Advertisment

ତିନି କୃଷି ଆଇନ୍: ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଲା କମିଟି

ନୂଆଦିଲ୍ଲୀ: ତିନି କୃଷି ଆଇନକୁ ବିରୋଧ କରି ଚାଷୀ ଏବେ ଦିଲ୍ଲୀ, ୟୁପି ସୀମାରେ ଆନ୍ଦୋଳନରେ ବସିଛନ୍ତି। ତେବେ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ତିନି ଜଣିଆ କମିଟି ଏହାରି ଭିତରେ ବନ୍ଦ ଲଫାଫାରେ ସୁପ୍ରିମକୋର୍ଟଙ୍କୁ ଏକ ରିପୋର୍ଟ ଦେଇଛନ୍ତି। ଯେଉଁଥିରେ ୮୫ ଚାଷୀ ସଂଗଠନ ସହିତ ଏହି ତିନି ଜଣିଆ କମିଟି ଆଲୋଚନା କରିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା କମିଟିର ସଦସ୍ୟ ହେଲେ ଅନିଲ ଧନୱତ, ଜଣାଶୁଣା ଅର୍ଥନୀତିଜ୍ଞ ଅଶୋକ ଗୁଲାଟି […]

ତିନି କୃଷି ଆଇନ୍: ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଲା କମିଟି

Farmers-Protest

Advertisment

ନୂଆଦିଲ୍ଲୀ: ତିନି କୃଷି ଆଇନକୁ ବିରୋଧ କରି ଚାଷୀ ଏବେ ଦିଲ୍ଲୀ, ୟୁପି ସୀମାରେ ଆନ୍ଦୋଳନରେ ବସିଛନ୍ତି। ତେବେ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ତିନି ଜଣିଆ କମିଟି ଏହାରି ଭିତରେ ବନ୍ଦ ଲଫାଫାରେ ସୁପ୍ରିମକୋର୍ଟଙ୍କୁ ଏକ ରିପୋର୍ଟ ଦେଇଛନ୍ତି। ଯେଉଁଥିରେ ୮୫ ଚାଷୀ ସଂଗଠନ ସହିତ ଏହି ତିନି ଜଣିଆ କମିଟି ଆଲୋଚନା କରିଛନ୍ତି।

Advertisment

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା କମିଟିର ସଦସ୍ୟ ହେଲେ ଅନିଲ ଧନୱତ, ଜଣାଶୁଣା ଅର୍ଥନୀତିଜ୍ଞ ଅଶୋକ ଗୁଲାଟି ଏବଂ ପ୍ରମୋଦ ଯୋଶୀ। ବିଭିନ୍ନ ମିଡିଆରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ତିନି ଜଣିଆ କିମିଟି ଚାଷୀ ସଂଗଠନ ସହି କୃଷି ବିଶେଷଜ୍ଞଙ୍କ ସହ କଥାବାର୍ତ୍ତା ହେବା ପରେ କମିଟି ଏହାର ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟରେ ସଂସଦରେ ପାରିତ ହୋଇଥିବା କୃଷି ଆଇନଗୁଡ଼ିକର ସମୀକ୍ଷା କରାଯାଇଛି।

ହରିଆଣା, ପଞ୍ଜାବ, ୟୁପି ଆଦି କିଛି ରାଜ୍ୟର ଚାଷୀ ସଂଗଠନ କେନ୍ଦ୍ର ଆଣିଥିବା ତିନି କୃଷି ନିୟମକୁ ବିରୋଧ କରୁଛନ୍ତି। ଏହି ନିୟମକୁ ସଂଶୋଧନ ପାଇଁ କେନ୍ଦ୍ର ରାଜିଥିବା ବେଳେ ଆନ୍ଦୋଳନରତ ଚାଷୀମାନେ ଏହାକୁ ରଦ୍ଦ କରିବାକୁ ଦାବି କରୁଛନ୍ତି। ଦୀର୍ଘ ୪ ମାସ ଧରି ଦିଲ୍ଲୀ ଭଳି ଅନ୍ୟ ରାଜ୍ୟରେ ଦେଶର କୃଷକମାନେ ଏହା ବିରୋଧରେ ପ୍ରଦର୍ଶନ କରୁଛନ୍ତି।

Advertisment

ଏଥି ସହିତ ବର୍ତ୍ତମାନ ଚାଷୀ ନେତାମାନେ ରାଜ୍ୟରୁ ରାଜ୍ୟକୁ ଯାଇ କେନ୍ଦ୍ର ତଥା ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ପ୍ରଚାର କରୁଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ମଧ୍ୟରେ ଥିବା ଅନେକ ସ୍ଥାନରେ ଚାଷୀ ନେତା ରାକେଶ ଟିକାଇତ ରାଲି କରି ଲୋକଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳିଛି।

Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe