Advertisment

ତିରୁପତି ମନ୍ଦିରର ସମ୍ପତ୍ତି କେତେ ? ଘୋଷଣା କଲା ଟ୍ରଷ୍ଟ

ଅମରାବତୀ: ତିରୁପତି ମନ୍ଦିରରେ ବର୍ତ୍ତମାନ ୧୦.୩ ଟନ ସୁନା ରହିଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ୧୫,୯୩୮ କୋଟି କ୍ୟାସ୍ ଜମା ରଖାଯାଇଛି। ଶନିବାର ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍’ (ଟିଟିଡି) ପକ୍ଷରୁ  ମନ୍ଦିରର ସମ୍ପତ୍ତି ଘୋଷଣା କରାଯାଇଛି। ମନ୍ଦିରର ସମସ୍ତ ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ୨.୨୬ ଲକ୍ଷ କୋଟି ହେବ ବୋଲି ଟିଟିଡି କହିଛି। ଟିଟିଡି କହିଛି ଯେ, ୨୦୧୯ରୁ ଏବର ବୋର୍ଡ ତା’ର ନିବେଶ ମାର୍ଗଦର୍ଶିକାକୁ ସୁଦୃଢ଼ କରିଛି। ବଳକା ପାଣ୍ଠିକୁ ‘ଟିଟିଡି’ ଅଧ୍ୟକ୍ଷ ଏବଂ ବୋର୍ଡ ଆନ୍ଧ୍ରପ୍ରଦେଶ […]

ତିରୁପତି ମନ୍ଦିରର ସମ୍ପତ୍ତି କେତେ ? ଘୋଷଣା କଲା ଟ୍ରଷ୍ଟ

tirupati-

Advertisment

ଅମରାବତୀ: ତିରୁପତି ମନ୍ଦିରରେ ବର୍ତ୍ତମାନ ୧୦.୩ ଟନ ସୁନା ରହିଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ୧୫,୯୩୮ କୋଟି କ୍ୟାସ୍ ଜମା ରଖାଯାଇଛି। ଶନିବାର ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍’ (ଟିଟିଡି) ପକ୍ଷରୁ  ମନ୍ଦିରର ସମ୍ପତ୍ତି ଘୋଷଣା କରାଯାଇଛି। ମନ୍ଦିରର ସମସ୍ତ ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ୨.୨୬ ଲକ୍ଷ କୋଟି ହେବ ବୋଲି ଟିଟିଡି କହିଛି।

Advertisment

ଟିଟିଡି କହିଛି ଯେ, ୨୦୧୯ରୁ ଏବର ବୋର୍ଡ ତା’ର ନିବେଶ ମାର୍ଗଦର୍ଶିକାକୁ ସୁଦୃଢ଼ କରିଛି। ବଳକା ପାଣ୍ଠିକୁ ‘ଟିଟିଡି’ ଅଧ୍ୟକ୍ଷ ଏବଂ ବୋର୍ଡ ଆନ୍ଧ୍ରପ୍ରଦେଶ ସରକାରଙ୍କ ସିକ୍ୟୁରିଟିରେ ନିବେଶ କରିବ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଟ୍ରଷ୍ଟ୍‌ ଅସ୍ୱୀକାର କରିଛି। ବଳକା ଅର୍ଥରାଶି ସିଡ୍ୟୁଲ୍‌ଡ୍‌ ବ୍ୟାଙ୍କ୍‌ରେ ବିନିଯୋଗ କରାଯାଇଛି। ଏ ସଂକ୍ରାନ୍ତରେ ଜାରି ପ୍ରେସ୍‌ ରିଲିଜ୍‌ରେ ଟିଟିଡି କହିଛି, ଶ୍ରୀବରିଙ୍କ ଭକ୍ତମାନଙ୍କୁ ଅନୁରୋଧ ସେମାନେ ଏଭଳି ଷଡ଼ଯନ୍ତ୍ରମୂଳକ ମିଥ୍ୟା ପ୍ରଚାରକୁ ବିଶ୍ୱାସ କରନ୍ତୁ ନାହିଁ।

ମନ୍ଦିର ଟ୍ରଷ୍ଟ କହିଛି ଯେ, ଜାତୀୟକରଣ ବ୍ୟାଙ୍କ୍‌ରେ ତା’ର ୫,୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ୧୦.୩ ଟନ୍‌ ସୁନା ଜମା ଦିଆଯାଇଛି। ସେହିପରି, ନଗଦ ୧୫,୯୩୮ କୋଟି ଟଙ୍କା ମଧ୍ୟ ଜମା ରଖାଯାଇଛି। ତାର ସମୁଦାୟ ସମ୍ପତ୍ତିର ମୂଲ୍ୟ ୨.୨୬ ଲକ୍ଷ କୋଟି ଟଙ୍କା ବୋଲି ‘ଟିଟିଡି’ କହିଛି। ସମଗ୍ର ଭାରତରେ ମନ୍ଦିର ନାଁରେ ୭,୧୨୩ ଏକର୍‌ ଜମି ଉପରେ ୯୬୦ଟି ଘର ରହିଛି। ଭକ୍ତଙ୍କ ଦାନ, ବ୍ୟବସାୟ ସଙ୍ଗଠନ ଓ ପ୍ରତିଷ୍ଠାନମାନଙ୍କ ଉପରେ ମନ୍ଦିରର ଆୟ ହୋଇଥାଏ ବୋଲି ଟିଟିଡି କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe