍ଟା ମଧ୍ୟରେ କେରଳରେ ୩୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଦ୍ୱିତୀୟ ଲହର ଭଳି ମାଡ଼ି ଚାଲିଥିବାରୁ ରାଜ୍ୟ ସରକାର ପୁଣି ଥରେ ରବିବାର ଲକଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ବୁଧବାର ଏବଂ ଗୁରୁବାର କେରଳରୁ ପାଖାପାଖି ୮୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

ସ୍ୱାଧୀନତା ଦିବସ ଏବଂ ଓନାମ ପର୍ବ ଯୋଗୁଁ କେରଳରେ ଗତ ଦୁଇ ସପ୍ତାହ ହେବ ଲକଡାଉନ୍ ଥିଲା। ଏଥି ସହିତ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ସଂକ୍ରମିତ ବ୍ୟକ୍ତି ଘରେ କ୍ୱାରେଣ୍ଟାଇନରେ ଅଧିକରୁ ଅଧିକ ରହୁଛନ୍ତି। ଏହି ସମୟରେ କିନ୍ତୁ କ୍ୱାରେଣ୍ଟାଇନ ନିୟମ ଠିକ୍ ଭାବରେ ପାଳନ ହେଉ ନାହିଁ। ତେଣୁ ବହୁ ସଂଖ୍ୟକ ଲୋକ ସେମାନଙ୍କ ପରିବାର ସଦସ୍ୟଙ୍କଠାରୁ ସଂକ୍ରମିତ ହେଉଛନ୍ତି।

ହଠାତ୍ କେରଳର କୋଭିଡ ସଂକ୍ରମଣ ବଢ଼ିଥିବାରୁ କେରଳ ସରକାର ଉପରେ ଅନେକ ପ୍ରଶ୍ନ ମଧ୍ୟ ଉଠିଛି। ତେବେ କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏଭଳି ଅଭିଯୋଗ କରି ଲୋକମାନେ କରୋନା ସହ ରାଜ୍ୟବାସୀଙ୍କ ଯେଉଁ ଭଳି ଲଢୁଛନ୍ତି ସେମାନଙ୍କ ମନୋବଳକୁ ଦୁର୍ବଳ କରି ଦେଉଛନ୍ତି।

Advertisment

ଅକ୍ସିଜେନ ଅଭାବରୁ କେରଳରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କିନ୍ତୁ କହିଛନ୍ତି। ସ୍ୱାସ୍ଥ୍ୟ ସୁବିଧାର ଅଭାବ ନେଇ ମଧ୍ୟ ଅଭିଯୋଗ କରି ନାହାନ୍ତି ବୋଲି ସେ କହିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ କେରଳ ମଡେଲକୁ ସମାଲୋଚନା କରୁଛନ୍ତି ସେମାନେ ଜାଣି ନାହାନ୍ତି ଯେ ଦ୍ୱିତୀୟ ଲହର କେରଳରେ ବହୁ ବିଳମ୍ୱରେ ଆରମ୍ଭ ହୋଇଥିଲା।

ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କେରଳ ଏବଂ ମହାରାଷ୍ଟ୍ରର ଅଧିକାରୀଙ୍କ ସହ କୋଭିଡ ପ୍ରସଙ୍ଗରେ ଏକ ବୈଠକ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଏହି ଦୁଇଟି ରାଜ୍ୟରେ କୋଭିଡ ସଂକ୍ରମିତ ମାମଲା ହୁ ହୁ ହୋଇ ବୃଦ୍ଧି ପାଉଛି। ଏହାବ୍ୟତୀତ ଯେଉଁଠି ପଜିଟିଭିଟି ହାର ଅଧିକ, ସେଠାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି।